ବଲିଉଡ୍‌ ସୁପରଷ୍ଟାର ଅମିତାଭ୍‌ ବଚ୍ଚନ କରୋନା ପଜିଟିଭ୍‌, ଟ୍ଵିଟ୍‌ କରି ଦେଲେ ସୂଚନା

Published By : Prameya-News7 Bureau | August 24, 2022 IST

ମୁମ୍ବାଇ :  ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କୁ କରୋନା ସଂକ୍ରମିତ । ଏନେଇ ସେ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି। ସେ ଟ୍ୱିଟ କରି କହିଛନ୍ତି, ମୋର କୋଭିଡ ଟେଷ୍ଟ ପଜିଟିଭ୍‌ ହୋଇଛି। ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି, ଦୟାକରି ନିଜର ଟେଷ୍ଟ କରାଇ ନିଅନ୍ତୁ। ଏହା ବ୍ୟତୀତ ପ୍ରଶଂସକମାନେ ତାଙ୍କ ପୋଷ୍ଟ ଦେଖି ତାଙ୍କୁ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।

wp:html /wp:html

କହିବାକୁ ଗଲେ ବିଗ୍‌ ବିଙ୍କୁ ଦ୍ଵିତୀୟ ଥର ପାଇଁ କୋଭିଡ୍‌ ହୋଇଛନ୍ତି।  ଏହା ପୂର୍ବରୁ ସେ ସଂକ୍ରମିତ ହୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ ।  ନିକଟରେ ଅମିତାଭ ବଚ୍ଚନ ବର୍ତ୍ତମାନ କୌନ ବନେଗା କରୋଡପତିର ୧୪ତମ ସିଜିନ୍ ହୋଷ୍ଟ କରୁଛନ୍ତି । ତାଙ୍କ ରିପୋର୍ଟ ନେଗେଟିଭ୍‌ ନଆସିବା ଯାଏଁ କେବିସି ହୋଷ୍ଟ କରିପାରିବେ ନାହିଁ । ଏବେ ଦେଖିବାକୁ ବାକି ରହିଲା କି ଶୋ କିଛି ଦିନ ପାଇଁ ବନ୍ଦ ରହିବ ନା ଅମିତାଭଙ୍କ ସ୍ଥାନ ଅନ୍ୟ ରିପଲେସ୍‌ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.