LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଦିଦିଙ୍କ ମୁକାବିଲା ପାଇଁ ନଡ୍ଡା ନୁହେଁ ଯିବେ ଶାହା

31/10/2020 at 4:36 PM

କୋଲକାତା ୩୧/୧୦: ୨୦୨୧ରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଗୋଟିଏ ପଟେ ଭାରତୀୟ ଜନତା ପାର୍ଟି(ବିଜେପି) ସତ୍ତାକୁ ଆସିବାକୁ କସରତ୍‌ କରିବାକୁ ଥିବା ବେଳେ ମମତା ବାନାର୍ଜୀଙ୍କ ପାର୍ଟି ଟିଏମସି ପୁଣିଥରେ ସତ୍ତା କାଏମ ରଖିବାକୁ ପ୍ରଚେଷ୍ଟା କରିବ। ତେବେ ୨୦୨୧ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ବିଜେପି ନିଜର ସଂଗଠନମୂଳକ କାର୍ଯ୍ୟକ୍ରମ ଆରମ୍ଭ କରିଛି। ତେବେ ସଂଗଠନମୂଳକ କାର୍ଯ୍ୟର ସମୀକ୍ଷା କରିବାକୁ ନଭେମ୍ବର ୫ରେ ଦୁଇ ଦିନଆ ଗସ୍ତରେ ପଶ୍ଚିମବଙ୍ଗ ଯିବେ ବିଜେପିର ବରିଷ୍ଠ ନେତା ଅମିତ ଶାହା। କିନ୍ତୁ ପୂର୍ବ ସୂଚନା ଅନୁସାରେ ଏହି ଦିନ ରାଷ୍ଟ୍ରୀୟ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଯିବାର କାର୍ଯ୍ୟକ୍ରମ ଥିଲା।

ପଶ୍ଚିମବଙ୍ଗ ବିଜେପି ମହାସଚିବ ସୟନ୍ତନ ବାସୁଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ୬ ନଭେମ୍ବରରେ ହେବାକୁ ଥିବା ଜେପି ନଡ୍ଡାଙ୍କ ଗସ୍ତ କାର୍ଯ୍ୟକ୍ରମ ଏବେ ରଦ୍ଦ ହୋଇଯାଇଛି। ଜେପି ନଡ୍ଡାଙ୍କ କାର୍ଯ୍ୟକ୍ରମ ସାମୁୟିକ ଭାବେ ରଦ୍ଦ ହୋଇଥିବା ବେଳେ ନଭେମ୍ବର ୫ରେ ଅମିତ ଶାହଙ୍କ କାର୍ଯ୍ୟକ୍ରମ ଥିବା ବାସୁ କହିଛନ୍ତି। ଅମିତ ଶାହା ୫ ନଭେମ୍ବରରେ ମେଦିନପୁର ଜିଲ୍ଳା ଗସ୍ତକରି ସଂଗଠନମୂଳକ କାର୍ଯ୍ୟର ସମୀକ୍ଷା କରିବେ। ତାପରଦିନ ଦଳର ବିଭିନ୍ନ ବରିଷ୍ଠ ନେତାଙ୍କ ସହ ବୈଠକ କରିବେ ଶାହା।

ସେପଟେ ଭାଜପା ପ୍ରଭାରୀ କୈଳାଶ ବିଜୟବର୍ଗିୟାଙ୍କ ମତରେ ଅମିତ ଶାହା ବହୁ ବରିଷ୍ଠ ନେତାଙ୍କ ସହ ବିଧାନସଭା ନିର୍ବାଚନ ପ୍ରସ୍ତୁତି ନେଇ ରୁଦ୍ଧଦ୍ବାର ବୈଠକ କରିପାରନ୍ତି। ଏହାସହ କୋଲକାତାର ଏକ ସମ୍ବାଦଦାତା ସମ୍ମିଳନୀକୁ ଶାହା ସମ୍ବୋଧନ କରିପାରନ୍ତି ବୋଲି ସେ କହିଛନ୍ତି। ମିଳିଥିବା ସୂଚନା ଅନୁସାରେ ଅମିତ ଶାହା କୈଳାଶ ବିଜୟବର୍ଗିୟା, ଉପାଧ୍ୟକ୍ଷ ମୁକଲ ରାୟ, ରାଜ୍ୟ ବିଜେପି ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କ ସମେତ ବହୁ ବୁଥ ଓ ବ୍ଲକ ସ୍ତରୀୟ ନେତାଙ୍କ ସହ ଆଲୋଚନା କରିପାରନ୍ତି ଅମିତ ଶାହା।

ଚଳିତ ବର୍ଷ ଆରମ୍ଭରୁ ଅମିତ ଶାହା ଏକ ଡିଜିଟାଲ ରାଲି ପଶ୍ଚିମବଙ୍ଗରେ କରିଥିଲେ। ତେବେ କରୋନା କାଳରେ ଲାଗିଥିବା ଲକ୍‌ଡାଉନ୍‌ ପରେ ନଭେମ୍ବର ୫ ଗସ୍ତ ଅମିତ ଶାହାଙ୍କ ପ୍ରଥମ ଗସ୍ତ ହେବ। ଏହା ପୂର୍ବରୁ ମାର୍ଚ୍ଚ ପହିଲାରେ ପଶ୍ଚିମବଙ୍ଗ ଗସ୍ତ କରିଥିଲେ ଅମିତ ଶାହା।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ଆଇନା ଶୃଙ୍ଖଳା ବିଗୁଡ଼ୁଥିବା ନେଇ ରାଜ୍ୟପାଳ ଜଗଦୀପ ଧନଖଡ଼ ବାରମ୍ବାର ରାଜ୍ୟ ସରକାରଙ୍କୁ ଅଭିଯୋଗ କରୁଛନ୍ତି। ଏପରିକି ରାଜ୍ୟ ବିଜେପି ନେତା ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବି କରୁଛନ୍ତି ।ଏହାରି ଭିତରେ ଗତାକଲି ରାଜ୍ୟପାଳ ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ରାଜ୍ୟରେ ଚାଲିଥିବା ଆଇନ୍‌ ଶୃଙ୍ଖଳା ପରିସ୍ଥିତି ସମ୍ପର୍କ​‌ରେ କହିଛନ୍ତି।   

   Related Posts