ଭୁବନେଶ୍ୱର ୧୬।୦୨ - ୨୮ରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଗୃହମନ୍ତ୍ରୀ ହେବା ପରେ ପ୍ରଥମ ଥର ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଥିବା ଅମିତ ଶାହ ୨୮ରେ ଭୁବନେଶ୍ବରରେ ହେବାକୁ ଥିବା ପୂର୍ବାଞ୍ଚଳ ରାଜ୍ୟମାନଙ୍କର ସୁରକ୍ଷା ପରିଷଦ ବୈଠକରେ ଯୋଗଦେବେ। ଏହାସହ ଅପରାହ୍ନରେ ବିଜେପି ପକ୍ଷରୁ ଆୟୋଜିତ ନାଗରିକତା ସପକ୍ଷରେ ସଚେତନତା ଶୋଭାଯାତ୍ରା ଓ ସଭାରେ ଯୋଗଦେବ। ଗୃହମନ୍ତ୍ରୀ ହେବା ପରେ ଶାହ ପ୍ରଥମ କରି ଓଡ଼ିଶା ଆସି ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଉଥିବାରୁ କାର୍ଯ୍ୟକ୍ରମକୁ ସଫଳ କରିବାକୁ ଆରମ୍ଭ କରିଛି ଯୋଜନା।…
{"id":225259,"sizeSlug":"large"}
ଓଡ଼ିଶା ଆସିବେ ଅମିତ ଶାହ। କେନ୍ଦ୍ର ଗୃହମନ୍ତ୍ରୀ ହେବା ପରେ ଅମିତ ଶାହଙ୍କ ଏହା ହେବ ପ୍ରଥମ ଓଡ଼ିଶା ଗସ୍ତ। ଫେବ୍ରୁଆରୀ ୨୮ରୁ ଆରମ୍ଭ ହେବ ଗୃହମନ୍ତ୍ରୀଙ୍କ ଏହି ଦୁଇ ଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ । ଶାହଙ୍କ ଗସ୍ତ ସମୟରେ ସରକାରୀ ଓ ବେସରକାରୀ ଭାବେ ଏକାଧିକ କାର୍ଯ୍ୟକ୍ରମ ରହିଛି। ୨୮ରେ ଅମିତ ଶାହ ସରକାରୀ ଓ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ଭୁବନେଶ୍ବରରେ ରାତ୍ରୀ ଯାପନ କରିବେ। ୨୯ରେ ମହାପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବା ସହ ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରି ଦିଲ୍ଲୀ ଫେରିବା କାର୍ଯ୍ୟକ୍ରମ ରହିଛି।
{"id":225260,"sizeSlug":"large"}
୨୮ରେ ଗୃହମନ୍ତ୍ରୀ ଭୁବନେଶ୍ବରେ ହେବାକୁ ଥିବା ପୂର୍ବାଞ୍ଚଳ ରାଜ୍ୟ ମାନଙ୍କର ସୁରକ୍ଷା ପରିଷଦ ବୈଠକରେ ଯୋଗଦେବେ । ଗୃହମନ୍ତ୍ରୀ ହେବାପରେ ଅମିତ ଶାହ ପ୍ରଥମ ଥର ଓଡ଼ିଶା ଆସୁଥିବାରୁ ଏହି ସମୟରେ ଦଳୀୟ କାର୍ଯ୍ୟକ୍ରମ ଆୟୋଜନ କରିଛି ବିଜେପି। ୨୮ ତାରିଖ ଅପରାହ୍ନରେ ବିଜେପି ସିଏଏ ସପକ୍ଷରେ ଭୁବନେଶ୍ବରେ ଏକ ବିରାଟ ଶୋଭାଯାତ୍ରା ଓ ସଭା ଆୟୋଜନ କରାଯାଇଛି। …
{"id":225261,"sizeSlug":"large"}
ନାଗକିକତା ଆଇନକୁ ନେଇ ବିରୋଧୀ କେନ୍ଦ୍ର ସରକାରଙ୍କୁ ଘେରୁଥିବା ବେଳେ ସାରା ଦେଶରେ ବିଜେପି ଆରମ୍ଭ କରିଛି ସଚେତନତା କାର୍ଯ୍ୟକ୍ରମ। ପୂର୍ବରୁ ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ, ବ୍ରହ୍ମପୁରରେ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓ ଏବଂ ନବରଙ୍ଗପୁରରେ ସାଂସଦ ରୂପା ଗାଙ୍ଗୁଲି ସିଏଏ ସପକ୍ଷରେ ରାଲି କରିଥିଲେ ।
{"id":225262,"sizeSlug":"large"}
ଅମିତ ଶାହଙ୍କ ଗସ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ଓ ବିଜେଡି ।…
{"id":225263,"sizeSlug":"large"}
ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିବାବେଳେ ବାରମ୍ବାର ଓଡ଼ିଶାରେ ରାଜନୈତିକ ସଭାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଥିଲେ ଅମିତ ଶାହ। ହେଲେ ଏବେ ରାଜନୈତିକ ପରିସ୍ଥିତି ବଦଳି ଯାଇଛି ।
{"id":225264,"sizeSlug":"large"}
ସରକାରୀ ଓ ଦଳୀୟ କାର୍ଯ୍ୟକ୍ରମରେ ତାଙ୍କର ଆଭିମୁଖ୍ୟ କଣ ରହିବ ଏବେ ତା ଉପରେ ସମସ୍ତଙ୍କ ନଜର ରହିଛି।
{"id":225265,"sizeSlug":"large"}