krs-728-90-banner (1)
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଅମିତାଭ ବଚ୍ଚନଙ୍କ ହାତରେ ରାକ୍ଷୀ ବାନ୍ଧିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, କହିଲେ- ବଚ୍ଚନ ମୋ ପାଇଁ ଭାରତ ରତ୍ନ

30/08/2023 at 10:55 PM

ନୂଆଦିଲ୍ଲୀ: ଅମିତାଭ ବଚ୍ଚନ ମୋ ପାଇଁ ଭାରତ ରତ୍ନ। ବୁଧବାର ବଲିଉଡ୍ ଷ୍ଟାର୍ ଅମିତାଭ ବଚ୍ଚନଙ୍କ ହାତରେ ରାକ୍ଷୀ ବାନ୍ଧିବା ପରେ ଏପରି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।

ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ବୈଠକରେ ଯୋଗ ଦେବାକୁ ମମତା ବର୍ତ୍ତମାନ ମୁମ୍ବାଇରେ ଅଛନ୍ତି। ଆଜି ରାକ୍ଷୀ ପୂର୍ଣ୍ଣିମା ଥିବାରୁ ମମତା ବଚ୍ଚନଙ୍କ ଘରକୁ ଯାଇ ତାଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି। ଏହି ଅବସରରେ ଅମିତାଭଙ୍କୁ ଭାରତ ରତ୍ନ ଦେବାକୁ ମଧ୍ୟ ସେ ଦାବି କରିଛନ୍ତି। ମମତା ଆଜି ଜୁହୁ ସ୍ଥିତ ଅମିତାଭଙ୍କ ଘରେ ପହଞ୍ଚିବା ପରେ ଜୟା ବଚ୍ଚନ ତାଙ୍କୁ ସାଦରେ ପାଚ୍ଛୋଟି ନେଇଥିଲେ। ଘରେ ବଚ୍ଚନଙ୍କ ପୂରା ପରିବାର ଉପସ୍ଥିତ ଥିଲେ।

ସୋସିଆଲ୍ ମିଡିଆରେ ଶେୟାର ହୋଇଥିବା ଫଟୋରେ ସମସ୍ତେ ମମତାଙ୍କୁ ପ୍ରଣାମ କରୁଥିବାର ଦେଖାଯାଉଛି। ଜୟା ମଧ୍ୟ ମମତାଙ୍କୁ ଦୂଆରୁ ମୁହଁରୁ ହିଁ କୁଣ୍ଢାଇ ଘର ଭିତରକୁ ଆମନ୍ତ୍ରଣ କରୁଛନ୍ତି।   

ପଢ଼ନ୍ତୁ-ଖାନ୍‌ ସାର୍‌ଙ୍କ ହାତରେ ରାକ୍ଷୀ ବାନ୍ଧିଲେ ୭ ହଜାର ଛାତ୍ରୀ, କହିଲେ- ଏହା ନୂଆ ବିଶ୍ୱ ରେକର୍ଡ

ରାକ୍ଷୀ ବାନ୍ଧିବା ପରେ ମମତା ଅମିତାଭଙ୍କ ଜିଅ ଶ୍ୱେତା ବଚ୍ଚନ ଓ ତାଙ୍କ ନାତୁଣି ନାଭ୍ୟା ନଭେଲି ନନ୍ଦଙ୍କୁ ବି ଭେଟିଛନ୍ତି। ଏହି ଅବସରରେ ମମତା କହିଛନ୍ତି “ମୁଁ ଏହି ପରିବାରକୁ ଭଲପାଏ। ଭାରତରେ ଏମାନେ ଏକ ନମ୍ବର ପରିବାର। ଭାରତୀୟ ସିନେମା ଶିଳ୍ପରେ ଏହି ପରିବାରର ଅନେକ ଅବଦାନ ରହିଛି।”

ଏହି ଅବସରରେ ମମତା ବଚ୍ଚନ ପରିବାରକୁ ପାର୍ତକେ ପର୍ବକୁ ନିମନ୍ତ୍ରଣ କରିଛନ୍ତି। ଦୂର୍ଗାପୂଜା ସମୟରେ ଏହି ପର୍ବ ଧୁମ୍‌ଧାମ୍‌ରେ ପାଳନ କରାଯାଏ। ଏଥିସହିତ କୋଲକାତା ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ୍‌କୁ ମଧ୍ୟ ବଚ୍ଚନଙ୍କୁ ନିମନ୍ତ୍ରଣ କରିଛନ୍ତି ମମତା।

ପଢ଼ନ୍ତୁ-ପିଲାଙ୍କ ଗହଣରେ ରକ୍ଷାବନ୍ଧନ ପାଳିଲେ ମୋଦୀ, ବୁଝାଇଲେ ଚନ୍ଦ୍ରଯାନ-୩ର ଗୁରୁତ୍ୱ

ବଚ୍ଚନଙ୍କ ସହିତ ମମତା ଉଦ୍ଦବ ଠାକ୍‌ରେଙ୍କୁ ମଧ୍ୟ ରାକ୍ଷୀ ବାନ୍ଧିଛନ୍ତି। ମୁମ୍ବାଇ ଥିବ ଅବସରରେ ମମତା ଉଦ୍ଧବ ଘର ମାତୋଶ୍ରୀରେ ପହଞ୍ଚି ତାଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ। ଏହାର ଫଟୋ ମଧ୍ୟ ସୋସିଆଲ୍ ମିଡିଆରେ ପୋଷ୍ଟ ହୋଇଛି।

   Related Posts