ତୱାଙ୍ଗ ବିବାଦରେ ଅମିତ ଶାହଙ୍କ ବଡ଼ ଅଭିଯୋଗ, କହିଲେ-ରାଜୀବ ଗାନ୍ଧି ଫାଉଣ୍ଡେସନକୁ ଚୀନ୍‌ରୁ ମିଳିଛି ୧.୩୫ କୋଟି ଟଙ୍କା

Published By : Prameya-News7 Bureau | December 13, 2022 IST

ନୂଆଦିଲ୍ଲୀ ୧୩।୧୨: ଅଋଣାଚଳ ପ୍ରଦେଶ ତୱାଙ୍ଗ ସେକ୍ଟରରେ ଭାରତ-ଚୀନ୍‌ ସୀମା ସଂଘର୍ଷରେ ରାଜୀବ ଗାନ୍ଧି ଫାଉଣ୍ଡେସନ (ଆରଜିଏଫ) ଉପରେ ଚୀନ୍ ଦୂତାବାସଠାରୁ ୧.୩୫ କୋଟି ଟଙ୍କା ନେବାର ଅଭିଯୋଗ ହୋଇଛି। କେନ୍ଦ୍ର ଗୃହମନ୍ତ୍ରୀ ମଙ୍ଗଳବାର ସଂସଦରେ ଚର୍ଚ୍ଚା ଦାବିକୁ ନେଇ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସଂସଦ ଭବନ ବାହାରେ ସାମ୍ବାଦିକଙ୍କୁ ସମ୍ବୋଧିତ କରି ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ରାଜୀବ ଗାନ୍ଧି ଫାଉଣ୍ଡେସନର ଏଫସିଆରଏ’ ବିଦେଶୀ ଯୋଗଦାନ(ବିନିୟମନ) ଅଧିନିୟମ’ ରଦ୍ଦଲାଗି ପ୍ରଶ୍ନରୁ ବର୍ତ୍ତିବା ଲାଗି ସଂସଦରେ କଂଗ୍ରେସ ସୀମା ସଂଘର୍ଷର ପ୍ରସଙ୍ଗ ଉଠାଇଛି।

ଅମିତ ଶାହ ଅଭିଯୋଗ କରିଛନ୍ତି ଯେ ଆରଜିଏଫକୁ ଚୀନ୍‌ ଦୂତାବାସରୁ  ୧.୩୫ କୋଟି ଟଙ୍କା ମିଳିଥିଲା। ସେ କହିଛନ୍ତି ଯେ ଏହାର ପଞ୍ଜିକରଣ ସେଥି ପାଇଁ ରଦ୍ଦ କରିଦିଆଗଲା, କାରଣ ଏହା ଏଫସିଆରଏ ନିୟମ ମୁତାବକ ନଥିଲା। ଶାହ କହିଛନ୍ତି ଯେ ନେହେରୁଙ୍କ ଚୀନ୍‌ ପ୍ରେମ ଲାଗି ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ଆସନକୁ ବଳି ପକାଇ ଦିଆଯାଇଥିଲା। ତେବେ ଶାହ ସୀମାରେ ଭାରତୀୟ ଜବାନଙ୍କ ବୀରତାର ଉଚ୍ଚ ପ୍ରଶଂସା କରିଛନ୍ତି।

କେନ୍ଦ୍ରମନ୍ତ୍ରୀଙ୍କ ବୟାନକୁ ନେଇ ପାର୍ଟି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ଯେ ୧୯୬୨ ମସିହାରେ ଚୀନ ଭାରତର ହଜାରେ ହେକ୍ଟର ଜମି ହଡପ କରିନେଇଥିଲା। ୨୦୦୬ ମସିହାରେ ଭାରତରେ ଚୀନ ଦୂତାବାସ ଅଋଣାଚଳ ପ୍ରଦେଶ ଓ ଉତ୍ତର-ପୂର୍ବ ସୀମାନ୍ତ ଏଜେନ୍ସୀ (ଏନଇଏଫଏ) ଉପରେ ନିଜର ଦାବି କରିଥିଲା। ତେବେ ଜାରି ତର୍କରେ ପ୍ରତିକ୍ରିୟା ରଖି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ସଂସଦରେ ଚୀନ୍ ସୀମା ପ୍ରସଙ୍ଗରେ ଚର୍ଚ୍ଚା ଦାବି ସହ ରାଜୀବ ଗାନ୍ଧି ଫାଉଣ୍ଡେସନ ଏଫସିଆରଏ ଲାଇସେନ୍ସ ରଦ୍ଦର କୌଣସି ସମ୍ପର୍କ ନାହିଁ। ଯଦି ଏହା ଆମର ଭୁଲ ତେବେ ଏଥି ପାଇଁ ଆମକୁ ଫାଶୀରେ ଝୁଲାଇ ଦିଆଯାଉ ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.