ବେଙ୍ଗଲ୍ ଗସ୍ତରେ ଶାହାଙ୍କ ଦ୍ବିତୀୟ ଦିନ : ବାଉଲ୍ ଗାୟକଙ୍କ ଘରେ ଖାଇଲେ, ରବୀନ୍ଦ୍ରନାଥ ଟାଗୋରଙ୍କୁ ମନେପକାଇଲେ

Published By : Prameya-News7 Bureau | December 20, 2020 IST

କୋଲକାତା ୨୦/୧୨ : କେନ୍ଦ୍ର ଗୃହ ମନ୍ତ୍ରୀ ଅଭିତ ଶାହାଙ୍କର ୨ ଦିନିଆ ପଶ୍ଚିମବଙ୍ଗ ଗସ୍ତର ଆଜି ଦ୍ବିତୀୟ ଦିନ । ପଶ୍ଚିମବଙ୍ଗରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବାରେ ଲାଗିପଡିଛନ୍ତି ବିଜେପି ଚାଣକ୍ୟ ଅମିତ ଶାହା । ରବିବାର ଶାହା ପଶ୍ଚିମବଙ୍ଗର ବୀରଭୂମି ଗସ୍ତ କରିଛନ୍ତି । ସେଠାରେ ରବୀନ୍ଦ୍ରନାଥ ଟାଗୋର ଭବନକୁ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଶାହା । ଏହା ପ​‌ରେ ସେ ବିଶ୍ବବିଦ୍ୟାଳୟର ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ।

ଏହା ପରେ ସେ ଜଣେ ବାଉଲ ଗାୟକଙ୍କ ଘରେ ମଧ୍ୟାହ୍ନ ଭୋଜନ କରିଛନ୍ତି । ପରେ ଷ୍ଟାଡିୟମ ରୋଡ୍‌ରେ ଏକ ବିଶାଳ ରୋଡ୍ ସୋ ରେ ଯୋଗଦେଇଛନ୍ତି ଅମିତ ଶାହା । ଶେଷରେ ସେ ବୀରଭୂମୀର ମୋହର କୂଟୀରରେ ଏକ ସାମ୍ବାଦିକ ସମ୍ମୀଳନୀ କରି ଗସ୍ତ ଶେଷ କରିବାର କାର୍ଯ୍ୟକ୍ରମ ରହିଛି ।

ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ସମେତ ମୁକୁଲ ରାୟ, ଦିଲ୍ଲୀପ ଘୋଷ ଏବଂ ଦଳର ଅନ୍ୟ ସଦସ୍ୟମାନେ ବୋଲପୁରରେ ଜଣେ ବାଉଲ ଗାୟକଙ୍କ ଘରେ ମଧ୍ୟାହ୍ନ ଭୋଜନ କରିଛନ୍ତି । ଶାନ୍ତି ନିକେତନଙ୍କ କାର୍ଯ୍ୟକ୍ରମ ପରେ ସାମ୍ବାଦିକମାନଙ୍କ ସହ ଆଲାଚନା ବେଳେ ଅମିତ ଶାହା କହିଛନ୍ତି ଯେ ‘ସମାଜ ପାଇଁ ଟାଗୋରଙ୍କ ଅବଦାନ ଭୁଲିପାରିବ ନାହିଁ। ସେ ହେଉଛନ୍ତି ଏକମାତ୍ର ବ୍ୟକ୍ତି ଯିଏକି ଦୁଇଟି ଦେଶର ଜାତୀୟ ସଂଗୀତ ଲେଖିବାର ଗୌରବ ଅର୍ଜନ କରିଛନ୍ତି । ଯେତେବେଳେ ରବୀନ୍ଦ୍ରନାଥ ଟାଗୋରଙ୍କୁ ନୋବେଲ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା, କେହି ଜଣେ କହିଥିଲି ଯେ ନୋବେଲ ପୁରସ୍କାର ଗୁରୁଦେବଙ୍କ ଜ୍ଞାନ, ଗୁରୁଦେବଙ୍କ ସାହିତ୍ୟ, ଗୁରୁଦେବଙ୍କ କବିତାର ଅଂଶ ବିଶେଷ’। ଟାଗୋରଙ୍କ ଅବଦାନ ଚୀରସ୍ମରଣୀୟ ହୋଇ ରହିବ ବୋଲି ଶାହା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.