oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌
  • ||
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ଦେଶର ତୃତୀୟ ସବୁଠୁ ସୁରକ୍ଷିତ ବ୍ୟକ୍ତି ହେଉଛନ୍ତି ଗୃହମନ୍ତ୍ରୀ ଅମିତ ଶାହ, ଜାଣନ୍ତୁ ତାଙ୍କର ସୁରକ୍ଷା କିପରି

23/09/2022 at 3:45 PM

ନୂଆଦିଲ୍ଲୀ ୨୩।୯: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦେଶର ତୃତୀୟ ସବୁଠୁ ସୁରକ୍ଷିତ ବ୍ୟକ୍ତି। ଭାରତର ସବୁଠୁ କ୍ଷମତାଶାଳୀ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ପରେ ସବୁଠୁ ଅଧିକ ସୁରକ୍ଷା ମିଳିଛି। ଅମିତ ଶାହ ଏବେ ବିହାର ଗସ୍ତରେ ଅଛନ୍ତି। ଏହି ଗସ୍ତକାଳରେ ତାଙ୍କ ସୁରକ୍ଷାର କଡା ବ୍ୟବସ୍ଥା କରାଯାଇଛି। ଶାହଙ୍କ ମୁମ୍ବାଇ ଗସ୍ତକାଳରେ ହୋଇଥିବା ସୁରକ୍ଷା ତ୍ରୁଟି ଯୋଗୁ ବିହାର ଗସ୍ତ କାଳରେ ଏଥିପ୍ରତି କଡା ଦୃଷ୍ଟି ଦିଆଯାଇଛି।

ଏସଏସବି, ବିହାର ପୋଲିସ, ସିଆରପିଏଫ, ଏନଏସଜି, ବିଏମପି ଓ ସିଆଇଏସଏଫ ଶାହଙ୍କ ସୁରକ୍ଷାରେ ମୁତୟନ ହୋଇଛନ୍ତି। ଗୃହମନ୍ତ୍ରୀଙ୍କ ସୁରକ୍ଷା ଲାଗି ୭ଟି ସୁରକ୍ଷା ଏଜେନ୍ସୀଙ୍କ ଜବାନ ମୁତୟନ ହୋଇଥାନ୍ତି ଯେପରି ପକ୍ଷୀ ବି ତାଙ୍କ ସୁରକ୍ଷାରେ ପର ମାରିନପାରେ। ବିହାର ପ୍ରବାସ କାଳରେ କେନ୍ଦ୍ରଗୃହମନ୍ତ୍ରୀଙ୍କ ସୁରକ୍ଷାରେ ସାଢେ ୩ ହଜାର ପୋଲିସ ଫୋର୍ସ ମୁତନୟ ହୋଇଛନ୍ତି। ଏହା ଛଡା ସ୍ଥାନୀୟ ଥାନା ମାନଙ୍କୁ ମଧ୍ୟ ପାଟ୍ରୋଲିଂ କରିବାକୁ କୁହାଯାଇଛି।  ସେନାବିମାନଘାଟିରୁ ଇନ୍ଦିରାଗାନ୍ଧି ଷ୍ଟାଡିୟମ ପର୍ଯ୍ୟନ୍ତ ପ୍ରାୟ ୮୦ଟି  ଡ୍ରପଗେଟ୍ ଲଗାଯାଇଛି। ସେହିପରି ସମ୍ବେଦନଶୀଳ ସ୍ଥାନମାନଙ୍କରେ ବ୍ୟରିକେଡିଂ ମଧ୍ୟ କରାଯାଇଛି।

ପୂର୍ଣ୍ଣିୟାରେ ଗୃହମନ୍ତ୍ରୀଙ୍କ ସୁରକ୍ଷା ପାଇଁ ଏଠାରେ ତିନିଥାକିଆ ବ୍ୟବସ୍ଥା କରାଯାଇଛି। ଗୃହମନ୍ତ୍ରୀଙ୍କ ସହ କମାଣ୍ଡୋ ଏବଂ ଏନଏସଜି ଟିମ୍ ରହିବେ। ପଛକୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ୨୦୦ ସିଆରପିଏଫ ଜବାନ ମୁତୟନ ରହିବେ ସେହିପରି ତୃତୀୟ ଥାକରେ ବିହାର ପୋଲିସର ୩ହଜାର ଜବାନ ସାମରିକ ବିମାନ ଘାଟିରୁ ଆରମ୍ଭ କରି ଷ୍ଟାଡିୟମ ପର୍ଯ୍ୟନ୍ତ ଜଗି ରହିବେ।

ଭାରତରେ ଭିଆଇପି ସୁରକ୍ଷାରେ ଜେଡ୍ ପ୍ଲସ୍ ସିକ୍ୟୁରିଟିକୁ ସବୁଠୁ ସୁରକ୍ଷିତ ମନେ କରାଯାଏ। ଏଥିରେ ଅମିତ ଶାହଙ୍କ ସୁରକ୍ଷାରେ ସବୁଠୁ ଖାସ କଥା ହେଉଛି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଭଳି ତାଙ୍କ କମାଣ୍ଡୋଙ୍କୁ ବ୍ରିଫିକେସ୍ ବାଲିଷ୍ଟିକ୍ ସିଲ୍ଡ ଦିଆଯାଇଛି। ବ୍ରିଫକେସ୍ ବାଲିଷ୍ଟିକ୍ ସିଲ୍ଡ ପୋର୍ଟେବଲ ବୁଲେଟ୍ ପ୍ରୁଫ ସିଲଡ ହୋଇଥାଏ। ବ୍ରିଫକେସ୍ ଖୋଲିବାମାତ୍ରେ ଢାଲ ଭଳି କାମ କରେ। ଏମିତିରେ ଗୃହମନ୍ତ୍ରୀଙ୍କୁ ଆଡଭାନ୍ସ ସିକ୍ୟୁରିଟି ଲାୟଜନ ଏଏସଏଲ ସହିତ ସୁରକ୍ଷା ଦିଆଯାଏ।  

   Related Posts