ସ୍ଵିଡେନରେ କୋରାନ ପୋଡାକୁ ନେଇ ଦଙ୍ଗା, ପୋଲାଣ୍ଡ ସାଂସଦ କହିଲେ- ଜଣେ ହେଲେ ମୁସଲିମଙ୍କୁ ଦେଶରେ ପ୍ରବେଶ କରିବାକୁ ଦେବୁନି

Published By : Prameya-News7 Bureau | August 29, 2020 IST

ଓ୍ଵାରସା ୨୯।୦୮: ସ୍ଵିଡେନରେ କୋରାନକୁ ନେଇ ହୋଇଥିବା ଦଙ୍ଗା ମଧ୍ୟରେ ପଡୋଶୀ ଦେଶ ପୋଲାଣ୍ଡର ସାଂସଦଙ୍କ ବୟାନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏକ ଟିଭି ଚ୍ୟାନେଲ୍‌ ସହିତ ଆଲୋଚନା ବେଳେ ସାଂସଦ ଡୋମିନିକ ଟାର୍ଜିସ୍କି କହିଛନ୍ତି ପୋଲାଣ୍ଡ ଏଥିପାଇଁ ସୁରକ୍ଷିତ ଦେଶ କାରଣ ଏଠାରେ ମୁସଲିମ ଶରଣାର୍ଥୀଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲାଗିଛି। ସମଗ୍ର ଦୁନିଆର ମୁସଲିମ ଦେଶ ପୋଲାଣ୍ଡ ଉପରେ ଇସଲାମୋଫୋବିଆ ହେବାର ଅଭିଯୋଗ କରୁଛନ୍ତି। ଏହି ଦେଶ ୟୁରୋପୀୟ ୟୁନିୟନର ଅପ୍ରବାସନ ନୀତିକୁ ମଧ୍ୟ ଖାରଜ କରି ମୁସଲିମଙ୍କୁ ସ୍ଵୀକାର କରିବାକୁ ମନା କରି ଦେଇଥିଲା।

ଜଣେ ହେଲେ ମୁସଲିମଙ୍କୁ ଦେବୁ ନାହିଁ ଶରଣ

ଭାଇରାଲ ହେଉଥିବା ଭିଡିଓରେ ନ୍ୟୁଜ୍ ଚ୍ୟାନେଲର ଉପସ୍ଥାପକ ସାଂସଦ ଡୋମିନିକ ଟାର୍ଜିସ୍କିଙ୍କୁ ପ୍ରଶ୍ନ କରିଛନ୍ତି ପୋଲାଣ୍ଡ କେତେ ଶରଣାର୍ଥୀଙ୍କୁ ଶରଣ ଦେଇଛି ? ଯାହାର ଜବାବରେ ସାଂସଦ କହିଛନ୍ତି ଶୂନ୍ୟ। ସେ କହିଛନ୍ତି ଯଦି ଆପଣ ମୋତେ ମୁସଲିମ ଅବୈଧ ପ୍ରବାସୀଙ୍କ ବିଷୟରେ ପଚାରିବେ ତେବେ ଆମେ ଜଣେ  ହେଲେ ମୁସଲିମକୁ ଶରଣ ଦେବୁ ନାହିଁ। ଆମେ ୨୦ ଲକ୍ଷରୁ ଅଧିକ ୟୁକ୍ରେନ ଶରଣାର୍ଥୀଙ୍କୁ ଆଶ୍ରୟ ଦେଇଛୁ, ଯେଉଁମାନେ ଏଠି କାମ କରୁଛନ୍ତି ଏବଂ ପୋଲାଣ୍ଡରେ ଶାନ୍ତିପୂର୍ଣ୍ଣ ଭାବେ ରହୁଛନ୍ତି।

ଆମେ ଦୁନିଆକୁ ନେଇ ଚିନ୍ତିତ ନୁହଁ

ସେ ଏହା ମଧ୍ୟ କହିଛନ୍ତି ଆମେ ଜଣେ ହେଲେ ମୁସଲିମଙ୍କୁ ସ୍ଵୀକାର କରି ପାରିବୁ ନାହିଁ। ଆମେ ଏମିତି କରିବାକୁ ଜନତାଙ୍କୁ ପ୍ରତିଶ୍ରୁତି ଦେଇଛୁ। ଏହି କାରଣରୁ ଆମେ ସରକାର ନିର୍ବାଚିତ ହୋଇଛି ଏବଂ ଆଜି ପୋଲାଣ୍ଡ ଏତେ ସୁରକ୍ଷିତ ହୋଇ ପାରିଛି। ପୋଲାଣ୍ଡ ଉପରେ ଗୋଟିଏ ହେଲେ ଆତଙ୍କବାଦୀ ଆକ୍ରମଣ ଘଟିନାହିଁ। ସେ କହିଛନ୍ତି ଆମକୁ ଲୋକ ଲୋଭନୀୟ, ରାଷ୍ଟ୍ରବାଦୀ କିମ୍ବା ଜାତିବାଦି କହିପାରେ, ମାତ୍ର ଆମକୁ ଏଥିରେ କୌଣସି ଫରକ ପଡେ ନାହିଁ। ମୁଁ ନିଜର ପରିବାର ଏବଂ ଦେଶ ପାଇଁ ଚିନ୍ତା କରିବି।

ସ୍ଵିଡେନ୍‌ରେ ଦଙ୍ଗା

କୁହାଯାଉଛି ଶୁକ୍ରବାର ରାତିରେ ସ୍ଵିଡେନରେ ଜଣେ ଦକ୍ଷିଣପନ୍ଥୀ ନେତାଙ୍କୁ ଗିରଫ କରିବା ପରେ ତାଙ୍କ ସମର୍ଥକ କୋରାନ ଜାଳି ଦେଇଥିଲେ। ଏହାପରେ ଶତାଧିକ ଲୋକ ଦକ୍ଷିଣପନ୍ଥୀ କର୍ମକର୍ତ୍ତାଙ୍କ ବିରୋଧରେ ସଡକକୁ ଓହ୍ଲାଇଥିଲେ। ପୋଲିସ ଏବଂ ବିକ୍ଷୋଭକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରେ ସହରରେ ଦଙ୍ଗା ଆରମ୍ଭ ହୋଇଯାଇଥିଲା। ଉତ୍ତେଜିତ ଲୋକ ପୋଲିସ ଉପରେ ପ୍ରବଳ ପଥରମାଡ କରିବା ସହ ପୋଡାଜଳା କରିଥିଲେ। ଉଗ୍ର ଜନତାଙ୍କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ଲୁହବୁହା ବାଷ୍ପ ପ୍ରୟୋଗ କରିବାକୁ ପଡିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.