vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ, ମୋଟ୍ ପାସ୍ ହାର ୯୦.୫୫ ପ୍ରତିଶତ
  • ||
  • ରାଉରକେଲା : ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୧ କୋଭିଡ୍ ପଜିଟିଭ୍
  • ||
  • ଘରୋଇ ଗ୍ୟାସ୍ ସିଲିଣ୍ଡର ହେଲା ମହଙ୍ଗା, ସିଲିଣ୍ଡର ପିଛା ବଢିଲା ୫୦ ଟଙ୍କା
  • ||
  • ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ଭୁବନେଶ୍ୱର : ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
  • ||

ମହାନାୟକ ଅମିତାଭ ବଚ୍ଚନ ନୂଆ ଲକ୍ସରି କାର୍ କିଣି ହେଲେ ଟ୍ରୋଲ୍: ଏତେ ଟଙ୍କା ଅଛି ଯଦି ଡୋନେଟ୍ କାହିଁକି କରୁନାହଁ ବୋଲି କହି ବର୍ଷିଲେ ୟୁଜର୍ସ

2/09/2020 at 10:59 AM

ମୁମ୍ବାଇ ୨/୮ : ବଲିଉଡର ମହାନାୟକ ଅମିତାଭ ବଚ୍ଚନ ଏକ୍ସରି କାରର ସୌଖୀନ। ନିକଟରେ ସେ ଆଉ ଏକ ନୂଆ ଲକ୍ସରି ମର୍ସିଡିଜ ଏସ୍-କ୍ଲାସ୍ କାର୍ କିଣିଛନ୍ତି। ଏହାର କିଛି ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଫଟୋରେ ଅମିତାଭ ବଚ୍ଚନ କାର୍ ସହ ପୋଜ ଦେଇଥିବା ନଜର ଆସିଛନ୍ତି। କିନ୍ତୁ କରୋନା ମହାମାରୀ ସମୟରେ ଅମିତାଭ ବଚ୍ଚନଙ୍କ କାର୍ କିଣିବା ସୋସିଆଲ୍ ମିଡିଆ ୟୁଜର୍ସଙ୍କୁ ପସନ୍ଦ ଆସିଲା ନାହିଁ। ସେମାନେ ବିଗ୍ ବିଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରି ଦେଲେ।

 ଜଣେ ୟୁଜର ଲେଖିଛନ୍ତି ଯେ,‘ ଲାଗୁଛି ଅମିତାଭ ବଚ୍ଚନଙ୍କ ପାଖରେ ଗାଡ଼ି ଅଭାବ ରହିଛି। ଜଣେ ହେଉଛନ୍ତି ସୋନୁ ସୁଦ,ଯିଏ ସମସ୍ତଙ୍କୁ ସାହାଯ୍ୟ କରୁଛନ୍ତି ଏବଂ ୟେ ଜଣେ। ଛାଡ଼,ତାଙ୍କ ଟଙ୍କା ଆଉ ତାଙ୍କ ପସନ୍ଦ। ଆମେ କହିବାକୁ କିଏ।’ ଆଉ ଜଣେ ୟୁଜର ଲେଖିଛନ୍ତି,‘ କ’ଣ ଶୋ ଅଫ କରୁଛନ୍ତି।’ ଆଉ ଜଣେ ୟୁଜର କମେଣ୍ଟ କରି ଲେଖିଛନ୍ତି ଯେ ‘ମହାନାୟକ ହୋଇଛନ୍ତି ଏବଂ ସୁଶାନ୍ତ ସିଂହ ରାଜପୁତଙ୍କୁ ନେଇ ଗୋଟିଏ ବି ପୋଷ୍ଟ ଲେଖୁନାହାନ୍ତି।’ ଜଣେ ୟୁଜର ମଧ୍ୟ କହିଛନ୍ତି ଯେ ଏତେ ଟଙ୍କା ଅଛି ଯଦି ଡୋନେଟ୍ କାହିଁକି କରୁ ନାହାନ୍ତି’।

ଏହି କାର୍ ନିକଟରେ ଭାରତରେ ଲଞ୍ଚ ହୋଇଛି ଏବଂ ଅମିତାଭଙ୍କୁ ଏହା ଏତେ ପସନ୍ଦ ଆସିଛି ଯେ ସେ ଏହାକୁ କିଣିଛନ୍ତି। ଅମିତାଭଙ୍କ ଏହି ନୂଆ କାରର ମୂଲ୍ୟ ୧କୋଟି ୩୮ଲକ୍ଷ ଟଙ୍କା ବୋଲି କୁହାଯାଉଛି।

କରୋନାକୁ ମାତ୍ ଦେବା ପରେ ଅମିତାଭ ବଚ୍ଚନ କୌନ ବନେଗା କରୋଡ଼ପତି ୧୨ର ସୁଟିଂ ଆରମ୍ଭ କରି ଦେଇଛନ୍ତି। ଏହାର ସୂଚନା ସେ ନିଜ ଟ୍ବିଟର ଆକାଉଣ୍ଟରେ ଦେଇଥିଲେ। ସେ ଟ୍ବିଟ୍ କରିଛନ୍ତି ଯେ,‘ ଏହା ଆରମ୍ଭ ହୋଇ ଯାଇଛି। କାମକୁ ଫେରି ଆସିଛି,କେବିସି ୧୨।’ ଏହା ବ୍ୟତୀତ ସେ ନିଜ ବ୍ଲଗରେ ସୁଟିଂର ଫଟୋ ସେୟାର କରିଥିଲେ,ଯେଉଁଥିରେ ଦେଖା ଯାଇଥିଲା ଯେ ସେଟରେ କୃ ମେମ୍ବର୍ସ ପିପିଇ କିଟ୍ ପିନ୍ଧି ସୁଟିଂ କରୁଛନ୍ତି।

   Related Posts