‘ଘର ଭିତରେ ରୁହନ୍ତୁ ବଚ୍ଚନ ସାହେବ…’ , ଭାରତର ବିଜୟ ମଧ୍ୟରେ ବିଗ୍‌ ବିଙ୍କୁ ମିଳିଲା ଚେତାବନୀ

Published By : Prameya-News7 Bureau | November 16, 2023 IST

ମୁମ୍ଵାଇ ୧୬।୧୧: ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ। ସବୁବେଳେ ତାଙ୍କ ପ୍ରଶଂସକଙ୍କ ହୃଦୟରେ ରାଜ୍ କରିଆସୁଛନ୍ତି। ତାଙ୍କର ଚଳଚ୍ଚିତ୍ର ହେଉ କିମ୍ବା ଅନ୍ୟ କୌଣସି କାରଣ, ଅଭିନେତା ସବୁବେଳେ ଚର୍ଚ୍ଚାରେ ରହିଥା’ନ୍ତି । ଅମିତାଭ ଆଜିକାଲି କେବିସି୧୫ ଆୟୋଜନ କରୁଛନ୍ତି । ସେମିଫାଇନାଲ ମ୍ୟାଚରେ ଚମତ୍କାର ବିଜୟ ହାସଲ କରିଥିଲା ଭାରତ। ସେତେବେଳେ ସମସ୍ତଙ୍କ ମୁହଁରେ ଖୁସି ଦେଖିବାକୁ ମିଳିଥିଲା । ସାଧାରଣ ମଣିଷଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ଟିମ୍ ଇଣ୍ଡିଆ ଏବଂ ଶାମିଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ତାଲିକାରେ ଅମିତାଭ ବଚ୍ଚନ ମଧ୍ୟ ସାମିଲ୍ ଥିଲେ। ନିକଟରେ ସେ କିଛି ଅପଡେଟ୍ ଦେଇଛନ୍ତି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଜଣେ ସୋସିଆଲ ମିଡିଆ ୟୁଜର୍ସ ବିଶ୍ଵକପ ଫାଇନାଲ ନ ଦେଖିବା ପାଇଁ ବିଗ୍ ବିଙ୍କୁ ନିବେଦନ କରିଛନ୍ତି।

wp:html
/wp:html

ଗତ ସନ୍ଧ୍ୟାରେ କ୍ରିକେଟ୍ ପ୍ରଶଂସକମାନେ ଆଇସିସି ବିଶ୍ଵକପରେ ସେମିଫାଇନାଲ ଜିତିବା ଉତ୍ସବ ପାଳନ କରୁଥିବାବେଳେ ଅମିତାଭଙ୍କ ସହ କିଛି ଘଟିଥିଲା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବ। ବୋଧ ହୁଏ ଅମିତାଭ ବଚ୍ଚନ ଫାଇନାଲ ମ୍ୟାଚକୁ ଦେଖିବେ ନାହିଁ। ସୋସିଆଲ ମିଡିଆରେ ଅମିତାଭଙ୍କୁ ମ୍ୟାଚ୍‌ ନଦେଖିବାକୁ ନିବେଦନ କରିଛନ୍ତି ଏବଂ ଏହା ଅମିତାଭ ନିଜେ ପ୍ରକାଶ କରିଛନ୍ତି।

wp:html /wp:html

ଗତ ସନ୍ଧ୍ୟାରେ ଯେତେବେଳେ ଭାରତ ଜିତିଥିଲା, ଅମିତାଭ ଟ୍ଵିଟ୍ କରି ଲେଖିଥିଲର, 'ଯେତେବେଳେ ମୁଁ ମ୍ୟାଚ୍ ଦେଖେ ନାହିଁ, ଆମେ ଜିତୁ।' ସେବେଠାରୁ ଅମିତାଭ ସୋସିଆଲ ମିଡିଆରେ ଚେତାବନୀ ପାଉଛନ୍ତି। ତାଙ୍କ ପୋଷ୍ଟ ଭାଇରାଲ ହେବାର କିଛି ସମୟ ପରେ ନେଟେନିଜେନମାନେ ରବିବାର ଦିନ ହେବାକୁ ଥିବା ଆଇସିସି ବିଶ୍ଵକପ ଫାଇନାଲ ମ୍ୟାଚ ନ ଦେଖିବା ପାଇଁ ଚେତାବନୀ ଦେଇଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି, 'ଫାଇନାଲ୍ ମ୍ୟାଚ୍ ସାର୍ ଦେଖନ୍ତୁ ନାହିଁ।' ଆଉ ଜଣେ ଲେଖିଛନ୍ତି, 'ଘର ଭିତରେ ରୁହ, ବଚ୍ଚନ ସାର୍।

wp:embed {"url":"https://www.prameyanews7.com/priyanka-chopra-husband-nick-jonas-suffer-from-type-1-diabetes/","type":"wp-embed","providerNameSlug":"prameya-news-7"}
https://www.prameyanews7.com/priyanka-chopra-husband-nick-jonas-suffer-from-type-1-diabetes/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.