ବିରୋଧୀଙ୍କୁ ଗୃହମନ୍ତ୍ରୀଙ୍କ ଜବାବ; କହିଲେ ଏଲଏସିରେ ‘ହିମବୀର’ ନିୟୋଜିତ, ସୀମା ଅତିକ୍ରମ କରିବା ଶତ୍ରୁ ପାଇଁ ଅସମ୍ଭବ

Published By : Prameya-News7 Bureau | December 31, 2022 IST

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରେ ଭାରତୀୟ ସେନା ଓ ପିଏଲଏର ସଂଘର୍ଷ ପରେ ମୁହଁ ଖୋଳିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ଏଲଏସିକୁ ନେଇ କୌଣସି ପ୍ରକାର ଚିନ୍ତା କରିବାର ନାହିଁ । ସୁରକ୍ଷାବଳ ଲଗାତାର ସୀମା ଉପରେ ନଜର ରଖିଛି, ଭାରତର ଇଞ୍ଚେ ବି ଜମି କେହି ନେଇ ପାରିବେ ନାହିଁ ବୋଲି ଶାହା କହିଛନ୍ତି ।

ତଓ୍ବାଙ୍ଗ ସେକ୍ଟରରେ ସଂଘର୍ଷ ପରେ କେନ୍ଦ୍ର ସରକାରଙ୍କୁ କାଠଗଡ଼ା ଟାଣିଥିଲେ ବିଭିନ୍ନ ରାଜନୈତିକ ଦଳ । ସୀମା ସୁରକ୍ଷାକୁ ନେଇ ପ୍ରଶ୍ନର ପାହାଡ଼ ଛିଡ଼ା କରିଥିଲେ । ବିରୋଧଙ୍କ ଟାର୍ଗେଟରେ ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା । ତେବେ ଶନିବାର ଏହାର ଜବାବ ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ସେ ଭାରତ-ତିବ୍ବତ ସୀମା ପୋଲିସ ତଥା ଆଇଟିବିପିକୁ ସମ୍ବୋଦ୍ଧିତ କରିବା ସହିତ ହିମବୀରଙ୍କୁ ପ୍ରଶଂସା କରିଛନ୍ତି । ସୀମାରେ ପ୍ରାଚୀର ଭଳି ସୁରକ୍ଷାବଳ ଛିଡ଼ା ହୋଇଛି । ତେଣୁ ଚୀନ ଏଲଏସି ଅତିକ୍ରମ କରିବା ଅସମ୍ଭବ । ଆଇଟିପି ଯବାନ ନିୟୋଜିତ ଥିବା ପର୍ଯ୍ୟନ୍ତ ସୀମା ସୁରକ୍ଷାକୁ ନେଇ ଚିନ୍ତା କରିବାର ଆବଶ୍ୟକତା ନାହିଁ ବୋଲି ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି।

ଶନିବାର ଆଇଟିବର ରେସିଡେନ୍ସିଆଲ୍ ପରସରର ଉଦଘାଟନ କରି ଯବାନଙ୍କୁ ପ୍ରଶଂସା କରିଛନ୍ତି । ଆଇଟିବର ଯବାନମାନେ ଦୁର୍ଗମ ଅଞ୍ଚଳରେ ନିୟୋଜିତ ହୋଇଛନ୍ତି । ମାଇନସ୍ ୪୨ ଡିଗ୍ରୀ ତାପମାତ୍ରାରେ ହିମବୀର ଦେଶକୁ ସୁରକ୍ଷା ଦେଉଛନ୍ତି । ତେଣୁ ଭାରତ ଉପରେ ଖରାପ ନଜର ପକାଇବା କାହାର ସାହାସ ହେବ ନାହିଁ । କଠିନ ପରିସ୍ଥିତିରେ ଦେଶ ସୁରକ୍ଷା ପାଇଁ ପ୍ରାଚୀର ପରି ଛିଡ଼ା ହୋଇଛନ୍ତି ଆଇଟିବିପି ଯବାନ । ତେଣୁ ତାଙ୍କୁ ‘ହିମବୀର’ କୁହାଯାଉଛି । ସେମାନଙ୍କ ପାଇଁ ‘ହିମବୀର’ ଉପାଧି ପଦ୍ମଶ୍ରୀ ଓ ପଦ୍ମ ବିଭୂଷଣ ଠାରୁ କିଛି କମ୍ ନୁହେଁ ବୋଲି ଅମିତ ଶାହା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.