ଗାଁରେ ପହଁଚିଲେ ଅମିତ ରୋହିଦାସ, ପୂଜାର୍ଚ୍ଚନା କରି ଘରକୁ ପାଛୋଟି ନେଲେ ମାଆ

Published By : Prameya-News7 Bureau | August 22, 2021 IST

ସୁନ୍ଦରଗଡ, ୨୨|୦୮: ନିଜ ଗାଁରେ ପହଞ୍ଚିଲେ ଅଲିମ୍ପିଆନ ଅମିତ ରୋହିଦାସ । ଅଲିମ୍ପିକରେ ପୁରୁଷ ହକିରେ ବ୍ରୋଞ୍ଜ ଜିତିବା ପରେ ସେ ଶନିବାର ସୁନ୍ଦରଗଡକୁ ଫେରିଥିଲେ । ତାଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ରବିବାର ସେ ନିଜ ଗାଁରେ ପହଁଚିଛନ୍ତି ।

ଶନିବାର ସୁନ୍ଦରଗଡ଼ ବିକାଶ ଭବନ ଠାରେ ଅମିତ ରୋହିଦାସଙ୍କ ସମେତ ୪ ଓଡିଆ ହକି ଅଲିମ୍ପିଆନଙ୍କୁ ଜିଲା ପ୍ରଶାସନ ତରଫରୁ ସମ୍ବର୍ଦ୍ଧନା ଉସବ ଆୟୋଜିତ ହୋଇଥିଲା।  ଏଥିରେ ଜିଲାପାଳ ,ଆଡ଼ିସିନାଲ ଏସ୍‌ପି ସୁନ୍ଦରଗଡ଼,  ପୂର୍ବତନ ଅଧିନାୟକ ପଦ୍ମଶ୍ରୀ ଦିଲୀପ ତିର୍କୀ ଆଦି ଉପସ୍ଥିତ ଥିଲେ । ରାଜଗାଙ୍ଗପୁର ଓ ତଲସରା ବିଧାୟକ , ଜିଲା ସ୍ତରୀୟ ବରିଷ୍ଠ ଅଧିକାରୀ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ରବିବାର ଅମିତ ନିଜ ପୈତୃକ ଗ୍ରାମରେ ପହଞ୍ଚିବା ପରେ ଗ୍ରାମବାସୀ ତରଫରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି ।

ଅମିତଙ୍କ ମାଆ ପୂଜାର୍ଚ୍ଚନା କରି ତାଙ୍କୁ ଘରକୁ ପାଛୋଟି ନେଇଥିଲେ ।  ଘରେ ଅମିତଙ୍କ ହାତରେ ରାକ୍ଷୀ ଭଉଣୀ ରାକ୍ଷୀ ବାନ୍ଧିଥିଲେ । ସେ ସ୍ବର୍ଗୀୟ ପିତାଙ୍କ ସମାଧିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଆଶୀର୍ବାଦ ଭିକ୍ଷା ମଧ୍ୟ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.