oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: ରେଶମ ସହରରେ ବେଧଡ଼କ ଚାଲିଛି ଧଳାଜହର କାରବାର, ଜଣେ ମହିଳା ଗିରଫ
  • ||
  • ରାୟଗଡା : ବନ୍ଦ ହେଲା ରାଜ୍ୟର ଦ୍ୱିତୀୟ ଝୁଲାପୋଲ, ସୁରକ୍ଷା ଦୃଷ୍ଟିରୁ ପ୍ରଶାସନର ନିଷ୍ପତ୍ତି
  • ||
  • ଏକ୍‌ଜିଟ୍ ପୋଲର ଆକଳନ, ଇଟାଲୀର ପ୍ରଧାନମନ୍ତ୍ରୀ ହେବେ ମେଲୋନୀ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୪ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର: ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ମନ୍ଦିରରୁ ଲୁଟିନେଲେ ୩ କୋଟିର ଅଷ୍ଟଧାତୁ ମୂର୍ତ୍ତି
  • ||
  • ଯାଜପୁର: ଗଡିବ ମା’ ବିରଜାଙ୍କ ସିଂହଧ୍ଵଜ ରଥ, ୯ ଦିନ ଧରି ଭକ୍ତଙ୍କୁ ଦର୍ଶନ ଦେବେ ଦେବୀ
  • ||
  • ହିମାଚଳ ପ୍ରଦେଶର କୁଲୁରେ ମର୍ମନ୍ତୁଦ ଦୁର୍ଘଟଣା, ୭ ପର୍ଯ୍ୟଟକ ମୃତ
  • ||
  • ସୋମବାରଠୁ ନବରାତ୍ର ପୂଜା, ମାଆଙ୍କ ଷୋଡ଼ଶ ପୂଜାପାଠରେ କମ୍ପୁଛି ଶକ୍ତିପୀଠ
  • ||
  • ମୋହନା : ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୨୪ଯାତ୍ରୀ
  • ||

ଥମୁନି ସିଦ୍ଧୁଙ୍କ ସହ ବିବାଦ ! ସୋନିଆଙ୍କୁ ଭେଟିଲେ ‘କ୍ୟାପଟେନ୍’, ସୀମାରେ ରହି କାମ କରିବାକୁ ଉପଦେଶ ଦେଲେ ପାର୍ଟି ଅଧ୍ୟକ୍ଷ

10/08/2021 at 10:42 PM

ନୂଆଦିଲ୍ଲୀ ୧୦।୦୮: ପଞ୍ଜାବ କଂଗ୍ରେସରେ ଏବେ ବି କ୍ୟାପ୍ଟେନ ବନାମ ନବଜୋତ ସିଂହ ସିଦ୍ଧୁଙ୍କ ବିବାଦ ଲାଗି ରହିଛି। ଲାଗୁଥିଲା ଉଭୟଙ୍କ ମଧ୍ୟରେ ମତଭେଦ ଦୂର ହୋଇ ସାରିଛି। ହେଲେ ନିକଟରେ ଏକ ଟ୍ଵିଟ୍ ଜରିଆରେ ପଞ୍ଜାବ କଂଗ୍ରେସର ପ୍ରମୁଖ ନବଜୋତ ସିଂହ ସିଦ୍ଧୁ ମୁଖ୍ୟମନ୍ତ୍ରୀ ଅମରିନ୍ଦରଙ୍କ ଉପରେ ହମଲା କରିଥିଲେ। ଏବେ ଏହି ସମାଲୋଚନା ପରେ ଅମରିନ୍ଦର ପାର୍ଟି ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ମିଡିଆ ପରାମର୍ଶଦାତା ରବୀନ ଠୁକରାଲ କହିଛନ୍ତି, ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ନୂଆଦିଲ୍ଲୀରେ ସେନିଆଙ୍କୁ ଭେଟିଛନ୍ତି। ଏହି ସମୟରେ ଉଭୟଙ୍କ ମଧ୍ୟରେ ଅନେକ ବିଷୟ ଉପରେ ଆଲୋଚନା ହୋଇଛି। କୁହାଯାଉଛି ଯେ, ମୁଖ୍ୟମନ୍ତ୍ରୀଙ୍କ ସୋନିଆଙ୍କ ସହ ପାଖାପାଖି ଏକ ଘଣ୍ଟା ପର୍ଯ୍ୟନ୍ତ ଆଲୋଚନା ହୋଇଛି। ଏହି ଆଲୋଚନା ପରେ ଅମରିନ୍ଦର ସିଂହ ବହୁତ ଅସନ୍ତୁଷ୍ଟ ଥିବା ଦେଖିବାକୁ ମିଳିଛି।

ଅନ୍ୟପଟେ ଏହି ସାକ୍ଷାତକୁ ନେଇ ପଞ୍ଜାବ କଂଗ୍ରେସ ପ୍ରଭାରୀ ହରିଶ ରାଓ୍ଵତ କହିଛନ୍ତି, ମୋତେ ଲାଗୁଛି ସୋନିଆ ରାଜ୍ୟ ସରକାର ଓ ସଂଗଠନ ଉଭୟକୁ ପରସ୍ପର ସହ ମିଶି କାମ କରିବାକୁ ନିଶ୍ଚୟ ପରାମର୍ଶ ଦେଇଥିବେ। ଅମରିନ୍ଦର ସିଂହ ଓ ନବଜୋତ ସିଂହଙ୍କୁ ନିଜ ନିଜ ସୀମାରେ ରହି କାମ କରିବେ ଏବଂ ପରସ୍ପରର ସହଯୋଗ କରିବାକୁ କହିଥିବେ। ହେଲେ ଉଭୟ ନେତାଙ୍କ ମଧ୍ୟରେ ମତଭେଦ ଏବଂ ତିକ୍ତତା ପ୍ରଶମିତ ହେବା ପରି ଲାଗୁନି।

ସିଦ୍ଧୁଙ୍କୁ ପଞ୍ଜାବ ରାଜ୍ୟ ସଭାପତି ପଦ ମିଳିବା ପରେ ଅମରିନ୍ଦରଙ୍କ ସହ ତାଙ୍କର ଆନୁଷ୍ଠାନିକ ପଦ ଗ୍ରହଣ ସମାରୋହରେ ସାକ୍ଷାତ ହୋଇଥିଲା। ଏହା ପରେ ଆଶା କରାଯାଉଥିଲା ଯେ, ଦୁଇ ନେତାଙ୍କ ମଧ୍ୟରେ ଥିବା ବିବାଦର ସମାଧାନ ହୋଇ ସାରିଛି। ମାତ୍ର ସୋମବାର ନବଜୋତ ସିଂହ ସିଦ୍ଧୁ ଅକାଳୀ ଦଳ ନେତା ବିକ୍ରମ ମଜିଠିଆ ଓ ଅନ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନକରିବା ମାମଲାରେ ପୁଣି ଥରେ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ଏହି ସବୁ ବ୍ୟକ୍ତି ୨୦୧୮ ଡ୍ରଗ୍ସ କାରବାର ମାମଲାରେ ସାମିଲ୍ ଥିଲେ।ନିଜ କଥା ରଖିବା ପାଇଁ ସିଦ୍ଧୁ ଟ୍ଵିଟରର ସାହାରା ନେଇଥିଲେ। ହେଲେ ଏଥିରେ ସେ ମୁଖ୍ୟମନ୍ତ୍ରୀ ନାମ ନନେଇଥିଲେ ବି ଇସାରା ଇସାରାରେ ବଡ କଥା କହି ଦେଇଥିଲେ।

   Related Posts