ଜାମ୍ମୁ କାଶ୍ମୀରରେ ନୂଆ ଗୃହମନ୍ତ୍ରୀ ଅମିତ ଶାହଙ୍କ ଉଚ୍ଚ ସ୍ଥରୀୟ ବୈଠକ : ଜାରି ରହିବ ଜିରୋ ଟୋଲେରାନ୍ସ ନୀତି

Published By : Prameya-News7 Bureau | June 04, 2019 IST

ଶ୍ରୀନଗର ୪/୬ : ଜାମ୍ମୁ କାଶ୍ମୀରରେ ନୂଆ ଗୃହମନ୍ତ୍ରୀ ଅମିତ ଶାହ ଆନ୍ତରିକ ସୁରକ୍ଷାକୁ ନେଇ ଲଗାତାର ବୈଠକ କରୁଛନ୍ତି ।

ଆଜି ମଧ୍ୟ ଅମିତ ଶାହ ଏଠାରେ ବୈଠକ କରିଛନ୍ତି । ଗୃହସଚିବ ରାଜୀବ ଗୌବେ, ଅତିରିକ୍ତ ସଚିବ ଜ୍ଞାନେସ କୁମାରଙ୍କ ସମେତ ଅନେକ ଅଫିସର ଏହି ବୈଠକରେ ଉପସ୍ଥିତ ଥିଲେ । ବୈଠକରେ କାଶ୍ମୀର ଅବସ୍ଥା ଉପରେ ଆଲୋଚନା ହୋଇଥିଲା ।

ବୈଠକବେଳେ ଜାମ୍ମୁ କାଶ୍ମୀରରେ ନୂଆ ଭାବେ ଆନ୍ତରିକ ସୁରକ୍ଷା ପାଇଁ ଆୟୋଗ ଗଠନ ଉପରେ ବିଚାର କରାଯାଇଛି । ଏହା ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହ ଅମରନାଥ ଯାତ୍ରା ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ । ଏହାସହ କାଶ୍ମୀରରେ ଆତଙ୍କବାଦୀ ବିରୋଧରେ ଜାରି ଥିବା ଅପରେସନର ରିପୋର୍ଟ ମଧ୍ୟ ନେଇଥିଲେ । ଏହାଛଡା ଇଦ ଅବସରରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ଆଲୋଚନା ହୋଇଛି ।

{"id":119514}

ସୂଚନାଯୋଗ୍ୟ ଯେ, ବୈଠକରେ ଅମିତ ଶାହ ସୁରକ୍ଷାବଳଙ୍କୁ ସ୍ପଷ୍ଟ ନିର୍ଦେଶ ଦେଇଥିଲେ ଯେ, ସେ କୌଣସି ଆଲୋଚନାକୁ ନେଇ ପ୍ରଭାବିତ ନହୋଇ ଜିରୋ ଟୋଲେରାନ୍ସ ନୀତି ଜାରି ରଖନ୍ତୁ । ଚଳିତବର୍ଷ ଜାମ୍ମୁ କାଶ୍ମୀରରେ ୧୦୦ ରୁ ଅଧିକ ଆତଙ୍କବାଦୀ ସୁରକ୍ଷାବଳଙ୍କ ଦ୍ୱାରା ନିହତ ହୋଇଛନ୍ତି ।

ଅମିତ ଶାହ ଗୃହ ମନ୍ତ୍ରାଳୟ ଦାୟିତ୍ୱ ନେବାପରେ କାଶ୍ମୀର ଏଜେଣ୍ଡା ସ୍ପଷ୍ଟ କରିଦେଇଥିଲେ । ସେ ପ୍ରଥମେ କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ସହ ସାକ୍ଷାତ କରିଥିଲେ । ଏହାପରେ ସୋମବାର ଦିନ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ବୈଠକ କରିଥିଲେ ।

ସୂତ୍ର ଅନୁଯାୟୀ, କାଶ୍ମୀର ଘାଟିରେ ବର୍ତ୍ତମାନ ୨୮୭ ଆତଙ୍କବାଦୀ ସକ୍ରିୟ ଅଛନ୍ତି । ସେମାନଙ୍କ ବିରୋଧରେ ଏକ ଅପରେସନ ଚାଲିଛି । ଆଜି ମୋଦି ସରକାର ଜାମ୍ମୁ କାଶ୍ମୀରରେ ୧୦ ଆତଙ୍କବାଦୀଙ୍କ ତାଲିକା ଜାରି କରିଛି । ଏହି ଆତଙ୍କବାଦୀମାନେ କାଶ୍ମୀରରେ ବନ୍ଧୁକ ଧରି ନାନା ପ୍ଲାନ କରୁଛନ୍ତି । ଗୁଇନ୍ଦା ବିଭାଗ ସୂଚନା ଅନୁଯାୟୀ, ଏହି ୧୦ ଆତଙ୍କବାଦୀଙ୍କୁ ଖୁବ ଶୀଘ୍ର ସଫା କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.