୨୦୨୪ ନିର୍ବାଚନ ପାଇଁ ବିଜେପିର ପ୍ରସ୍ତୁତି, ଦିଲ୍ଲୀରେ ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ, ଫୋସକରେ ସେହି ୧୪୪ ଆସନ…
6/09/2022 at 9:06 PM

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନକୁ ନେଇ ବିଜେପି ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିଛି । ଏହି କ୍ରମରେ ମଙ୍ଗଳବାର ଶୀର୍ଷ ନେତାଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ହୋଇଛି । ଏହି ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ବହୁ କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ଥିଲେ । ଦଳ ପକ୍ଷରୁ ସେହି ୧୪୪ଟି ଆସନ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି, ଯେଉଁଠି ଗତ ଲୋକସଭା ନିର୍ବାଚନରେ ବିଜେପି କମ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲା।
ସୂତ୍ର ଅନୁସାରେ ଏହି ଆସନ ଗୁଡିକୁ ଗ୍ରୁପରେ ଭାଗ କରାଯାଇଥିଲା। ଏବଂ ପ୍ରତ୍ୟେକ ଗ୍ରୁପର ନେତୃତ୍ୱ ଜଣେ ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ ଦିଆଯାଇଥିଲା। ଏହି ନିର୍ବାଚନ କ୍ଷେତ୍ରରେ ବିଜେପିର ସ୍ଥିତି କିପରି ରହିଛି ସେ ବାବଦରେ କେନ୍ଦ୍ରମନ୍ତ୍ରୀମାନେ ଏଠାରେ ବିସ୍ତୃତ ଭାବେ ସୂଚନା ଦେଇଥିଲେ। ଏହାସହ ୨୦୨୪ ସାଧାରଣ ନିର୍ବାଚନରେ ବିଜେପିର ବିଜୟକୁ ସୁନିଶ୍ଚତ କରାଇବା ପାଇଁ ଆବଶ୍ୟକୀୟ ପଦକ୍ଷେପ ବାବଦରେ ଅବଗତ କରାଇଥିଲେ।
ତୃଣମୂଳ ସ୍ତରରୁ ମିଳିଥିବା ରିପୋର୍ଟକୁ ଆଧାର କରି ଏହି ଆସନ ଗୁଡିକ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯିବ ବୋଲି ଜଣାପଡିଛି । ଏହାସହ ମନ୍ତ୍ରୀମାନଙ୍କୁ ଦଳର ସଂଗଠନକୁ ତୃଣମୂଳ ସ୍ତରରୁ ମଜଭୁତ କରିବା ପାଇଁ କୁହାଯାଇଛି।