ମିଆଁମାରକୁ ଲାଗିଥିବା ଭାରତ ସୀମାରେ ଲାଗିବ ତାର ବାଡ଼, ଅବାଧ ଯାତାୟାତ ହେବ ବନ୍ଦ

Published By : Prameya-News7 Bureau | January 20, 2024 IST

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଭାରତ-ମିଆଁମାର ସୀମାରେ ତାର ବାଡ଼ ଲଗାଇବା ପାଇଁ ଘୋଷଣା କରିଛନ୍ତି । ଏହାସହ ଅବାଧ ଗମନାଗମନ ଉପରେ ମଧ୍ୟ ରୋକ ଲଗାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ଗୃହମନ୍ତ୍ରଣାଳୟ ଏହି ଘୋଷଣା କରିଛି । ଏନଡିଟିଭିର ରିପୋର୍ଟ ଅନୁସାରେ ମିଆଁମାର ସହ ଥିବା ଭାରତୀୟ ସୀମାରେ ବାଡ଼ ଲଗାଯିବା ନେଇ କେନ୍ଦ୍ରର ନିଷ୍ପତ୍ତି ଏପରି ସମୟରେ ଆସିଛି, ଯେତେବେଳେ ପଡ଼ୋଶୀ ଦେଶର ସୈନିକ ଜାତିଗତ ହିଂସାରୁ ବଞ୍ଚିବା ପାଇଁ ଭାରତରେ ଶରଣ ନେଉଛନ୍ତି । ଏହାଛଡ଼ା ମଣିପରୁର ବର୍ତ୍ତମାନ ସ୍ଥିତିକୁ ଦେଖି ମଧ୍ୟ ସୀମାରେ ନୀରକ୍ଷଣ ଜରୁରି ହୋଇପଡ଼ିଛି ।  

ଉଲ୍ଲେଖଯୋଗ୍ୟ ଯେ ଗତ ତିନି ମାସରେ ମିଆଁମାର ସେନାର ପ୍ରାୟ ୬୦୦ ସୈନିକ ଭାରତରେ ଅନୁପ୍ରବେଶ କରିଛନ୍ତି । ସରକାରୀ ସୂତ୍ର ଅନୁସାରେ ପଶ୍ଚିମ-ମିଆଁମାର ରାଜ୍ୟ ରଖାଇନରେ ଉଗ୍ରବାଦୀଙ୍କ ଦ୍ୱାରା ସୈନିକ ଶିବିର ଉପରେ କବଜା ପରେ ସେମାନେ ମିଜୋରାମର ଲାଙ୍ଗଟଲାଇ ଜିଲ୍ଲାରେ ଶରଣ ନେଇଛନ୍ତି । ଅନ୍ୟପଟେ ମଣିପୁରରେ ଅଶାନ୍ତି ପଛରେ ମିଆଁମାରର ଉଗ୍ରବାଦୀ ସଂଗଠନର ହାତ ଥିବା କୁହାଯାଉଛି ।

ପଢନ୍ତୁ: ମଣିପୁରରେ ବିଦ୍ରୋହୀଙ୍କ ସହ ମୁହାଁମୁହିଁ ବେଳେ ୨ ଯବାନ ସହିଦ, ଉଚ୍ଚସ୍ତରୀୟ ବୈଠକ ଡକାଇଲେ ସିଏମ୍ ବିରେନ ସିଂ

ଅନୁମାନ କରାଯାଉଛି ଯେ ମଣିପୁର ଜାତିଗତ ହିଂସା ପଛରେ ମିଆଁମାରର ଉଗ୍ରବାଦୀ ସଂଗଠନ ହାତ ଥାଇପାରେ । ମଣିପୁରର ସୁରକ୍ଷା ପରାମର୍ଶଦାତା କୁଳଦୀପ ସିଂ ବୁଧବାର କହିଥିଲେ ଯେ ମଣିପୁର ସୀମାବର୍ତ୍ତୀ ସହର ମୋରେହରେ ହିଂସାରେ ମଣିପୁର ଉଗ୍ରବାଦୀ ସାମିଲ ଥିବା ସମ୍ଭାବନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.