ଅମିତାଭ ବଚ୍ଚନଙ୍କ ଅଙ୍ଗରକ୍ଷୀ ଜିତେନ୍ଦ୍ର ଶିଣ୍ଡେଙ୍କ ଟ୍ରାନ୍ସଫର: ଦେଢ କୋଟି ଦରମା ଖବର ପରେ କାର୍ଯ୍ୟାନୁଷ୍ଠାନ, ଚାଲିଛି ଯାଞ୍ଚ

Published By : Prameya-News7 Bureau | August 27, 2021 IST

ମୁମ୍ବାଇ ୨୭/୦୮ : ବିଗ ବି ଅମିତାଭ ବଚ୍ଚନଙ୍କ ପୋଲିସ ଅଙ୍ଗରକ୍ଷୀ ଜିତେନ୍ଦ୍ର ଶିଣ୍ଡେଙ୍କ ଆୟକୁ ନେଇ ନିକଟରେ ସୋସିଆଲ ମିଡ଼ିଆରେ ଅନେକ ପୋଷ୍ଟ ଭାଇରାଲ ହୋଇଛି। ଏହି ଭାଇରାଲ ପୋଷ୍ଟରେ କୁହାଯାଇଛି ଯେ ଜିତେନ୍ଦ୍ରଙ୍କ ବାର୍ଷିକ ଦରମା ଦେଢ଼ କୋଟି ଟଙ୍କା। ମାମଲାରେ ଜିତେନ୍ଦ୍ରଙ୍କ ବିରୋଧରେ ଯାଞ୍ଚ ଆରମ୍ଭ ହୋଇଛି ଓ ତାଙ୍କର ଟ୍ରାନ୍ସଫର କରାଯାଇଛି।

କନେଷ୍ଟବଳ ଜିତେନ୍ଦ୍ର ଶିଣ୍ଡେଙ୍କୁ ବର୍ତ୍ତମାନ ମୁମ୍ବାଇ ପୋଲିସରେ ବଦଳି କରାଯାଇଛି। ଜିତେନ୍ଦ୍ର ଏବେ ଯାଏଁ ଅମିତାଭ ବଚ୍ଚନଙ୍କ ଅଙ୍ଗରକ୍ଷୀ ଭାବେ କାମ କରୁଥିଲେ। କିଛି ରିପୋର୍ଟରେ ଦାବି କରାଯାଇଛି ଯେ ଜିତେନ୍ଦ୍ରଙ୍କ ବାର୍ଷିକ ଆୟ ଦେଢ଼ କୋଟି ଟଙ୍କା। ଏହାପରେ ପୋଲିସ ମାମଲାରେ ଯାଞ୍ଚ ଆରମ୍ଭ କରିଛି। ଯାଞ୍ଚରୁ ପତ୍ତା କରାଯିବ ଯେ କେଉଁଠାରୁ ସେ ଏତେ ଟଙ୍କା ଆୟ କରୁଛନ୍ତି।

ମିଡ଼ିଆ ରିପୋର୍ଟ ଅନୁଯାୟୀ, ଶିଣ୍ଡେ ପୋଲିସକୁ କହିଛନ୍ତି ଯେ ତାଙ୍କ ପତ୍ନୀ ସିକ୍ୟୁରିଟି ଗାର୍ଡ ଏଜେନ୍ସି ଚଳାନ୍ତି। ଏହି ଏଜେନ୍ସି ଜରିଆରେ ସେ ଅନେକ ସେଲିବ୍ରିଟିଙ୍କୁ ସିକ୍ୟୁରିଟି ଗାର୍ଡ ଦିଅନ୍ତି। ଅମିତାଭ ବଚ୍ଚନ ତାଙ୍କୁ ଦେଢ଼ କୋଟି ଟଙ୍କା ଦରମା ଦିଅନ୍ତି ବୋଲି ସେ ସଫା ସଫା ମନା କରିଦେଇଛନ୍ତି।

{"id":502141,"sizeSlug":"full","linkDestination":"none"}

ମାମଲାରେ ବର୍ତ୍ତମାନ ରାଜ୍ୟ ସରକାର ଯାଞ୍ଚ କରୁଛନ୍ତି ଯେ ଶିଣ୍ଡେ ନିଜର ଅନ୍ୟ ରୋଜଗାର ସମ୍ପର୍କରେ ପ୍ରଶାସନକୁ ସୂଚନା ଦେଇଥିଲେ ନା ନାହିଁ ଏବଂ ସେ ଅନ୍ୟ କେଉଁ ଉପାୟରେ ରୋଜଗାର କରୁଛନ୍ତି କି ସେ ନେଇ ମଧ୍ୟ ତଦନ୍ତ ଚାଲିଛି। ମହାରାଷ୍ଟ୍ର ସେବା ନିୟମ ଅନୁସାରେ ଜଣେ ସରକାରୀ କର୍ମଚାରୀ ଦୁଇଟି ପ୍ରତିଷ୍ଠାନରୁ ଦରମା ନେଇ ପାରିବେ ନାହିଁ।

ଜିତେନ୍ଦ୍ର ସବୁବେଳେ ଛାଇ ଭଳି ବିଗ ବିଙ୍କ ସହ ରହୁଥିଲେ। ସାର୍ବଜନିନ କାର୍ଯ୍ୟକ୍ରମଠୁ ଆରମ୍ଭ କରି, ଫିଲ୍ମ ସେଟ୍ ଯାଏଁ ଜିତେନ୍ଦ୍ର ଅମିତାଭଙ୍କ ସହ ସବୁ ସମୟରେ ନଜର ଆସନ୍ତି। ବର୍ତ୍ତମାନ ଜିତେନ୍ଦ୍ର ଶିଣ୍ଡେଙ୍କୁ ଦକ୍ଷିଣ ମୁମ୍ବାଇର ଏକ ଥାନାକୁ ଟ୍ରାନ୍ସଫର କରାଯାଇଛି। ମୁମ୍ବାଇ ପୋଲିସ ଅନୁଯାୟୀ, ଜଣେ ପୋଲିସ କର୍ମୀଙ୍କୁ ୫ ବର୍ଷରୁ ଅଧିକ ଗୋଟିଏ ଜାଗାରେ ନିୟୋଜିତ କରାଯାଇ ପାରିବ ନାହିଁ। ଅମିତାଭ ବଚ୍ଚନଙ୍କୁ ସରକାର ଙ୍କ ତରଫରୁ ଏକ୍ସ କାଟାଗରୀ ସିକ୍ୟୁରିଟି ଦିଆଯାଇଛି। ସେଥିପାଇଁ ତାଙ୍କ ସହ ସବୁବେଳେ ଦୁଇ କନେଷ୍ଟବଳ ନିୟୋଜିତ ରୁହନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଥିଲେ ଜିତେନ୍ଦ୍ର ଶିଣ୍ଡେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.