ଗାନ୍ଧିନଗରରୁ ଅମିତ ଶାହ ବିଜୟୀ
23/05/2019 at 4:30 PM

ଗୁଜୁରାଟ ଗାନ୍ଧିନଗର ଲୋକସଭା ଆସନରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ବିଜୟୀ ହୋଇଛନ୍ତି । ଅମିତ ଶାହ ୫ ଲକ୍ଷ ୫୪ ହଜାର ୫୬୮ ଭୋଟରେ ବିଜୟୀ ହୋଇଛନ୍ତି । ଅମିତ ଶାହ ଲାଲ କୃଷ୍ଣ ଆଡଭାନୀଙ୍କ ରେକର୍ଡ ଭାଙ୍ଗିଛନ୍ତି ।
ଅମିତ ଶାହ ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ବିଜେପି କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ସମର୍ଥକଙ୍କ ଭିଡ ଜମି ରହିଛି ।