ପୁରୀ ହିଂସାର ସିସିଟିଭି ଫୁଟେଜ ମାଗିଲେ ଆମିକସ କ୍ୟୁରି; ହିଂସାରେ ସମ୍ପୃକ୍ତି ନଥିବା ସଫେଇ ଦେଲେ ସେବାୟତ

Published By : Prameya-News7 Bureau | October 05, 2018 IST

ପୁରୀ ୫/୧୦ : ଆସନ୍ତାକାଲି ପୁରୀ ଆସୁଛନ୍ତି ଆମିକସ କ୍ୟୁରି ଗୋପାଳ ସୁବ୍ରମଣ୍ୟମ | ପୁରୀ ବଡଦାଣ୍ଡ ଓ ଶ୍ରୀମନ୍ଦିର ଭିତରେ ଭଙ୍ଗାରୁଜା ଘଟଣାରେ ସ୍ପଷ୍ଟୀକରଣ ମାଗିଥିଲେ ଆମିକସ କ୍ୟୁରି | ରିପୋର୍ଟ ଦିଆଯିବ ବୋଲି ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ କହିଥିଲା | ହିଂସାକାଣ୍ଡର ଭିଡିଓ ଫୁଟେଜ ମାଗିବା ସହ ପୁରା ଘଟଣାର ରିପୋର୍ଟ ମାଗିଥିଲେ ଆମିକସ | ଏପଟେ ଶ୍ରୀମନ୍ଦିର ଚାରିପରେ ଛତିଶା ନିଯୋଗ ପୋଷ୍ଟର ଲାଗିଛି | ପୁରୀ ହିଂସାରେ ସେବାୟତଙ୍କ କୌଣସି ସମ୍ପୃକ୍ତି ନାହିଁ ବୋଲି ସଫେଇ ଦିଆଯାଇଛି | ସେବାୟତଙ୍କୁ ଫସେଇବାକୁ ପ୍ରଶାସନ ଚକ୍ରାନ୍ତ କରୁଥିବା ଅଭିଯୋଗ କରିଛନ୍ତି ସେବାୟତ | ହିଂସା ସମୟର ସିସିଟିଭି ଫୁଟେଜ ଯାଞ୍ଚ କରି ଉଚ୍ଚ ସ୍ଥରୀୟ ତଦନ୍ତ କରିବାକୁ ପୋଷ୍ଟରରେ ଦାବି କରାଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.