ବଦଳିପାରେ ଶାହଙ୍କ ଭୂମିକା : ମନ୍ତ୍ରୀ ହେବେ ଅମିତ ଶାହ !

Published By : Prameya-News7 Bureau | May 24, 2019 IST

ନୂଆଦିଲ୍ଲୀ ୨୪/୫ : ୨୦୧୯ ଲୋକସଭା ନିର୍ବାଚନରେ ବିଜେପିର ପ୍ରଚଣ୍ଡ ବିଜୟ ପରେ ଆସନ୍ତା ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶପଥ ନେବେ । ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାପରେ ତାଙ୍କ ମନ୍ତ୍ରୀମଣ୍ଡଳରେ କିଏ କିଏ ସାମିଲ ହେବେ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ବିଜୟୀଙ୍କ ମଧ୍ୟରେ ସବୁଠାରୁ ଚର୍ଚ୍ଚିତ ନାଁ ହେଲା ଗାନ୍ଧିନଗରରୁ ଜିତିଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ଅମିତ ଶାହଙ୍କୁ କୌଣସି ପ୍ରମୁଖ ମନ୍ତ୍ରାଳୟ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ଅନ୍ୟାନ୍ୟ ମନ୍ତ୍ରୀମାନଙ୍କର ପଦୋନ୍ନତି ହୋଇପୋରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

{"id":115376}

ରିପୋର୍ଟ ଅନୁଯାୟୀ, ପ୍ରଥମଥର ପାଇଁ ଲୋକସଭାକୁ ଯାଇଥିବା ଅମିତ ଶାହ ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ସୁରକ୍ଷା ମାମଲାର ମନ୍ତ୍ରୀମଣ୍ଡଳୀୟ ସମିତି (ସିସଏସ)ରେ ସାମିଲ ହୋଇପାରନ୍ତି । ସିସଏସରେ ପ୍ରଧାନମନ୍ତ୍ରୀଙ୍କ ଛଡା ରକ୍ଷା, ଗୃହ, ବିଦେଶ ଓ ଅର୍ଥ ବିଭାଗର ୪ ଶିର୍ଷ ମନ୍ତ୍ରୀ ସାମିଲ ରହିଥାନ୍ତି । ଅର୍ଥାତ ଅମିତ ଶାହ ଏହି ୪ ମନ୍ତ୍ରୀ ପଦରୁ କୌଣସି ଗୋଟିଏ ମନ୍ତ୍ରୀ ପଦ ପାଇପାରନ୍ତି ।

{"id":115377}

ସୂଚନାଯୋଗ୍ୟ ଯେ, ଗୁଦୁରାଟରେ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ଥିବାବେଳେ ଅମିତ ଶାହ ତାଙ୍କ ମନ୍ତ୍ରୀମଣ୍ଡଳରେ ଗୃହମନ୍ତ୍ରୀ ଥିଲେ । ସେଥିପାଇଁ ଅମିତ ଶାହ କେନ୍ଦ୍ର ଗୃହମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ମୋଦି ସରକାରରେ କେନ୍ଦ୍ର ଗୃହମନ୍ତ୍ରୀ ଥବା ରାଜନାଥ ସିଂହ ଚଳିତ ଲୋକସଭା ନିର୍ବାଚନରେ ମଧ୍ୟ ଲକ୍ଷ୍ନୌ ଆସନରୁ ଜିତିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.