ନେତାଜୀଙ୍କ ଜନ୍ମସ୍ଥାନ ଵୁଲିଲେ କେନ୍ଦ୍ର ଗୃହମନ୍ତ୍ରୀ, ପ୍ରତିମୂର୍ତ୍ତିରେ କଲେ ପୁଷ୍ପମାଲ୍ୟ ଅର୍ପଣ

Published By : Prameya-News7 Bureau | August 08, 2022 IST

କଟକ ୦୮।୦୮ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କଟକ ଗସ୍ତ ସମୟରେ ନେତାଜୀଙ୍କ ଜନ୍ମସ୍ଥାନ ଵୁଲି ଦେଖିଛନ୍ତି। ଅମିତ ଶାହଙ୍କ ସହ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ନେତାଜୀଙ୍କ ଜନ୍ମସ୍ଥାନ ଵୁଲି ଦେଖିଛନ୍ତି।

{"id":667899,"sizeSlug":"full","linkDestination":"none"}

ତେବେ ଗୃହ ମନ୍ତ୍ରୀ ଅମିତ ଶାହ ନେତାଜୀଙ୍କ ଜନ୍ମସ୍ଥାନରେ ପହଞ୍ଚିଵା ପରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ପରେ ନେତାଜୀଙ୍କ ଫଟୋ ଓ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ନେତାଜୀ ସଂଗ୍ରହାଳୟ ଵୁଲି ଦେଖିବା ସହ ସଂଗ୍ରହାଳୟର କର୍ମଚାରୀ ମାନଙ୍କ ସହ ଗୃହ ମନ୍ତ୍ରୀ କିଛି ସମୟ ପାଇଁ ଆଲୋଚନା କରିଥିଲେ। ଏହି ଅଵସରରେ ନେତାଜୀଙ୍କ ଉପରେ ଜଣେ ଯୁଵ ଲେଖକ ଲେଖିଥିଵା ପୁସ୍ତକ ଅମିତ ଶାହଙ୍କୁ ପ୍ରଦାନ କରାଯାଇଥିଲା। ଅମିତ ଶାହଙ୍କ ଗସ୍ତକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ଓ କେନ୍ଦ୍ରୀୟ ସୁରକ୍ଷା ଵଳ ଦ୍ବାରା କଡା ସୁରକ୍ଷା ଵ୍ୟଵସ୍ଥା ଗ୍ରହଣ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.