scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଚୀନ୍‌ରେ ରେକର୍ଡ ଭାଙ୍ଗିଲା ଗରମ, ୫୦ ପାରା ଟପିଲା ପାରଦ

17/07/2023 at 3:05 PM

ବେଜିଂ ୧୭/୦୭: କରୋନା ପରେ ଖରା ଗରମରେ ଘାଣ୍ଟି ହେଉଛନ୍ତି ଚୀନ ବାସୀ । ଚାଇନାରେ ଏବେ ପ୍ରବଳ ଖରା ଗରମ ଅନୁଭୂତ ହେଉଛି । ଚଳିତ ଜୁଲାଇ ମାସରେ ଚାଇନାରେ ଗରମ ଏକ ନୂଆ ରେକର୍ଡ ସୃଷ୍ଟି କରିଛି । ଚାଇନାରେ ୫୦ ଡିଗ୍ରୀ ପାର୍ କରିଛି ତାପମାତ୍ରା । ଅର୍ଥାତ୍ ଏବେର ତାପମାତ୍ରା ରହିଛି ୫୨.୨ ° C (୧୨୬ ° F) ।

ଯାହାକି ସର୍ବକାଳୀନ ରେକର୍ଡ ବୋଲି ସ୍ପଷ୍ଟ କରିଛି ପାଣିପାଗ ବିଭାଗ । ୫୦ରୁ ଅଧିକ ତାପମାତ୍ରା ନିହାତି ଭାବେ ଜଳିବା ସଦୃଶ । ଏଭଳି ପରିସ୍ଥିତିରେ ଚୀନ ବାସୀ କେଉଁ ପ୍ରକାରର ଉତ୍ତାପର ସମ୍ମୁଖୀନ ହେଉଛନ୍ତି? ତାହା ଅନୁମାନ କରିବା ବି ଅସମ୍ଭବ । ତାପମାତ୍ରା ବୃଦ୍ଧି ହେତୁ ବିଜୁଳି ବ୍ୟବହାର ଯଥେଷ୍ଟ ବୃଦ୍ଧି ପାଇଛି ।

ଏପ୍ରିଲ ମାସରୁ ତାପମାତ୍ରା ବୃଦ୍ଧି ହେତୁ ଚୀନ୍ ପାଇଁ ନୂଆ ସମସ୍ୟା ମୁଣ୍ଡ ଟେକିଛି । ସେବେଠାରୁ ଏଠାରେ ତାପମାତ୍ରା ସାଧାରଣ ଅପେକ୍ଷା ଅଧିକ ରହୁଛି । ଜୁନ୍ ମାସରେ ମଧ୍ୟ ଚାଇନାରେ ଉତ୍ତାପ ଅନେକ ରେକର୍ଡ ଭାଙ୍ଗିଛି । କହିବାକୁ ଗଲେ ଗତ କିଛି ମାସ ମଧ୍ୟରେ ଚାଇନାର ତାପମାତ୍ରା ଅସାଧାରଣ ଭାବରେ ରହିଥିଲା । ଯେଉଁଥିରେ ବୈଜ୍ଞାନିକମାନେ କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ହେତୁ ଉତ୍ତାପ ବୃଦ୍ଧି ପାଉଛି ।

ବିଶ୍ୱର ବଡ଼ ଭାଗରେ ଗ୍ଲୋବାଲ ୱାର୍ମିଂ ହେବାର ଆଶଙ୍କା ବଡ଼ ହୋଇପଡିଛି । ୟୁରୋପ ଏବଂ ଜାପାନରେ ରେକର୍ଡ ଉତ୍ତାପ ପୂର୍ବାନୁମାନ କରାଯାଇଥିଲା । ଯେଉଁ କାରଣରୁ ଶନିବାର ଦିନ ଆମେରିକାର ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରବଳ ଉତ୍ତାପର ସମ୍ମୁଖୀନ ହେବାକୁ ପଡିଲା । ଆମେରିକାର ଜାତୀୟ ପାଣିପାଗ ସେବା କାଲିଫର୍ଣ୍ଣିଆରୁ ଟେକ୍ସାସ ପର୍ଯ୍ୟନ୍ତ ପହଞ୍ଚିବା ଆଶା କରାଯାଉଥିବା ବେଳେ ଅତ୍ୟଧିକ ଗରମ ସହ ଆଲର୍ଟ ରହିବାକୁ ନିର୍ଦ୍ଦେଶ ହୋଇଛି ।

you can also read…

   Related Posts