Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପ୍ରଧାନମନ୍ତ୍ରୀ ହେବାକୁ ନୀତିଶଙ୍କ ଇଚ୍ଛା, କିନ୍ତୁ ଫାଙ୍କା ନାହିଁ ପିଏମ୍‌ ଆସନ: ଅମିତ ଶାହ

16/09/2023 at 9:22 PM

ଝାନଝରପୁର, ୧୬/୯: ଲୋକସଭା ନିର୍ବାଚନ ୨୦୨୪ ପୂର୍ବରୁ ମୋ ମାଟି ମୋ ଦେଶ ନାଁ ଅଭିଯାନ ଆରମ୍ଭ କରିଛି ବିଜେପି। ଏହି ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବିହାରରେ ସଭାର ଆୟୋଜନ କରିଛନ୍ତି। ଶନିବାର ବିହାରର ମଧୁବନୀରେ ଆୟୋଜିତ ସଭାରେ ଇଣ୍ଡିଆ ମେଣ୍ଟକୁ ଟାର୍ଗେଟ୍‌ କରିଥିଲେ। ମେଣ୍ଟରେ ସାମିଲ ଥିବା ପୂର୍ବ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସମେତ ସିଏମ୍‌ ନୀତିଶ କୁମାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।

ଗୃହମନ୍ତ୍ରୀ ସାହ ମଧୁବନୀ ଜିଲ୍ଲାରୁ ଝାଞ୍ଜରପୁର ଆୟୋଜିତ ସଭାରେ ସମ୍ବୋଧନ କରି କହିଛନ୍ତି ଯେ ଏହି ମେଣ୍ଟ, ସ୍ୱାର୍ଥର ମେଣ୍ଟ, ଲାଲୁଜୀ ନିଜ ପୁଅକୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଛନ୍ତି ଏବଂନୀତିଶ ଜୀ ପ୍ରତ୍ୟେକ ଥର ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଛନ୍ତି। ନୀତିଶ ବାବୁ ଆପଣଙ୍କ ଦ୍ୱାରା ଶାଗ ସିଝିବନି, ପ୍ରଧାନମନ୍ତ୍ରୀ ପଦ ସେଠାରେ ଖୋଲିନି। ପୁଣି ଥରେ ନରେନ୍ଦ୍ର ମୋଦୀ ବସିବାକୁ ଯାଉଛନ୍ତି।

ଶାହ ଆହୁରି କହିଛନ୍ତି ଯେ ୨୦୨୪ ନିର୍ବାଚନରେ ଆସିବାର ଅଛି। ୪୦ ପ୍ରତିଶତ ଭୋଟ୍ ଓ ୩୧ ଆସନ ସହିତ ମୋଦୀଙ୍କୁ ପ୍ରଧାନମନ୍ତ୍ରୀ କରି କାମ କରିବାର ସୁଯୋଗ ଦେଇଥିବାରୁ ମୁଁ ବିହାରର ଜନତାଙ୍କୁ ଅଶେଷ ଧନ୍ୟବାଦ ଦେବାକୁ ଚାହୁଁଛି। ୨୦୧୯ରେ ମଧ୍ୟ ୫୩ ପ୍ରତିଶତ ଭୋଟ୍‌ ଓ ୩୯ ସିଟ୍‌ ଦେଇ ମୋଦୀଙ୍କୁ ପୁଣି ଥରେ ପ୍ରଧାନମନ୍ତ୍ରୀ କରାଇଲେ। ଝାଞ୍ଜରପୁରର ଜନତାଙ୍କ ମଧ୍ୟରେ ଯେଉଁପରି ଉତ୍ସାହ ଦେଖିବାକୁ ମିଳୁଛି ୨୦୨୪ରେ ପୂର୍ବ ରେକର୍ଡକୁ ଭାଙ୍ଗି  ୪୦ରୁ ୪୦ ସିଟ୍‌ ଏନ୍‌ଡିଏ ଓ ବିଜେପି ଜିତିବ।  

   Related Posts