ଝାରଖଣ୍ଡ ବିଧାନସଭା ନିର୍ବାଚନ: କାଁ ଭାଁ ହିଂସା ସତ୍ତ୍ୱେ ପ୍ରଥମ ପର୍ଯ୍ୟାୟରେ ୬୮.୮୭ ପ୍ରତିଶତ ଭୋଟିଂ

Published By : Prameya-News7 Bureau | November 30, 2019 IST

ରାଞ୍ଚି ୩୦।୧୧ :  ଝାରଖଣ୍ଡ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଶନିବାର ଶେଷ ହୋଇଛି। କାଁଭାଁ ହିଂସା ସତ୍ତ୍ୱେ ଏହି ପର୍ଯ୍ୟାୟରେ ୬୨.୮୭ ପ୍ରତିଶତ ଭୋଟ ପଡିଥିବା ନିର୍ବାଚନ ଅଧିକାରୀ କେ.ଏନ.ଚୌବେଙ୍କ ସୂତ୍ରରୁ ଜଣାପଡିଛି। ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ଅପରାହ୍ନ ୩ଟା ୪୫ ପର୍ଯ୍ୟନ୍ତ ଜାରି ଥିଲା। ଭୋଟ ଦାନ ଲାଗି ଅଧିକ ଲୋକ ଧାଡିରେ ରହିଥିବାରୁ ୩ଟା ୪୫ ମିନିଟ୍ ପର୍ଯ୍ୟନ୍ତ ଲୋକଙ୍କୁ ଭୋଟ ଦେବା ଲାଗି ସୁଯୋଗ ଦିଆଯାଇଥିଲା।

{"id":192262,"width":580,"height":375,"sizeSlug":"large"}

ପ୍ରଥମ ପର୍ଯ୍ୟାୟ ମତଦାନ ବେଳେ ଗଢବାରେ ନକ୍ସଲମାନେ ଏକ ପୋଲକୁ ବିସ୍ଫୋରଣରେ ଉଡାଇ ଦେଇଥିଲେ। ତେବେ ନକ୍ସଲଙ୍କ ଧମକ ମତଦାତାଙ୍କୁ ଭୟଭୀତ କରିପାରିନାହିଁ। ଲୋକେ ଉତ୍ସାହର ସହ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି। ତେବେ ବିଶୁନପୁର ବିଧାନସଭା ନିର୍ବାଚନମଣ୍ଡଳିରେ ସର୍ବାଧିକ ୬୭.୦୪ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।

{"id":192263,"sizeSlug":"large"}

ନିର୍ବାଚନ ଅନୁସୂଚୀ ଅନୁଯାୟୀ ସକାଳ ୭ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ମତଗ୍ରହଣ ଲାଗି ସମୟ ନିର୍ଦ୍ଧାରିତ ହୋଇଥିଲା। ତେବେ ଭୋଟ ଗ୍ରହଣ କେନ୍ଦ୍ରମାନଙ୍କରେ ଲୋକେ ଧାଡି ବାନ୍ଧିଥିବାରୁ ମତଗ୍ରହଣ ସମୟ ଅଧିକ ୪୫ ମିନିଟ୍ ବଢେଇବାକୁ ପଡିଥିଲା ବୋଲି ନିର୍ବାଚନ ଅଧିକାରୀ  ଚୌବେ କହିଛନ୍ତି। ମତଦାନ ବେଳେ ପଲାମୁ କୋଶିଆରା ଗାଁରେ ଥିବା ମତଦାନ କେନ୍ଦ୍ରରେ ଉଭୟ ବିଜେପି ଓ କଂଗ୍ରେସ ମୁହାଁ ମୁହିଁ ଅବସ୍ଥାକୁ ଚାଲିଆସିଥିଲେ। ଏହି ସମୟରେ କଂଗ୍ରେସ ପ୍ରାର୍ଥୀ କେ.ଏନ.ତ୍ରିପାଠୀ ଘଟଣାସ୍ଥଳରେ ପହଞ୍ଚି ବନ୍ଧୁକ ହଲାଇଥିଲେ। ଘଟଣାରୋ ପେଲିସ ତାଙ୍କୁ ଗିରଫ କରିଥିବା ଜଣାପଡିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.