ରାଜୋରୀରେ ୬ ହିନ୍ଦୁଙ୍କ ହତ୍ୟା ପରେ ଆକ୍ସନରେ ଅମିତ୍ ଶାହ, ତଦନ୍ତ କରିବ ଏନଆଇଏ

Published By : Prameya-News7 Bureau | January 13, 2023 IST

ନୂଆଦିଲ୍ଲୀ: ନୂଆ ବର୍ଷ ଅବସରରେ ଜାମ୍ମୁ କାଶ୍ମୀରର ରାଜୋରୀ ଜିଲ୍ଲାରେ ଦୁଇ ଆତଙ୍କବାଦୀ ଆକ୍ରମଣ ଘଟଣାର ତଦନ୍ତ ଏନଆଇଏକୁ ହସ୍ତାନ୍ତର କରାଯାଇଛି । ଜାମ୍ମୁରେ ଏକ ଉଚ୍ଚସ୍ତରୀୟ ବୈଠକ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ଘୋଷଣା କରିଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଭାରତ ସରକାର ଦୁଇ ଦିନରେ ହୋଇଥିବା ଘଟଣାର ତଦନ୍ତ ଦାୟିତ୍ୱ ଏନଆଇଏକୁ ଦେଇଛନ୍ତି । ଏନଆଇଏ ଏବଂ ଜାମ୍ମୁ ପୋଲିସ ମିଶି ଏହାର ତଦନ୍ତ କରିବ । ଏହା ପୂର୍ବରୁ ଘଟଣାର ତଦନ୍ତ ଏନଆଇଏକୁ ଦେବା ପାଇଁ ସ୍ଥାନୀୟ ଗାଁର ସରପଞ୍ଚ ଧୀରଜ ଶର୍ମା ଦାବି କରିଥିଲେ ।

ଉଲ୍ଲେଖଯୋଗ୍ୟ ଯଏ ଜାନୁଆରୀ ୧ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୬ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ଅନ୍ୟ ୧୪ ଜଣ ଆହତ ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ହସ୍ପିଟାଲରେ ମୃତ୍ୟୁ ହୋଇଥିଲା । ଗୋଟିଏ ସ୍ଥାନରେ ଦୁଇଟି ଭିନ୍ନ ଭିନ୍ନ ଘଟଣାରେ ଆତଙ୍କୀମାନେ ହିନ୍ଦୁଙ୍କୁ ଟାର୍ଗେଟ କରିଥିଲେ । ଆତଙ୍କୀମାନେ ହିନ୍ଦୁଙ୍କ ଘର ଉପରକୁ ଗୁଳିମାଡ କରିଥିଲେ,ଏଥିରେ ଚାରି ଜଣଙ୍କ ମୃତ୍ୟୁ ହୋଇଥିଲା । ଏହାର ଗୋଟିଏ ଦିନ ପରେ ସେହି ଗାଁରେ ଆଇଇଡି ବିସ୍ଫୋରଣରେ ଦୁଇ ସମ୍ପର୍କୀୟ ଭାଇ ମୃତ୍ୟୁ ହୋଇଥିଲା । ପରେ ଅନ୍ୟ ଜଣଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଏହାସହ ଆତଙ୍କୀ ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୭ ହୋଇଥିଲା।

ଆକ୍ରମଣର ୧୨ ଦିନ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଦିନିକିଆ ଜାମ୍ମୁ କାଶ୍ମୀର ଗସ୍ତ କରି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି । ଏହାପରେ ପୀଡିତ ପରିବାରଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରିଥିଲେ । ଉପରାଜ୍ୟପାଳ ମନୋଜ ସିହ୍ନା ଏବଂ ପ୍ରଶାସନ ତଥା ସୁରକ୍ଷାକର୍ମୀଙ୍କ ଶୀର୍ଷ ଅଧିକାରୀ ଅମିତ ଶାହଙ୍କୁ ସ୍ୱାଗତ କରିଥିଲେ ।      

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.