ଦୁର୍ଯୋଧନ ଚରିତ୍ର ପାଇଁ ଖୁବ୍ ସଂଘର୍ଷ କରିଥିଲେ ପୁନିତ୍ ଇସ୍ସର : କୁଲି ଫିଲ୍ମରେ ଅମିତାଭ ବଚ୍ଚନଙ୍କୁ ଆକ୍ରମଣ କରିଥିବା କାରଣରୁ ତାଙ୍କୁ ମିଳୁନଥିଲା କାମ

Published By : Prameya-News7 Bureau | May 09, 2020 IST

ମୁମ୍ବାଇ ୯/୫: ଫିଲ୍ମ ‘କୁଲି’ର ସେଟରେ ଅମିତାଭ ବଚ୍ଚନଙ୍କ ସହ ଯେଉଁ ଦୁର୍ଘଟଣା ଘଟିଥିଲା ତାହା ବିଷୟରେ ଭଲା କିଏ ଜାଣି ନାହାନ୍ତି। ଅମିତାଭ ବଚ୍ଚନଙ୍କୁ ଗଭୀର ଆଘାତ ଲାଗିଥିଲା। ସେ ଅନେକ ଦିନ ଯାଏଁ ହସ୍ପିଟାଲରେ ଭର୍ତ୍ତି ରହିଥିଲେ। ଯେଉଁ ସିନ୍ ପାଇଁ ଅମିତାଭଙ୍କୁ ଆଘାତ ଲାଗିଥିଲା ସେହି ସିନ୍ ଅଭିନେତା ପୁନିତ୍ ଇସ୍ସର ଏବଂ ଅମିତାଭ ବଚ୍ଚନଙ୍କ ମଧ୍ୟରେ ସୁଟିଂ କରାଯାଇଥିଲା। ଏବେ ପୁନିତ୍ ଇସ୍ସର କହିଛନ୍ତି ଯେ ଏହି ଦୁର୍ଘଟଣା ପରେ ତାଙ୍କ କ୍ୟାରିୟର ଉପରେ କି ପ୍ରଭାବ ପଡ଼ିଥିଲା।

{"id":267352,"sizeSlug":"large"}

ଏହା ପରଠୁ ତାଙ୍କୁ ଆଶାନୁଯାୟୀ କାମ ମିଳିନଥିଲା। ସେ ଏହି ସମୟରେ କିଛି ସୁପରହିଟ୍ ଫିଲ୍ମ ମଧ୍ୟ କରିଥିଲେ। ୧୯୮୩ମସିହାରେ ସେ ପୁରାନା ମନ୍ଦିର ନାମକ ଏକ ଭୂତ ଫିଲ୍ମ କରିଥିଲେ। ସେ Palay Khan ଜଖ୍ମୀ ଔରତ ମଧ୍ୟ କରିଥିଲେ ଏବଂ ଦୁଇଟି ଯାକ ବକ୍ସ ଅଫିସରେ ହିଟ୍ ଥିଲା। ଯେତେବେଳେ ବିଆର ଚୋପ୍ରା ମହାଭାରତ କରିଥିଲେ,ପୁନିତ୍ ତାଙ୍କ ସହ ଯୋଗାଯୋଗ କରିଥିଲେ ଏବଂ କହିଥିଲେ ଯେ ସେ ଦୁର୍ଯୋଧନ ଭୂମିକା ପାଇଁ ଅଡିସନ୍ ଦେବାକୁ ଚାହୁଁଛନ୍ତି।

{"id":267353,"sizeSlug":"large"}

କୁଲି ଫିଲ୍ମର ୪ବର୍ଷ କଠିନ ପରିଶ୍ରମ କରିବା ପରେ ତାଙ୍କୁ ୧୯୮୮ମସିହାରେ ମହାଭାରତରେ ଅଭିନୟ କରିବାକୁ ସୁଯୋଗ ମିଳିଥିଲା। ସେ ସେହି ସମୟରେ ତାଙ୍କ ବଡି,କଣ୍ଠସ୍ବର ଏବଂ ଅଭିନୟ ଉପରେ ବିଶେଷ ଧ୍ୟାନ ଦେଇଥିଲେ।

{"id":267354,"sizeSlug":"large"}

କୁଲି ଫିଲ୍ମ ସୁଟିଂ ସମୟରେ ଅମିତାଭ ଏବଂ ପୁନିତ ଇସ୍ସରଙ୍କ ମଧ୍ୟରେ ଫାଇଟ୍ ସିକ୍ବେନ୍ସ ଚାଲିଥିଲା। ଏହି ସିନ୍ ସମୟରେ ଅମିତାଭ ଗୁରୁତର ଆହତ ହୋଇଥିଲେ। ଅମିତାଭଙ୍କ ପେଟରେ ଏତେ ଗୁରୁତର ଆଘାତ ଲାଗିଥିଲା ଯେ ତାଙ୍କ ଅନ୍ତନଳୀ ଫାଟିଯାଇଥିଲା। ଅମିତାଭଙ୍କ ଜୀବନ ବଞ୍ଚାଇବା ପାଇଁ ୨୦୦ଡୋନର ୬୦ବୋତଲ ରକ୍ତ ଦେଇଥିଲେ। କୁଲି ୧୯୮୩ମସିହାରେ ରିଲିଜ ହୋଇଥିଲା। ୧୯୮୬ମସିହାରେ ପୁନିତ୍ ମହାଭାରତ ସାଇନ୍ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.