ଗ୍ରାଜୁଏଟ୍ ହେଲେ ଅମିତାଭଙ୍କ ନାତୁଣୀ ନଭ୍ୟା : ଲକଡାଉନରେ ଘରେ ଗାଉନ୍ ଏବଂ କ୍ୟାପ୍ ପିନ୍ଧି କଲେ ସେଲିବ୍ରେଟ୍

Published By : Prameya-News7 Bureau | May 07, 2020 IST

ମୁମ୍ବାଇ ୭/୫: ଲକଡାଉନ୍ ମଧ୍ୟରେ ଅମିତାଭ ବଚ୍ଚନ ଏବଂ ତାଙ୍କ ପରିବାରକୁ ଏକ ବଡ଼ ଖୁସିଖବର ମିଳିଛି। ଅମିତାଭଙ୍କ ଗେହ୍ଲା ଝିଅ ଶ୍ବେତା ବଚ୍ଚନ ନନ୍ଦାଙ୍କ ଝିଅ ନଭ୍ୟା ନଭେଲି ନନ୍ଦା ଏବେ ଗ୍ରାଜୁଏଟ୍ ହୋଇ ଯାଇଛନ୍ତି। ଏହି ଖାସ୍ ଅବସରରେ ବିଗ୍ ବି ନାତୁଣୀ ନଭ୍ୟାଙ୍କ ଏକ ଭିଡିଓ ନିଜ ଟ୍ବିଟର ଆକାଉଣ୍ଟରେ ସେୟାର କରିଛନ୍ତି। ବିଗ୍ ବି ଏହାକୁ ସେୟାର କରି ଲେଖିଛନ୍ତି,‘ ନାତୁଣୀ ନଭ୍ୟା...ଗ୍ରାଜୁଏସନ୍ ଡେ..ନ୍ୟୁୟର୍କରେ କଲେଜରୁ ଗ୍ରାଜୁଏଟେଡ ହୋଇଛନ୍ତି।’

{"id":266053,"sizeSlug":"large"}

କରୋନା ​‌ଯୋଗୁଁ ଟ୍ରାଭେଲ୍ ଏବଂ ସେରେମନି କ୍ୟାନସଲ୍ ହୋଇଯାଇଛି। କିନ୍ତୁ ନଭ୍ୟା ଗାଉନ୍ ଏବଂ କ୍ୟାପ୍ ପିନ୍ଧିବାକୁ ଚାହୁଁଥିଲେ ତେଣୁ ଷ୍ଟାଫ ଗାଉନ୍ ଏବଂ କ୍ୟାପ୍ ପ୍ରସ୍ତୁତ କରିଛନ୍ତି। ଏହି ଅବସରକୁ ସେଲିବ୍ରେଟ୍ କରିବା ପାଇଁ ଘରେ ଫଟୋ କ୍ଲିକ୍ କରାଯାଇଥିଲା।

wp:core-embed/twitter {"url":"https://twitter.com/SrBachchan/status/1258044659500150784","type":"rich","providerNameSlug":"twitter","className":""}
https://twitter.com/SrBachchan/status/1258044659500150784
/wp:core-embed/twitter

ନଭ୍ୟା ଗ୍ରାଜୁଏଟ୍ ହେବାରୁ ତାଙ୍କ ମାମୁଁ ଅଭିଷେକ ବଚ୍ଚନ ମଧ୍ୟ ନିଜ ଖୁସି ଜାହୀର କରିଛନ୍ତି। ସେ ଫଟୋ ସେୟାର କରି ଲେଖିଛନ୍ତି,‘ଗ୍ରାଜୁଏଟ୍ ହୋଇଥିବାରୁ ନଭ୍ୟା ତୁମକୁ ଶୁଭକାମନା। ଲକଡାଉନ୍ ଯୋଗୁଁ ତୁମେ ନିଜ ସହପାଠୀଙ୍କ ସହ ବିଶ୍ବବିଦ୍ୟାଳୟରେ ଏହି ଅବସରକୁ ସେଲିବ୍ରେଟ୍ କରିପାରିନାହଁ। ଏହାର ଅଭାବ ବଗିଚା ପୂରଣ କରିଦେଲା। କାଲି ଭଳି ଲାଗୁଛି ଆମେ ତୁମକୁ ହଷ୍ଟେଲ୍ ରୁମ୍ ଯାଏଁ ନେଇଯାଉଛୁ।’

{"id":266054,"sizeSlug":"large"}

ନଭ୍ୟା ଗାଉନ୍ ଏବଂ କ୍ୟାପ୍ ପିନ୍ଧି ବହୁତ ଖୁସି ଅଛନ୍ତି ଏବଂ କିଛି ଫଟୋରେ ସେ ତାଙ୍କ ମାଆଙ୍କ ସହ ଅଛନ୍ତି।

{"id":266056,"sizeSlug":"large"}

 ନଭ୍ୟା ନିଜ ଅଜା ଅମିତାଭ ବଚ୍ଚନ ଏବଂ ମାମୁଁ ଅଭିଷେକ ବଚ୍ଚନଙ୍କ ଅଧିକ କ୍ଲୋଜ। ନଭ୍ୟା ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରୁହନ୍ତି। ଏହା ସହିତ ସେ ତାଙ୍କ ବନ୍ଧୁଙ୍କୁ ମଧ୍ୟ ପୂରା ସମୟ ଦେଇଥାନ୍ତି। ଅଧିକାଂଶ ସମୟରେ ସେ ପାର୍ଟି,ଫଙ୍କସନର ମଜା ନେଉଥିବାର ଫଟୋ ନିଜ ଇନଷ୍ଟାଗ୍ରାମରେ ସେୟାର କରନ୍ତି।  

{"id":266055,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.