କ୍ଷମା ମାଗିଲେ ଲୁଧିଆନା ଇସ୍କନର ସଦସ୍ୟ ଅମିତ ଗର୍ଗ

Published By : Prameya-News7 Bureau | September 09, 2019 IST

ଭୁବନେଶ୍ୱର - ଅଦିନରେ ଜଗନ୍ନାଥଙ୍କ ରଥଯାତ୍ରା ଆୟୋଜନ କରିବା ନେଇ ଲୁଧିଆନା ଇସ୍କନ ବିବାଦ ଘେରକୁ ଆସିଥିଲା । ଏହାକୁ ନେଇ ଓଡିଶାର ବିଭିନ୍ନ ସ୍ଥାନରୁ ପ୍ରତିବାଦର ସ୍ୱର ଉଠିଥିଲା । ଲୁଧିଆନା ଇସ୍କନ ସଦସ୍ୟ ଅମିତ ଗର୍ଗ କେତକ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ପୁରୀ ସହ ରାଜ୍ୟର ବିଭିନ୍ନ ଥାନାରେ ଏ ନେଇ ମାମଲା ରୁଜୁ ହୋଇଥିଲା ।କେବଳ ସେତିକି ନୁହେଁ କ୍ୟାପିଟାଲ ଥାନାରେ ବିଜେପି ପକ୍ଷରୁ ମଧ୍ୟ ମାମଲା ରୁଜୁ ହୋଇଥିଲା ।

ନ୍ୟୁଜ 7ରେ ଏହି ଅଦିନିଆ ରଥଯାତ୍ରା ନେଇ ପ୍ରଥମେ ଖବର ପ୍ରସାରଣ ହୋଇଥିଲା । ସୋମବାର ସନ୍ଧ୍ୟାରେ ଭୁବନେଶ୍ୱର ଇସ୍କନ ପକ୍ଷରୁ ଲୁଧିଆନାରେ ରଥଯାତ୍ରା କରାଯିବ ନାହିଁ ବୋଲି ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦିଆଯାଇଥିଲା ।

ଏହାପରେ ଲୁଧିଆନା ଇସ୍କନର ସଦସ୍ୟ ଅମିତ ଗର୍ଗ କ୍ଷମା ପ୍ରାର୍ଥନା କରିଛନ୍ତି । ସେ ଏଭଳି ମନ୍ତବ୍ୟ ଦେଇଥିବାରୁ ମର୍ମାହତ ବୋଲି କହିଛନ୍ତି ।କେବଳ ସେତିକି ନୁହେଁ ସେ ଜଗନ୍ନାଥ ଓ ଓଡିଶା ବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛନ୍ତି ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.