ଲୋକସଭା ନିର୍ବାଚନ ପୂର୍ବରୁ ପୁଣି ଥରେ ଚାଣକ୍ୟ ଭୂମିକାରେ ଅମିତ ଶାହ, ୧୧ ରାଜ୍ୟ ଯାତ୍ରା କରି ପରଖିବେ ସ୍ଥିତି

Published By : Prameya-News7 Bureau | January 02, 2023 IST

ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଚଳିତ ମାସରେ ପାର୍ଟିର ଲୋକସଭା ପ୍ରବାସ କାର୍ଯ୍ୟକ୍ରମ ପାଇଁ ୧୧ ରାଜ୍ୟର ଯାତ୍ରା କରିବେ । ଏହାର ଉଦ୍ଦେଶ୍ୟ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ନିର୍ଦ୍ଦିଷ୍ଟ ସଂସଦୀୟ କ୍ଷେତ୍ରରେ ଦଳ ପାଇଁ ସମ୍ଭାବନା ବଢାଇବା । ଲୋକସଭା ନିର୍ବାଚନ ୨୦୨୪କୁ ଗୋଟିଏ ବର୍ଷ ଥିବା ବେଳେ ଶାହଙ୍କ ଯୋଜନା ସ୍ପଷ୍ଟ କରୁଛି ଯେ ସେ ପୁଣି ଥରେ ଦଳ ପାଇଁ ଚାଣକ୍ୟ ଭୂମିକାରେ ନଜର ଆସିବେ।

ଦଳୀୟ ସୂତ୍ର ଅନୁସାରେ, ଅମିତ ଶାହ ଜାନୁଆରୀ ୫ରେ ତ୍ରିପୁରା ଏବଂ ଜାନୁଆରୀ ୬ରେ ମଣିପୁର ଏବଂ ନାଲାଲାଣ୍ଡରେ ରହିବେ । ଜାନୁଆରୀ ୭ରେ ଛତିଶଗଡ ଏବଂ ଝାଡଖଣ୍ଡର ଏବଂ ଜାନୁଆରୀ ୮ରେ ଆନ୍ଧ୍ର ପ୍ରଦେଶରେ ଯାତ୍ରା କରିବେ । ପାର୍ଟିର ସୂତ୍ର ଅନୁସାରେ ଜାନୁଆରୀ ୧୮ରେ ସେ ଉତ୍ତର ପ୍ରଦେଶ ଏବଂ ଜାନୁଆରୀ ୧୭ରେ ପଶ୍ଚିମବଙ୍ଗ ଏବଂ ଜାନୁଆରୀ ୨୮ରେ କର୍ଣ୍ଣାଟକ ଯାତ୍ରା କରିବେ । ସେହିପରି ଜାନୁଆରୀ ୨୯ରେ ହରିୟାଣା ଏବଂ ପଞ୍ଜାବ ଯାତ୍ରା କରିବେ ।

ବିଜେପିର ପ୍ରମୁଖ ନିର୍ବାଚନ ରଣନୀତିକାର ଅମିତ ଶାହ ୨୦୧୪ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦଳର ବିସ୍ତାରର କେନ୍ଦ୍ରରେ ଅଛନ୍ତି । ୨୦୧୯ ନିର୍ବାଚନରେ ଦଳ ପରାଜିତ ହୋଇଥିବା ପ୍ରମୁଖ ୧୬୦ ଆସନ ଉପରେ ଦଳର ଅଧିକ ଫୋକସ ରହିଛି । ପାର୍ଟିର ବିଶ୍ୱାସ ଏଠାରେ ସଂଗଠନ ଏବଂ ସାମାଜିକ ଆଧାରକୁ ମଜଭୁତ କରି ବିଜୟ ସ୍ଥିତିକୁ ମଜଭୁତ କରାଯାଇ ପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.