ଫିଲ୍ମ ଶୁଟିଂ ବେଳେ ଆହତ ହେଲେ ଅମିତାଭ ବଚ୍ଚନ; ଶୁଟିଂ କ୍ୟାନ୍‌ସଲ୍

Published By : Prameya-News7 Bureau | March 06, 2023 IST

ମୁମ୍ବାଇ: ଫିଲ୍ମ ଶୁଟିଂ ବେଳେ ଆହତ ହେଲେ ବଲିଉଡ୍‌ ବିଗ୍‌ ବି ଅମିତାଭ ବଚ୍ଚନ। ତାଙ୍କ ଡାହାଣପାଖ ପଞ୍ଜରାହାଡ଼ ମାଂସପେଶୀ ଫାଟିଛି(ମସଲ ଟିଅର)। ଏନେଇ ଅମିତାଭ ନିଜ ବ୍ଲଗ୍‌ ପୋଷ୍ଟ କରି ସୂଚନା ଦେଇଛନ୍ତି।

ହାଇଦ୍ରାବଦରେ ଅମିତାଭଙ୍କ ଆଗାମୀ ଫିଲ୍ମ 'ପ୍ରୋଜେକ୍ଟ କେ'ର ଶୁଟିଂ ଚାଲିଥିଲା। ଏକ ଆକ୍ସନ ସିନ୍‌ରେ ଶଟ୍ ଦେଉଥିବା ବେଳେ ଆମିତାଭଙ୍କ ଡାହାଣପାଖ ପଞ୍ଜରାରେ ମସ୍‌କୁଲାର ଟିୟର ହୋଇଥିଲା। ଏହାପରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଶୁଟିଂରୁ ବାଦ୍ ଦିଆଯାଇଥିଲା। ପରେ ଶୁଂଟି କ୍ୟାନ୍‌ସଲ କରାଯାଇଥିବା ବୋଲି ଅମିତାଭ ବ୍ଲଗ ପୋଷ୍ଟରେ ଲେଖିଛନ୍ତି। ଆହତ ହୋଇ ଅମିତାଭ ବର୍ତ୍ତମାନ ମୁମ୍ବାଇ ସ୍ଥିତ ନିଜ ବାସଭବନରେ ବିଶ୍ରାମ ନେଉଛନ୍ତି ବୋଲି ସେ ସୂଚନା ଦେଇଛନ୍ତି।   

ତେବେ ଘରକୁ ଯିବା ପୂର୍ବରୁ ଆହତ ପରେ  ହାଇଦ୍ରାବାଦର ଏଆଇଜି ହସ୍‌ପିଟାଲ୍‌ରେ ବଚ୍ଚନଙ୍କର ସିଟି ସ୍କାନ କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ମାଂସପେଶୀ ଫାଟ ସୃଷ୍ଟି ହେବା ପରେ ଅମିତାଭ ବଚ୍ଚନଙ୍କୁ ପ୍ରଶ୍ୱାସ ନେଲେ ଯନ୍ତ୍ରଣା ହେଉଛି। ଶରୀରକୁ ଏଣେ ତେଣେ ବୁଲାଇଲେ ମଧ୍ୟ ଯନ୍ତ୍ରଣା ଅନୁଭବ ହେଉଛି। ଯନ୍ତ୍ରଣା ପାଇଁ ବିଗ୍‌ ବି ଔଷଧ ଖାଉଛନ୍ତି ବୋଲି ସେ ନିଜେ ବ୍ଲକ ପୋଷ୍ଟ କରି ସୂଚନା ଦେଇଛନ୍ତି। ଭଲ ହେବା ପାଇଁ କିଛି ସପ୍ତାହ ସମୟ ଲାଗିବ ବୋଲି ଡାକ୍ତର କହିଥିବା ଅମିତାଭ ସୂଚନା କହିଛନ୍ତି।

ତାଙ୍କୁ ଦେଖା କରିବାକୁ ଜଲ୍‌ସା ଗେଟ୍ ସାମ୍ନାକୁ ଆସୁଥିବା ଫ୍ୟାନ୍‌ଙ୍କ ପାଇଁ ମେସେଜ୍ ଦେଇଛନ୍ତି ବିଗ୍‌ ବି। ସେ କହିଛନ୍ତି ଯେ ଆହତ ପରେ ତାଙ୍କର ସବୁ କାମକୁ ବନ୍ଦ ରଖାଯାଇଛି। ସେ ଜଲ୍‌ସା ସ୍ଥିତ ତାଙ୍କ ବାସଭବନରେ ବିଶ୍ରାମ ନେଉଛନ୍ତି। ମୋତେ ଏକଥା କହିବାକୁ ଦୁଃଖ ଲାଗୁଛି ଯେ ଆଜି ମୋତେ ଭେଟିବାକୁ ଆସୁଥିବା ଶୁଭେଚ୍ଛୁମାନଙ୍କୁ ଦେଖା କରିବାକୁ ମୁଁ ଗେଟ୍ ପାଖକୁ ଯାଇପାରିବି ନାହିଁ। ତେଣୁ ଆପଣମାନେ ଆସନ୍ତୁ ନାହିଁ। ଯେଉଁମାନେ ମୋତେ ଦେଖା କରିବାକୁ ଆସୁଛନ୍ତି ସେମାନଙ୍କୁ ଖବର ଦେଇ ଆସିବାକୁ ବନ୍ଦ କରନ୍ତୁ ବୋଲି ଅମିତଭା ବ୍ଲଗ୍ ଲେଖି ସୂଚନା ଦେଇଛନ୍ତି।  

ଫିଲ୍ମ ପ୍ରୋଜେକ୍ଟ କେ

ପ୍ରୋଜେକ୍ଟ କେ ଏକ କାଳ୍ପନିକ ଡ୍ରାମା ଫିଚର ଫିଲ୍ମ। ଏଥିରେ ପ୍ରଭାସଙ୍କୁ ଏକ ନୂଆ ଅବତାରରେ ଦେଖିବାକୁ ମିଳିବ। ସି ଅସ୍ୱିନୀ ଦତ୍ତଙ୍କ ପ୍ରଯୋଜନାରେ ପ୍ରସ୍ତୁତ ହେଉଥିବା ଏହି ସିନେମାରେ ପ୍ରଭାସଙ୍କ ସହ ଦୀପିକା ପାଦୁକୋନଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଅମିତାଭ ବଚ୍ଚନ ମଧ୍ୟ ଏହି ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିୟନ କରିବେ। ୨୦୨୪ ବେଳକୁ ଏହି ଫିଲ୍ମ ରିଲିଜ୍ ହୋଇପାରେ ବୋଲି କୁହାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.