କେରଳ ବ୍ଲାଷ୍ଟ ପରେ ଆକ୍ସନ୍ ମୋଡରେ ଅମିତ୍ ଶାହ, NIA ଓ NSGକୁ ତଦନ୍ତ ନିର୍ଦ୍ଦେଶ

Published By : Prameya-News7 Bureau | October 29, 2023 IST

ନୂଆଦିଲ୍ଲୀ: କେରଳର କୋଚିରେ ଏକ କନଭେନସନ୍ ସେଣ୍ଟରରେ ଯେହୋଭାସ୍ ସାକ୍ଷୀ (Jehova's Witnesses)ଙ୍କ ପ୍ରାର୍ଥନା ସଭାରେ ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଏହାସହ ୩୬ ଜଣ ଆହତ ହୋଇଛନ୍ତି । ଏହି ବିସ୍ଫୋରଣ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଆକ୍ସନ ମୋଡକୁ ଆସିଛନ୍ତି ।

ରାଷ୍ଟ୍ରୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) ଓ ରାଷ୍ଟ୍ରୀୟ ସୁରାକ୍ଷା ଗାର୍ଡ (ଏନଏସଜି) ଟିମକୁ କେରଳ ଯାଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ସହ ଫୋନ ଯୋଗେ କଥା ହୋଇ ସ୍ଥିତି ବାବଦରେ ପଚାରି ବୁଝିଛନ୍ତି ।

wp:html /wp:html

ପୋଲିସ କହିବା ଅନୁସାରେ ରବିବାର ସକାଳେ କେରଳର କୋଚି ଜିଲ୍ଲାର କଲାମାସେରୀ ଅଞ୍ଚଳରେ ଯେହୋଭାସ୍ ସାକ୍ଷୀଙ୍କ ପ୍ରାର୍ଥନା ସଭା ଚାଲିଥିଲା। ଏହି ସମୟରେ ଲଗାତାର ଅନେକ ବିସ୍ଫୋରଣ ହୋଇଥିଲା। କଲାମାସେରୀ ସିଆଇ ବିବିନ ଦାସ କହିଛନ୍ତି, ପ୍ରଥମ ବିସ୍ଫୋରଣ ୯ଟା ବେଳେ ହୋଇଥିଲା । ଆଗାମୀ ଏକ ଘଣ୍ଟା ଭିତରେ ଅନେକ ବିସ୍ଫୋରଣ ହୋଇଥିଲା । ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଘଟଣାକୁ ଦୁର୍ଭାଗ୍ୟପୂର୍ଣ୍ଣ କହିଛନ୍ତି । ଏହାସହ ମୃତ ବ୍ୟକ୍ତିଙ୍କ ପରିଜନଙ୍କ ପ୍ରତି ସମବେଦନା ଜଣାଇଛନ୍ତି ।

Also Read: ଏର୍ଣ୍ଣାକୁଲମ୍‌ରେ ବୋମା ବିସ୍ଫୋରଣ; ଜଣେ ମୃତ, ୨୦ ଆହତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.