୧୦୦୦ ବର୍ଷ ପୁରୁଣା 'ଶାଶୁ ବୋହୁ' ମନ୍ଦିର ଖୋଜିଲେ ଅମିତାଭ : ଇଣ୍ଡିଆ ହେରିଟେଜ ମ୍ୟାପରେ ପିନ କରି ଟ୍ୱିଟ କଲେ

Published By : Prameya-News7 Bureau | April 21, 2019 IST

ନୂଆଦିଲ୍ଲୀ ୨୧/୪ : ଟିଭି ଚାନେଲ ଷ୍ଟାର ପ୍ଲସର ଆଗାମୀ ଶୋ' 'ଏକ ଭ୍ରମ-ସର୍ବ-ଗୁଣ ସମ୍ପର୍ଣ' ଶାଶୁ ବୋହୁ ମନ୍ଦିରରେ ଶୋ' ଲଞ୍ଚ କରି ଦେଶର ଧ୍ୟାନ ଆକର୍ଷଣ କରିଛି | ଏହି ଶୋ ଲାଞ୍ଚ ପଛରେ ଥିବା ବିଶେଷତ୍ୱ ବଲିଉଡର ବରିଷ୍ଠ ଅଭିନେତା ଅମିତାଭ ବଚ୍ଚନଙ୍କ ଧ୍ୟାନ ମଧ୍ୟ ଆକର୍ଷଣ କରିଛି |

{"id":105755}

ନିକଟରେ 'ଏକ ଭ୍ରମ-ସର୍ବ-ଗୁଣ ସମ୍ପର୍ଣ'ର ମୁଖ୍ୟ ନାୟିକା ଜାହ୍ନବୀ ମିତ୍ତଲ ଉଦୟପୁରରେ ସାଂସ୍କୃତିକ ଭାବେ ସମୃଦ୍ଧ ଏବଂ ଅନେକ ବର୍ଷ ପୁରୁଣା ଶାଶୁ ବୋହୁ ମନ୍ଦିରରେ ଶୋ ଲଞ୍ଚ କରିଥିଲେ | ଜାହ୍ନବୀ ନିଜ ଅନ ସ୍କ୍ରିନ ଦିଅର ସହ ଏହି ମନ୍ଦିରରେ ଶୋ ଲଞ୍ଚ କରିଥିଲେ |

wp:core-embed/twitter {"url":"https://twitter.com/SrBachchan/status/1119131615173603328","type":"rich","providerNameSlug":"twitter","className":""}
https://twitter.com/SrBachchan/status/1119131615173603328
/wp:core-embed/twitter

ଏହି ଶୋ'ର ଲଞ୍ଚ ପରେ ଅମିତାଭ ବଚ୍ଚନ ଟ୍ୱିଟ କରି ନିଜର ପ୍ରତିକ୍ରିୟା ରଖିଥିଲେ | ଅମିତାଭ ଟ୍ୱିଟ ଜରିଆରେ ଏହି ଶାଶୁ ବୋହୁ ମନ୍ଦିରର ସାଂସ୍କୃତିକ ଶକ୍ତି ସମ୍ପର୍କରେ ବଖାଣିଥିଲେ |

{"id":105756}


ସେ ଲେଖିଥିଲେ ଯେ, "ଆମ ପୂର୍ଵ ପିଢୀ ଗୁଆଲିୟରରେ ଏହି ଶାଶୁ ବୋହୁ ମନ୍ଦିର ନିର୍ମାଣ କରିଥିଲେ | ଆମେ ଏହି ମନ୍ଦିର ସମ୍ପର୍କରେ ଭଲ ଭାବେ ଜାଣିବା ଦରକାର | ମୁଁ ଗର୍ବ ସହ ଏହି ମନ୍ଦିରକୁ ଭାରତର ହେରିଟେଜ ମ୍ୟାପରେ ପିନ କରୁଛି | ଇଣ୍ଡିଆ ଫାଉଣ୍ଡ ଚ୍ୟାଲେଞ୍ଜକୁ ସ୍ୱୀକାର କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରୁଛି |"

{"id":105759,"width":575,"height":322}


ଶ୍ରେନୁ ପରେଖ ଏବଂ ଜୈନ ଇମାମଙ୍କ ଉଦୟପୁର ସସ ବହୁ ମନ୍ଦିର ଯାତ୍ରା ପରେ ପରେ ଅମିତାଭ ବଚ୍ଚନ ମଧ୍ୟ ପ୍ରଦେଶର ହଜାରେ ବର୍ଷ ପୁରୁଣା ଜାଅଁଳା ମନ୍ଦିରର ପତା ଲଗାଇଥିଲେ | ଏହି ମନ୍ଦିରକୁ ଶାଶୁ ବୋହୁ ମନ୍ଦିର ବୋଲି କୁହାଯାଏ |

{"id":105760,"width":581,"height":325}


ଜାହ୍ନବୀ ମିତ୍ତଲ ଜଣେ ବିଶ୍ୱାସଘାତୀ ବୋହୁ ଭାବେ ଦର୍ଶକଙ୍କ ମଧ୍ୟରେ ରୋମାଞ୍ଚ ଭାରି ଦେଇଛନ୍ତି |

{"id":105761}

ଏହି ବହୁ ଆଜ୍ଞାବହ ନୁହେଁ | ଜଣେ ଆଦର୍ଶ ବୋହୁ ରୂପରେ ଜାହ୍ନବୀ ନିଜ ପରିବାର ବିରୋଧରେ ଷଡଯନ୍ତ୍ର ରଚନା କରିଛନ୍ତି | ଷ୍ଟାର ପ୍ଲସରେ ଏପ୍ରିଲ ୨୨ ତାରିଖ, ସୋମବାରରୁ ଶୁକ୍ରବାର ସନ୍ଧ୍ୟା ୭ଟାରୁ ଏହି ଶୋ' ପ୍ରସାରିତ ହେବ |

{"id":105762}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.