କେସିଆରଙ୍କ ଉପରେ ବର୍ଷିଲେ ଅମିତ ଶାହ, କହିଲେ- ‘ଓୱେସୀଙ୍କୁ ଡରୁଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ’

Published By : Prameya-News7 Bureau | July 03, 2022 IST

ନୂଆଦିଲ୍ଲୀ ୦୩/୦୭ : ହାଇଦ୍ରାବାଦରେ ବିଜେପିର ଦୁଇ ଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ସରିଛି। ଏହି କାର୍ଯ୍ୟକାରିଣୀ ବୈଠକ ସରିବା ପରେ ସେଠାରେ ଏକ ଜନସଭାକୁ ସମ୍ୱୋଧନ କରିବା ସମୟରେ କେନ୍ଦ୍ରୀ ଗୃହମନ୍ତ୍ରୀ ଅମିତ ଶାହ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ଟାର୍ଗେଟ କରି ତାଙ୍କ ଉପରେ ଜୋରଦାର ବର୍ଷିଛନ୍ତି। ସେ କହିଛନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ଏଆଇଏମଆଇଏମର ମୁଖ୍ୟ ଅସଦୁଦ୍ଦିନ ଓୱେସିଙ୍କୁ ଡରୁଛନ୍ତି। ଓୱେସିଙ୍କୁ ଡରି କେସିଆର ହାଇଦ୍ରାବାଦରେ ମୁକ୍ତି ଦିବସ ପାଳନ କରୁନାହାନ୍ତି।

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ‘ଯେତେବେଳେ ତେଲେଙ୍ଗାନା ଆନ୍ଦୋଳନ ଚାଲୁଥିଲା କେସିଆର କହିଥିଲେ ଆମେ ହାଇଦ୍ରାବାଦ ମୁକ୍ତି ଦିବସ ପାଳନ କରିବୁ। କୁହନ୍ତୁ ଭାଗ୍ୟନଗରର ବାସିନ୍ଦାମାନେ ହାଇଦ୍ରାବାଦ ମୁକ୍ତି ଦିବସ ପାଳନ କରାଯାଇଛିକି?... ସେ ହାଇଦ୍ରାବାଦରେ ମୁକ୍ତି ଦିବସ ପାଳନ କରୁନାହାନ୍ତି କାରଣ ଓୱେସୀଙ୍କୁ ଡର ଲାଗୁଛି। ଆଜି ମୁଁ ଭାଗ୍ୟନଗର ହାଇଦ୍ରାବାଦରେ ଛିଡ଼ା ହୋଇଛି’। ପୁରା ଦେଶ ଜାଣିଛି ଯଦି ସରଦାର ପଟେଲ ନଥାନ୍ତେ ଆଜି ହାଇଦ୍ରାବାଦ ଭାରତର ଅଂଶ ହୋଇ ନଥାନ୍ତା।    

ଟିଆରଏସ ଓ ମୁଖ୍ୟମନ୍ତ୍ରୀଙ୍କ ଚନ୍ଦ୍ରଶେଖର ରାଓଙ୍କୁ ଟାର୍ଗଟ କରି ଶାହ କହିଛନ୍ତି ତାଙ୍କ ସରକାର ରାଜ୍ୟର ଲୋକମାନଙ୍କର ଆଶା ଆକାଙ୍କ୍ଷାକୁ ପୁରଣ କରିବାରେ ବିଫଳ ହୋଇଛନ୍ତି ଓ ଭ୍ରଷ୍ଟାଚାରରେ ଲିପ୍ତ ହୋଇଛନ୍ତି। ସେ ତେଲେଙ୍ଗାନା ରାଜ୍ୟବାସୀଙ୍କୁ ଅପିଲ କରି କହିଛନ୍ତି ‘ଥରେ ବିଜେପିକୁ ସାଥ୍‌ ଦିଅନ୍ତୁ। ଟିଆରଏସ ସରକାରକୁ ମୂଳରୁ ଉପାଡ଼ି ଫିଙ୍ଗି ଦିଅନ୍ତୁ’। ଶାହ କହିଛନ୍ତି ରାଜ୍ୟରେ ବିଜେପି ସରକାର ହେଲେ ଟିଆରଏସ ଯେଉଁ ପ୍ରତିଶୃତି ପୁରଣ କରିନାହିଁ, ତାକୁ ବିଜେପି ସରକାର ପୁରଣ କରିବ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.