ପ୍ରବାସୀଙ୍କ ପାଇଁ ପୁଣି ସାହାଯ୍ୟର ହାତ ବଢାଇଲେ ବିଗ୍ ବି ଅମିତାଭ୍ : ଶ୍ରମିକଙ୍କୁ ଘରକୁ ପଠାଇବାକୁ ବୁକ୍ କଲେ ୬ଟି ବିମାନ

Published By : Prameya-News7 Bureau | June 10, 2020 IST

ମୁମ୍ବାଇ ୧୦/୦୬ : କରୋନା ଭାଇରସ ଲୋକଙ୍କୁ ବହୁତ ହଇରାଣ ହରକତ କରିସାରିଲେଣି | ସବୁଠାରୁ ଅଧିକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ପ୍ରବାସୀ ଶ୍ରମିକ | ଲକଡାଉନ ଯୋଗୁଁ କାମ ଧନ୍ଦା ହରାଇ ପ୍ରବାସୀ ଶ୍ରମିକ ପଳାୟନ ଆରମ୍ଭ କରିବା ପାଇଁ ସେମାନେ ଚାଲିଚାଲି ହଜାର ହଜାର କିମି ଯାତ୍ରା କରିଥିଲେ | ଶ୍ରମିକଙ୍କୁ ସାହାଯ୍ୟ କରିବା ପାଇଁ ସରକାର ପୁରା ପ୍ରୟାସ କରୁଛନ୍ତି | ଦେଶରେ ଲକଡାଉନ ଯୋଗୁଁ ଟ୍ରେନ, ବସ ସେବା ବନ୍ଦ ରହିଥିବାବେଳେ ସରକାର ଶ୍ରମିକଙ୍କ ପାଇଁ ସ୍ପେଶାଲ ଶ୍ରମିକ ଟ୍ରେନ ଆରମ୍ଭ କରିଛନ୍ତି | ବଲିଉଡ ଇଣ୍ଡଷ୍ଟ୍ରିର ଚର୍ଚ୍ଚିତ ଚେହେରା ସୋନୁ ସୁଦ ପ୍ରବାସୀ ଶ୍ରମିକଙ୍କ ପାଇଁ ଭଗବାନ ସାଜିଛନ୍ତି | ସେ ନିଜ ଖର୍ଚ୍ଚରେ ପ୍ରବାସୀଙ୍କୁ ନିଜ ଘରକୁ ପଠାଉଛନ୍ତି | ଲକଡାଉନ ମଧ୍ୟରେ ସେ ଅସଲ ମାନବିକତାର ପରିଚୟ ଦେଇଛନ୍ତି | ବିଗ ବି ଅମିତାଭ ମଧ୍ୟ ପଛରେ ନାହାନ୍ତି | ସେ ମଧ୍ୟ ମୁମ୍ବାଇରେ ଫସି ରହିଥିବା ପ୍ରବାସୀଙ୍କୁ ସେମାନଙ୍କ ଘରକୁ ପଠାଇବା ପାଇଁ ବସ ବ୍ୟବସ୍ଥା କରିଛନ୍ତି | ମୁମ୍ବାଇରେ ଫସି ରହିଥିବା ଉତ୍ତର ପ୍ରଦେଶର ଶ୍ରମିକଙ୍କ ପାଇଁ ସେ ପୁଣି ସାହାଯ୍ୟର ହାତ ବଢ଼ାଇଛନ୍ତି | ପ୍ରବାସୀଙ୍କୁ ଘରକୁ ପଠାଇବା ପାଇଁ ସେ ୬ଟି ଚାର୍ଟାଡ଼ ବିମାନ ବୁକ କରିଛନ୍ତି |

{"id":284025,"sizeSlug":"large"}

ସୂଚନା ଅନୁଯାୟୀ, ପ୍ରତି ବିମାନରେ ୧୮୦ ଲୋକଙ୍କୁ ଉତ୍ତର ପ୍ରଦେଶରେ ଛଡ଼ାଯିବ | ୪ଟି ବିମାନ ବୁଧବାର, ଜୁନ ୧୦ ତାରିଖରେ ଓ ୨ଟି ବିମାନ ଗୁରୁବାର ଦିନ ଯାତ୍ରା କରିବ | ଏହି ବିମାନ ଲଖନଉ, ଗୋରଖପୁର ଓ ବାରଣାସୀ ଯିବ | ବୁଧବାର ଦିନ ଯେଉଁ ୪ଟି ବିମାନ ଯାତ୍ରା ଆରମ୍ଭ କରିବ ସେଥିପାଇଁ ପ୍ରବାସୀ ଶ୍ରମିକ ବିମାନବନ୍ଦରରେ ପହଞ୍ଚି ସାରିଛନ୍ତି | ଦୁଇ ଦିନରେ ୬ଟି ବିମାନରେ ପାଖାପାଖି ହଜାରେ ୮୦ ଶ୍ରମିକଙ୍କୁ ସେମାନଙ୍କ ଘରେ ପହଞ୍ଚାଇ ଦିଆଯିବ |

{"id":284026,"sizeSlug":"large"}

ଅମିତାଭ ବଚ୍ଚନ ଏହା ପୂର୍ବରୁ ଉତ୍ତର ପ୍ରଦେଶର ଶ୍ରମିକଙ୍କ ପାଇଁ ବସ ବ୍ୟବସ୍ଥା କରିଥିଲେ | ମେ ୨୯ ତାରିଖରେ ସେ ମହିମ ଦରଗାହ ଟ୍ରଷ୍ଟ ଓ ହାଜି ଅଲି ଦରଗାହ ଟ୍ରଷ୍ଟ ସହ ମିଶି ୧୦ ବସ ହାଜି ଅଲିରୁ ବାହାରିଥିଲା | ଏହିସବୁ ବସରେ ଲଖନଉ, ଇଲାହାବାଦ, ଗୋରଖପୁର, ଭଦୋଇର ପାଖାପାଖି ୨୫୦ ଶ୍ରମିକ ନିଜ ଘରକୁ ଯାଇଥିଲେ | ବସରେ ପ୍ରବାସୀଙ୍କ ଖାଇବା ପିଇବା ଠାରୁ ଆରମ୍ଭ କରି ମେଡିକାଲ କିଟ ମଧ୍ୟ ଉପଲବ୍ଧ କରାଯାଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.