ଓଡିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ମାସକ ଭିତରେ ଆସିପାରନ୍ତି
7/01/2023 at 12:26 PM

ଭୁବନେଶ୍ୱର ୦୭।୦୧ : ଓଡିଶା ଆସିବେ ଶାହ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡିଶା ଗସ୍ତରେ ଆସିବ । ଏନେଇ ରାଜ୍ୟରେ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେପିର ଲୋକସଭା ପ୍ରବାସ କାର୍ଯ୍ୟକ୍ରମରେ ଓଡିଶା ଆସିବେ ବିଜେପିର ଚାଣକ୍ୟ | ଚଳିତ ମାସ ଶେଷ କିମ୍ବା ଆଗାମୀ ମାସ ପ୍ରଥମାର୍ଦ୍ଧରେ ଓଡିଶା ଆସିବେ । ଏନେଇ ଖୁବ ଶୀଘ୍ର ସ୍ଥାନ ଏବଂ ତାରିଖ ନିର୍ଦ୍ଧାରଣ କରାଯିବ ବୋଲି ସୂଚନା ଦେଇଛନ୍ତି ।
ସେହିପରି ପୂର୍ବରୁ ମଧ୍ୟ ଦଳୀୟ କାର୍ଯ୍ୟକ୍ରମରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସିଥିଲେ । ସେ କନ୍ଧମାଳ ଓ ପୁରୀ ଲୋକସଭା ଆସନରେ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
Related Posts
ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ; ଡାକ୍ତରୀ ମାଇନା ପରେ ଅଭିଯୁକ୍ତ ଗିରଫ
31 January 2023