ଅମିତ ଶାହଙ୍କ ରେକର୍ଡ,୨ ଲକ୍ଷ ଭୋଟ୍‌ରେ ଆଗୁଆ

Published By : Prameya-News7 Bureau | June 04, 2024 IST

ଗୁଜରାଟ ୪/୬: ପୁରା ଦେଶରେ ଏବେ ଚାଲିଛି କାଉଣ୍ଟିଂ । କିଏ ଜିତିବ କିଏ ହାରିବ ତାକୁ ନେଇ ଆରମ୍ଭ ହୋଇଯାଇଛି ଅଙ୍କ କଷା । ଏତିକିବେଳେ ୨ ଲକ୍ଷ ଭୋଟରେ ଆଗୁଆ ରହି ରେକର୍ଡ କରିଛନ୍ତି ଅମିତ ଶାହ । ଗୃହମନ୍ତ୍ରୀ ଅମିତ ଶାହ ୨ଲକ୍ଷ ଭୋଟ୍‌ ବ୍ୟବଧାନରେ ଆଗୁଆ ଅଛନ୍ତି । ନିର୍ବାଚନ ଆୟୋଗ ଜାରି କରିଥିବା ତଥ୍ୟ ଅନୁସାରେ ଗୁଜରାଟ ଗାନ୍ଧି ନଗରରୁ ପ୍ରତିଦ୍ବନ୍ଦ୍ବିତା କରୁଥିବା ଅମିତ ଶାହ ୨ଲକ୍ଷ ଭୋଟ୍‌ରେ ଆଗୁଆ ଅଛନ୍ତି । ପୋରବନ୍ଦର ଆସନରୁ ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ମଧ୍ୟ ଆଗରେ ଅଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.