ଦେଶକୁ ବିଭାଜନ କରୁଥିବା ଲୋକଙ୍କୁ ମୁହଁତୋଡ ଜବାବ ଦେବ NSG- ଶାହା

Published By : Prameya-News7 Bureau | March 01, 2020 IST

କୋଲକାତା ୦୧। ୦୩- ପଶ୍ଚିମବଙ୍ଗ ରାଜଧାନୀ କୋଲକାତାରେ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ରାଷ୍ଟ୍ରୀୟ ସୁରକ୍ଷା ଗାର୍ଡ(NSG)ର ନୂତନ କାର୍ଯ୍ୟାଳୟର ଉଦ୍‌ଘାଟନ କରିଛନ୍ତିା। ଏହି ସମୟରେ ଶାହା କହିଛନ୍ତି ଆମେ ଦୁନିଆରେ ଶାନ୍ତି ଚାହୁଁଛୁ। ଆକ୍ରମଣକାରୀ ପୂର୍ବରୁ ହିଁ ନିଜର ମୃତ୍ୟୁ ସ୍ଥିର କରି ଆସିଥାନ୍ତି। ଭାରତ ଉପରେ ଯଦି ଆକ୍ରମଣ ହୁଏ ତେବେ ଭାରତୀୟ ସେନା ଘରେ ପଶି ହମଲା କରିବ। ସର୍ଜିକାଲ ଷ୍ଟ୍ରାଇକ୍ ଓ ଏୟାର ଷ୍ଟ୍ରାଇକ୍ ଆଡକୁ ଇସାରା କରି ଶାହା କହିଛନ୍ତି ଯେ, ଆମେରିକା ଓ ଇସ୍ରାଏଲ ଶତ୍ରୁ ଘରେ ପଶି  ମାରିଥିଲେ। ଏବେ ଭାରତର ନାମ ମଧ୍ୟ ଶତ୍ରୁ ଘରେ ପଶି ମାରିବା ଦେଶ ମଧ୍ୟରେ ସାମିଲ ହୋଇ ଯାଇଛି।

wp:core-embed/twitter {"url":"https://twitter.com/AHindinews/status/1234016039697956864","type":"rich","providerNameSlug":"twitter","className":""}
https://twitter.com/AHindinews/status/1234016039697956864
/wp:core-embed/twitter

ଶାହା କହିଛନ୍ତି ଯେ, ପାଞ୍ଚ ବର୍ଷ ଭିତରେ NSG ଭାରତ ସରକାରଙ୍କଠୁ ଯାହା ସବୁ ଆଶା ରଖିଥିଲେ, ସେ ସବୁ ଆଶା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵାଧୀନ ଭାରତ ସରକାର ନିଶ୍ଚିତ ଭାବେ ପୂରଣ କରିବ । NSG ସର୍ବଦା ସଜାଗ ଏବଂ ପ୍ରସ୍ତୁତ ରହି ଦେଶ ଉପରକୁ ଆସୁଥିବା କୌଣସି ପ୍ରକାରର ବିପଦର ମୁକାବିଲା ପାଇଁ ନିଜକୁ ବଳିଦାନ ଦେବାର ଅନନ୍ୟ ଉଦାହରଣ ସୃଷ୍ଟି କରିଥିବା ଶାହା କହିଛନ୍ତି।

ରବିବାର ସକାଳେ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଯେବେ କୋଲକାତା ବିମାନ ବନ୍ଦରରେ ପହଞ୍ଚିଲେ, ତେବେ ତାଙ୍କୁ ବିରୋଧର ସାମ୍ନା କରିବାକୁ ପଡିଥିଲା। ଅନେକ ପାର୍ଟି ନାଗରିକତା ସଂଶୋଧିତ ଆଇନ(ସିଏଏ)ର ବିରୋଧ କରି ବିମାନ ବନ୍ଦର ବାହାରେ ବାପସ ଜାଓ ନାରା ଦେଇଥିଲେ। ପଶ୍ଚିମବଙ୍ଗର ବିଜେପି ସଭାପତି ଦିଲୀପ ଘୋଷ୍ ଅନ୍ୟ ନେତାଙ୍କ ସହିତ ବିମାନ ବନ୍ଦରରେ ଶାହାଙ୍କୁ ଭବ୍ୟ ସ୍ଵାଗତ କରିଥିଲେ। ଅନ୍ୟପଟେ ବାମ ମୋର୍ଚ୍ଚା ଓ କଂଗ୍ରେସର ଶତାଧିକ ପ୍ରଦର୍ଶନକାରୀ ହାତରେ ସିଏଏ ବିରୋଧୀ ପୋଷ୍ଟର ଧରି ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର ବାହାରେ ଏକଜୁଟ୍ ହୋଇଥିଲେ।

NSG ଭବନର ଉଦଘାଟନ ପରେ ନିଜର ସମ୍ଵୋଧନରେ ଶାହା କହିଛନ୍ତି ଯେ, NSGର କାମ ଏମିତି ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିବା, ଯିଏ ଦେଶକୁ ବିଭାଜିତ ଏବଂ ଅଶାନ୍ତି ସୃଷ୍ଟି କରିବାକୁ ଚିନ୍ତା କରୁଛନ୍ତି। ଯଦି ଏହି ଧରଣର ଲୋକ ନସୁଧରନ୍ତି ତେବେ ଏନଏସଜିକୁ ମୁହଁତୋଡ ଜବାବ  ଦେବା ଉଚିତ୍।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.