ବକ୍ସିଂରେ କମାଲ: ନୀତୁଙ୍କ ପରେ ଅମିତ ପଙ୍ଘାଲ ବି ଜିତିଲେ ସ୍ୱର୍ଣ୍ଣ

Published By : Prameya-News7 Bureau | August 07, 2022 IST

ବରମିଙ୍ଘମ: କାଲି କୁସ୍ତିର ପାଳି ଥିଲା ଆଜି ବକ୍ସିଂର ପାଳି। ଇଂଲଣ୍ଡର ବରମିଙ୍ଘମରେ ଖେଳାଯାଉଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଲଗାତର ଦୁଇ ଭାରତୀୟ ବକ୍ସର ଦେଶକୁ ସ୍ୱର୍ଣ୍ଣ ପଦକ ଜିତାଇଛନ୍ତି। ପ୍ରଥମେ ନୀତୁ ଘଙ୍ଘାଲ୍ ଓ ଏବେ ଅମିଲ ପଙ୍ଘାଲ ବକ୍ସିଂରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।  ସେ ୫୧ କେଜି ପୁରୁଷ ବର୍ଗରେ ଇଂଲଣ୍ଡର କିଆରନ ମ୍ୟାକଡୋନାଲ୍ଡଙ୍କୁ ପରାସ୍ତ କରି ଗୋଲ୍ଡ ମେଡାଲ ହାତେଇଛନ୍ତି।

ବକ୍ସିଂ ବେଳେ ସ୍ଥାନୀୟ ଦର୍ଶ ପ୍ରତିପକ୍ଷ ବକ୍ସର ସମର୍ଥନରେ ନାରା ଦେଉଥିଲେ। ହେଲେ ଅମିତ କିନ୍ତୁ ଏଥିରେ ହତୋତ୍ସାହିତ ନ ହୋଇ ଆକ୍ରମଣ ଜାରି ରଖିଥିଲେ। ଅମିତ ମ୍ୟାକ୍‌ଡୋନାଲ୍ଡଙ୍କ ଉପରେ ଏତେ ମୁଥା ବର୍ଷାଇଥିଲେ ଯେ ଶେଷରେ ସର୍ବସମ୍ମତି କ୍ରମେ ତାଙ୍କୁ ୫-୦ରେ ବିଜେତା ଘୋଷଣା କରାଯାଇଥିଲା।

୫ ଫୁଟ ଦୁଇ ଓଞ୍ଚ ଉଚ୍ଚାତାର ଅମିତ ହରିୟାଣା ରୋହତକର ଏକ କୃଷକ ପରିବାରରୁ ଆସିଛନ୍ତି। ସେ ପ୍ରଥମ ଭାରତୀୟ ବକ୍ସର ଭାବେ ୱର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍‌ରେ ରୌପ୍ୟ ଜିତିଥିଲେ। ଆଜି ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେ ତାଙ୍କ ବଡ଼ ଭାଇଙ୍କ ଠାରୁ ପ୍ରେରଣା ପାଇଁ ବକ୍ସିଂକୁ ନିଜ କ୍ୟରିୟର କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.