ନୂଆଦିଲ୍ଲୀ ୦୫।୦୩: ଭାରତୀୟ ବୈଦେଶିକମନ୍ତ୍ରୀଙ୍କୁ ବିଗ ବିଙ୍କ ପ୍ରଶଂସା । ସୋସିଆଲ ମିଡିଆ ପୋଷ୍ଟରେ ଏସ ଜୟଶଙ୍କରଙ୍କ ସେହି ଜବାବ ଉପରେ ଅମିତାଭ ବଚ୍ଚନ ସମର୍ଥନ ସହ ପ୍ରଶଂସା କରିଛନ୍ତି । ଯେଉଁଥିରେ ମାଲଦ୍ୱୀପକୁ ଭାରତୀୟ ବୈଦେଶିକ ମନ୍ତ୍ରୀ ଉଚିତ ଜବାବ ଦେଇଛନ୍ତି । ନିକଟରେ ମାଲଦ୍ୱୀପ ରାଷ୍ଟ୍ରପତି ମୋଇଜୁ କହିଥିଲେ କୌଣସି ରାଷ୍ଟ୍ର ମାଲଦ୍ୱୀପ ଉପରେ ଦବଦବା ଜାହିର କରିପାରିବନି ବା ଧମକାଇପାରିବନି । ମାଲଦ୍ୱୀପ ଛୋଟଦେଶ ହେଲେ ମଧ୍ୟ ଜବାବ ଦେଇ ଜାଣେ । ଭାରତ କରୁଛି ଦାଦାଗିରି ।
ଏହାର ଉତ୍ତର ଦେଇ ଜୟଶଙ୍କର କହିଥିଲେ ଧମକ ଦେଉଥିବା ଦେଶ କେବେ ସଙ୍କଟ ସମୟରେ ଅନ୍ୟଙ୍କୁ ସାହାର୍ଯ୍ୟ କରେନି । କରୋନା ହେଉ କି ଯୁଦ୍ଧ ସବୁବେଳେ ଭାରତ ଅନ୍ୟ ରାଷ୍ଟ୍ରଙ୍କ ସହ ବିପଦ, ସଙ୍କଟ ସମୟରେ ଛିଡା ହୋଇଛି ଓ ରହିବ । ତେବେ ଜୟଶଙ୍କରଙ୍କ ଏହି ଜବାବକୁ ବିଗ ବି ପ୍ରଂଶସା କରିଛନ୍ତି । ସେ ଲେଖିଛନ୍ତି, 'ୱାହଃ, ଠିକ୍ କହିଛନ୍ତି ସାର୍।' ତାଙ୍କ ଟ୍ୱିଟରେ ଅନେକ ଉତ୍ତର ମଧ୍ୟ ମିଳିଥିଲା ଏବଂ କେହି କେହି ତାଙ୍କୁ ରାଜନୀତିରେ ଯୋଗଦେବାକୁ ଯୋଜନା କରୁଛନ୍ତି କି ବୋଲି ପଚାରିଥିଲେ। ଭାରତକୁ ଏକ ପ୍ରାଧାନ୍ୟ ଦେଶ ବୋଲି କହିବା ଉପରେ ଏସ ଜୟଶଙ୍କରଙ୍କ ପ୍ରତିକ୍ରିୟା ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ବୈଦେଶିକ ମନ୍ତ୍ରୀ ଜୟଶଙ୍କର କହିଛନ୍ତି ଯେ ଏଭଳି କଥା କହିବା ପୂର୍ବରୁ ବାସ୍ତବତା ଦେଖିବା ଉଚିତ୍। ଆପଣମାନେ ଦେଖିବା ଉଚିତ୍ ଯେ ଭାରତ ବର୍ତ୍ତମାନ ପଡୋଶୀ ଦେଶ ପାଇଁ କଣ କରୁଛି। ଏହି ପଡୋଶୀ ଦେଶ ଗୁଡିକର ମୌଳିକ ସୁବିଧା ବହୁତ ସୀମିତ ଥିଲା, କିନ୍ତୁ ଭାରତ ଏହି ଦେଶରେ ବିଦ୍ୟୁତ୍, ବିଦ୍ୟାଳୟ, ଡାକ୍ତରଖାନା, ସଡକ, ରେଳ, ବନ୍ଦର ସଂଯୋଗ ସହିତ ମୌଳିକ ଭିତ୍ତିଭୂମି ବିକାଶରେ ସାହାଯ୍ୟ କରେ । କୌଣସି ପ୍ରାଧାନ୍ୟ ଦେଶ ଏସବୁ କରନ୍ତି ନାହିଁ ।
wp:embed {"url":"https://www.prameyanews7.com/pm-modi-odisha-visit-on-march-5/","type":"wp-embed","providerNameSlug":"prameya-news-7"}