ଆଜିଠୁ ୨ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

Published By : Prameya-News7 Bureau | August 07, 2022 IST

ଭୁବନେଶ୍ୱର ୦୭।୦୮: ଆଜିଠୁ ୨ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଆଜି ରାତିରେ ଭୁବନେଶ୍ୱରରେ ପହଞ୍ଚିବେ । ଭୁବନେଶ୍ୱର ବିମାନ ବନ୍ଦରରେ ରାତି ୧୦ ଟାରେ ସେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ସକାଳୁ ଲିଙ୍ଗରାଜଙ୍କ ଦର୍ଶନ କରିବେ ।

କଟକରେ ଅମୃତ ମହୋତ୍ସବ ଅବସରରେ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ମଲ୍ୟାର୍ପଣ କରିବା ସହ ଜନ୍ମ ସ୍ଥାନ ପରିଦର୍ଶନ କରିବେ। ୮ ତାରିଖ ପୂର୍ବାହ୍ନରେ କଟକର ଇନଡୋର୍ ଷ୍ଟାଡିୟମରେ ହେବାକୁ ଥିବା ଦୈନିକ ଖବର କାଗଜ ପ୍ରଜାତନ୍ତ୍ରର ୭୫ ତମ ସ୍ୱନକ୍ଷତ୍ର ଦିବସରେ ଯୋଗଦେବେ କେନ୍ଦ୍ର ଗୃହମନ୍ତ୍ରୀ । ଏହା ପରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ରାଜନୈତିକ କାର୍ଯ୍ୟକ୍ରମରେ ଯୋଗଦେବେ । ଅପରାହ୍ନରେ ମୋଦି@20 ଡିଜିଟାଲ ଇଣ୍ଡିଆର ଉନ୍ମୋଚନ କରିବେ। ଆସନ୍ତାକାଲି ସନ୍ଧ୍ୟାରେ ଓଡିଶା ଛାଡିବେ ବୋଲି ପ୍ରେସମିଟ୍ ରେ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.