ତେଜସ୍ବୀଙ୍କୁ ଶାହଙ୍କ ଟର୍ଗେଟେ, କହିଲେ- ବିହାରର ବଜେଟ୍ ବିଷୟରରେ ଜାଣିଥିଲେ ୧୦ ଲକ୍ଷ ଚାକିରୀ ଦେବାକୁ ପ୍ରତିଶ୍ରୁତି ଦେଇନଥାନ୍ତେ
5/11/2020 at 8:35 PM

ପାଟନା ୫/୧୧: ବିହାର ବିଧାନସଭା ନିର୍ବଚନ ଜାରି ରହିଛି। ନଭେମ୍ବର ୭ରେ ଶେଷ ପର୍ଯ୍ୟାୟ ମତଦାନ ହେବାକୁ ଥିବା ବେଳେ ପଶ୍ଚିମବଙ୍ଗରୁ ଆରଜେଡି ନେତା ତେଜସ୍ବୀଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ନେତା ଅମିତ ଶାହ । ବିହାର ବଜେଟ୍ ସମ୍ପର୍କରେ ଜାଣିଥିଲେ ୧୦ ଲକ୍ଷ ଚାକିରୀ ଦେବାକୁ ତେଜସ୍ବୀ ପ୍ରତିଶୃତି ଦେଇ ନଥାନ୍ତେ ବୋଲି ଅମିତ ଶାହ କହିଛନ୍ତି।
ଗୃହମନ୍ତ୍ରୀ ଅମିତ ଶାହ ଏବେ ପଶ୍ଚିମବଙ୍ଗରେ ଅଛନ୍ତି। ସେଠାରୁ ହିଁ ଆରଜେଡି ନେତା ତେଜସ୍ବୀ ଯାଦବଙ୍କୁ ଟାର୍ଗେଟ କରିବାକୁ ଭୁଲି ନାହାନ୍ତି ଶାହ। ଏହାସହ ସେ କହିଛନ୍ତି, ‘ଆମେ ବ୍ୟସ୍ତ ହେଉନାହୁଁ। କିନ୍ତୁ ବିହାରରେ ୧୦ ଲକ୍ଷ ଚାକିରୀ ଦେବା ସମ୍ଭବ ନୁହେଁ। ତେଜସ୍ବୀ ବିହାର ବଜେଟ୍କୁ ଭଲ ଭାବେ ଜାଣିନାହାନ୍ତି।’ ଏହସହ ଜନତା ଆରଜେଡିର ୧୫ ବର୍ଷ ଶାସନକୁ ଭୁଲିନାହାନ୍ତି ବୋଲି ଅମିତ ଶାହ କହିଛନ୍ତି।
ସୂଚନାଯୋଗ୍ୟ, ବିହାର ବିଧାନସଭା ନିର୍ବାଚନ ଜାରି ରହିଛି। ୩ଟି ପର୍ଯ୍ୟାୟରେ ମତଦାନ ହେବାକୁ ଘୋଷଣା ହୋଇଥିଲା। ଏବେ ସୁଦ୍ଧା ଦୁଇଟି ପର୍ଯ୍ୟାୟ ମତଦାନ ସରିଥିବା ବେଳେ ତୃତୀୟ ପର୍ଯ୍ୟାୟ ମତଦାନ ନଭେମ୍ବର ୭ରେ ହେବ। ତେବେ ବିହାର ନିର୍ବାଚନ ଫଳାଫଳ ନଭେମ୍ବର ୧୦ ବାହାରିବ।