ଅମିତ ଶାହ ଏମ୍ସରେ ଭର୍ତ୍ତି : ୨ ଦିନ ତଳେ ଦେଇଥିଲେ କରୋନାକୁ ମାତ୍

Published By : Prameya-News7 Bureau | August 18, 2020 IST

ନୂଆଦିଲ୍ଲୀ ୧୮/୮: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ନୂଆଦିଲ୍ଲୀ ସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି। ଡାକ୍ତରଙ୍କ ଏକ ଟିମ୍ ତାଙ୍କ ଦେଖାଶୁଣା କରୁଛି। ନିକଟରେ ଅମିତ ଶାହ କରୋନା ଯୁଦ୍ଧ ଜିତିଥିଲେ। ବିଳମ୍ବିତ ରାତିରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି।

 କୁହାଯାଉଛି ଯେ ଅମିତ ଶାହଙ୍କୁ ବିଳମ୍ବିତ ରାତି ପାଖାପାଖି ୨ଟାରେ ଏମ୍ସରେ ଭର୍ତ୍ତି କରାଯାଇଛି। ତାଙ୍କୁ ପୁରୁଣା ପ୍ରାଇଭେଟ୍ ଓ୍ବାର୍ଡ଼ରେ ରଖାଯାଇଛି। ଏମ୍ସ ନିର୍ଦେଶକ ଡାକ୍ତର ରଣଦୀପ ଗୁଲେରିଆଙ୍କ ନେତୃତ୍ବରେ ଏକ ଟିମ୍ ତାଙ୍କ ଦେଖାଶୁଣା କରୁଛି। ତାଙ୍କୁ ସାମାନ୍ୟ ଜ୍ବର ହୋଇଥିଲା। ଯାହା ପରେ ତାଙ୍କୁ ଏମ୍ସରେ ଆଡମିଟ୍ କରାଯାଇଛି।

 ଅଗଷ୍ଟ ୧୪ତାରିଖରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଥିଲା। ଅମିତ ଶାହ କରୋନାରେ ସଂକ୍ରମିତ ହେବାର ସୂଚନର ନିଜେ ଟ୍ବିଟ୍ କରି ଦେଇଥିଲେ। ଏହା ପରେ ତାଙ୍କୁ ମେଦାନ୍ତା ହସ୍ପିଟାଲରୁ ଛୁଟି ମିଳିଯାଇଥିଲା ଏବଂ ତାଙ୍କୁ ହୋମ୍ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଥିଲା। ଗତକାଲି ରାତିରେ ତାଙ୍କୁ ସାମାନ୍ୟ ଜ୍ବର ହେବାରୁ ପୁଣି ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.