ଲାଞ୍ଚ ନେଇ ଫସିଗଲେ ଅମୀନ, ୨ ହଜାର ଟଙ୍କା ନେଉଥିବାବେଳେ ମାଡିବସିଲା ଭିଜିଲାନ୍ସ

Published By : Prameya-News7 Bureau | October 01, 2021 IST

ଅନୁଗୁଳ ୦୧/୧୦: କଣିହାଁ ରାଜସ୍ଵ ନିରୀକ୍ଷକଙ୍କ କାର୍ଯ୍ୟାଳୟର ଅମୀନ ୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଅନଗୁଳ କଣିହାଁ ରାଜସ୍ବ ନିରିକ୍ଷକ ଙ୍କ କାର୍ଯ୍ୟାଳୟର ଅମିନ ସୌମ୍ୟରଞ୍ଜନ ଦାସ ଦୁଇ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।

wp:gallery {"ids":[520527],"linkTo":"none"} /wp:gallery

ତେଲିସିଙ୍ଗା ଗାଁର ଶୁଭେନ୍ଦୁ କୁମାର ଦାସ ନିଜର ଜମି ଚିହ୍ନଟ ପାଇଁ ଦୁଇ ହଜାର ଟଙ୍କା ଦେଇଥିଲେ । ତିନି ହଜାର ଟଙ୍କା ଲାଞ୍ଚ ଦେଲେ ଜାଗା ଚିହ୍ନଟ ହେବ ବୋଲି କହି ଅମୀନ ଜଣକ ଅଫିସକୁ ବାରମ୍ବାର ଦୌଡାଉଥିଲେ । ନିରାଶ ହୋଇ ଶେଷରେ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ । ଆଜି ଟଙ୍କା ନେଉଥିବା ବେଳେ ପୂର୍ବ ପ୍ଲାନିଂ ଅନୁସାରେ ଅନଗୁଳ ଭିଜିଲାନ୍ସ ବିଭାଗ ହାତରେ ଧରାପଡିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.