ପ୍ରଥମ ଥର ପାଇଁ ଇନଷ୍ଟାଗ୍ରାମରେ ନିଜର ସର୍ଟସ୍ ପିନ୍ଧିଥିବା ଫଟୋ ସେୟାର କଲେ ଅମିତାଭ : ଜାଣନ୍ତୁ ଏହା ପଛର କାରଣ

Published By : Prameya-News7 Bureau | April 29, 2020 IST

ମୁମ୍ବାଇ ୨୯/୪: ଅମିତାଭ ବଚ୍ଚନ ଅଧିକାଂଶ ସମୟରେ ଏପରି ପୋଷ୍ଟ କରିଥାନ୍ତି ଯାହା ସୋସିଆଲ ମିଡିଆରେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥାଏ। ଏପରି କିଛି ବିଗ୍ ବି ନିକଟରେ କରିଛନ୍ତି। ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ମହାନ୍’ ରିଲିଜ ହେବାର ୩୭ବର୍ଷ ହୋଇସାରିଲାଣି। ଏହି ଅବସରରେ ବିଗ୍ ବି ଫିଲ୍ମ ସହ ଜଡ଼ିତ କିଛି ଫଟୋ ସେୟାର କରିଛନ୍ତି। ଏହି ସବୁ ଫଟୋ ମଧ୍ୟରୁ ଗୋଟିଏ ଫଟୋ ସବୁଠୁ ଅଧିକ ଚର୍ଚ୍ଚାର ବିଷୟ ହୋଇଛି କାରଣ ଏହି ଫଟୋରେ ବିଗ୍ ବି ସର୍ଟସ୍ ପିନ୍ଧିଛନ୍ତି ଯାହାକୁ ସେ ବିକିନି ଫଟୋ ଲେଖି ସେୟାର କରିଛନ୍ତି।

ଏହି ଫଟୋରେ ଅମିତାଭ ବଚ୍ଚନ କଳା ରଙ୍ଗର ଲାଇନିଂରେ ହାଫ ସ୍ଲିଭର ଟି-ଶାର୍ଟ ପିନ୍ଧିଛନ୍ତି। ଏହା ସହ ଧଳା ରଙ୍ଗର ସର୍ଟସ୍ ପିନ୍ଧିଛନ୍ତି। ଫଟୋକୁ ସେୟାର କରି ବିଗ୍ ବି କ୍ୟାପସନରେ ଲେଖିଛନ୍ତି- କେହି ତାଙ୍କୁ କହିଥିଲେ ଯେ ଇନଷ୍ଟାରେ ତାଙ୍କୁ ଅଧିକ ଫଲୋଅର୍ସ କାହିଁକି ମିଳୁ ନାହାନ୍ତି ଯେତିକି ଯୁବପୀଢ଼ିଙ୍କୁ ମିଳିଥାଏ। ସେ ତାଙ୍କୁ କହିଥିଲେ ଯେ କାହିଁକି ନା ସେ ବିକିନିରେ ଫଟୋ ପୋଷ୍ଟ କରନ୍ତି ନାହିଁ।

ଅମିତାଭ ବଚ୍ଚନ ଲେଖିଥିଲେ- ହଠାତ୍ ତାଙ୍କୁ ଏହା ମିଳିଯାଇଥିଲା,ବିକିନି ତ ନଥିଲା କିନ୍ତୁ ଅଧିକ ଭରା ହୋଇଥିବା କିନି ଥିଲା...ତାଙ୍କ ଫିଲ୍ମ ମହାନର...ଟ୍ରିପଲ୍ ରୋଲ୍ ଥିଲା...ଏବଂ ଆଜି ଏହାର ରିଲିଜର ୩୭ବର୍ଷ ପୂରି ଯାଇଛି। ବିଗ୍ ବିଙ୍କ ଏହି ପୋଷ୍ଟରେ ଲୋକେ ମଧ୍ୟ ମଜାଳିଆ କମେଣ୍ଟ ଦେଉଛନ୍ତି। ଜଣେ ୟୁଜର ଫଟୋରେ କମେଣ୍ଟ ଦେଇଛନ୍ତି- ଅଗ୍ନିପଥ ଅଗ୍ନିପଥ ଅଗ୍ନିପଥ। ଅନ୍ୟ ଜଣେ ଲେଖିଛନ୍ତି- ଗୋଡ଼ ଆକର୍ଷଣୀୟ ଲାଗୁଛି। ଥଟ୍ଟା କରୁଛନ୍ତି। ସବୁବେଳେ ଭଲରେ ରୁହନ୍ତୁ।

ଅମିତାଭ ବଚ୍ଚନ ‘ମହାନ୍’ ଫିଲ୍ମରେ ଟ୍ରିପଲ୍ ରୋଲରେ ଅଭିନୟ କରିଥିଲେ। ଫିଲ୍ମ ରିଲିଜ ହେବାର ୩୭ବର୍ଷ ପୂରିଥିବାରୁ ସେ ସୋସିଆଲ ମିଡିଆରେ ଏହି ଫଟୋ ସେୟାର କରିଛନ୍ତି। ଗୋଟିଏ ଫଟୋରେ ଗୁରୁ ଲେଖା ହୋଇଛି,ଅନ୍ୟଟିରେ ଅମିତ ଏବଂ ତୃତୀୟରେ ଶଙ୍କର। ମହାନରେ ଅମିତାଭଙ୍କ ବ୍ୟତୀତ ଓ୍ବାହିଦା ରେହମାନ,ପରବିନ୍ ବାବି,ଜୀନତ୍ ଅମାନ,ଅମଜଦ ଖାନ୍,କାଦର ଖାନ୍ ମୁଖ୍ୟ ଭୂମିକାରେ ଥିଲେ।

ମହାନ୍ ଫିଲ୍ମର ନିର୍ଦେଶନା ଏସ ରାମାନାଥନ୍ କରିଥିଲେ। ବକ୍ସ ଅଫିସରେ ଏହି ଫିଲ୍ମକୁ ଭଲ ପ୍ରତିକ୍ରିୟା ମିଳିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.