ବିଗ୍‌ ବିଙ୍କ ୮୦ ତମ ଜନ୍ମଦିନରେ KBC ସେଟ୍‌ରେ ପହଞ୍ଚିଲେ ଜୟା-ଅଭିଷେକ, ଭାବପ୍ରବଣ ହେଲେ ଶତାବ୍ଦୀର ମହାନାୟକ

Published By : Prameya-News7 Bureau | October 06, 2022 IST

ମୁମ୍ୱାଇ ୦୬/୧୦: ଅକ୍ଟୋବର ୧୧, ୨୦୨୨ରେ ରାତି ୯ ଟାରେ କୌନ ବନେଗା କରୋଡପତି-୧୪ ର ସେଟରେ ଦେଖିବାକୁ ମିଳିବ ନିଆରା ଦୃଶ୍ୟ । ଶତାବ୍ଦୀର ମେଗାଷ୍ଟାର ଅମିତାଭ ବଚ୍ଚନଙ୍କୁ କାନ୍ଦୁଥିବା ନଜର ଆସିବେ । ତେବେ ଏହି ନିଆରା ଦୃଶ୍ୟ ଦେଖିବାକୁ ଆପଣଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ ।

ଅକ୍ଟୋବର ୧୧ରେ ଅମିତାଭ ବଚ୍ଚନଙ୍କ ଜନ୍ମଦିନ । ସେଥିପାଇଁ କୌନ ବନେଗା କରୋଡପତି-୧୪ରେ ଏପିସୋଡରେ ବିଶେଷ କିଛି ଦେଖିବାକୁ ମିଳିବ । ଶୋ’ରେ ଅତିଥି ଭାବରେ ନଜର ଆସିବେ ଜୟା ବଚ୍ଚନ ଏବଂ ଅଭିଷେକ ବଚ୍ଚନ । ଅକ୍ଟୋବର ୧୧ରେ ଅମିତାଭ ବଚ୍ଚନଙ୍କୁ ୮୦ ବର୍ଷ ହେବ । ବିଗ୍ ବିର ୮୦ ବର୍ଷର ଜନ୍ମଦିନ ଉତ୍ସବ ପାଳନ କରିବେ । ସେଥିପାଇଁ କେବିସି ନିର୍ମାତାମାନେ ଅମିତାଭ ନିଆରା କିଛି ଉପହାର ଦେବାକୁ ଚିନ୍ତା କରିଛନ୍ତି ।

wp:html
/wp:html

ଥମ ଥର ପାଇଁ କେବିସି ମଞ୍ଚକୁ ଆସିବେ ଜୟା ବଚ୍ଚନ। ତେବେ ଶୋ’ରେ କିଛି ଘଟିବାକୁ ଯାଉଛି ଯାହା ଅମିତାଭ ବଚ୍ଚନଙ୍କୁ ବହୁତ ଭାବପ୍ରବଣ କରିଦେବ । ଅମିତାଭ ଏତେ ଭାବପ୍ରବଣ ହୋଇଯାଇଛନ୍ତି ଯେ ତାଙ୍କ ଲୁହ ବନ୍ଦ ହେବାର ନା ନେଉନାହିଁ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ପ୍ରୋମୋରେ ଅନେକ ବିଶେଷ କିଛି ଦେଖିବାକୁ ମିଳିବ ।

ପ୍ରୋମୋର ହଟ୍ ସିଟ୍ ଉପରେ ବସିଥିବା ଅଭିଷେକ ବଚ୍ଚନ ନଜର ଆସିବେ । ଏହା ପରେ ହଠାତ ସେଟ୍‌ରେ ନଜର ଆସୁଛନ୍ତି ଜୟା ବଚ୍ଚନ । ତେବେ ଜୟାଙ୍କୁ ହଠାତ୍ ସେଟ୍‌ରେ ଅମିତାଭ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଫଳରେ ବିଗ୍ ବିଙ୍କ ଆଖିରେ ଲୁହ ବୋହୁଥିବା ନଜର ଆସିଛି । ତାଙ୍କ ପତ୍ନୀ ଜୟା ବଚ୍ଚନଙ୍କୁ ଏହି ଶୋ’ରେ ସ୍ୱାଗତ କରିବା ସହ ଖୁସିରେ ଆଲିଙ୍ଗନ ବି କରିଛନ୍ତି । ଏମିତିକି ଏସବୁ ଦେଖିବା ପରେ ଜୟା ବଚ୍ଚନ ମଧ୍ୟ ଭାବପ୍ରବଣ ହୋଇପଡିଛନ୍ତି । ଏହି ପ୍ରୋମୋ ସୋସିଆଲ ମିଡିଆରେ ଜବରଦସ୍ତ ଗୁଜବ ଭାଇରାଲ ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.