ଅବ୍ୟର୍ଥ ‘ଆକାଶ’ର ସଫଳ ପରୀକ୍ଷଣ, ଶତ୍ରୁପକ୍ଷର ଟାର୍ଗେଟକୁ ଧ୍ବଂସ କରିବ ଭୂପୃଷ୍ଠରୁ ଆକାଶକୁ ଉତକ୍ଷେପିତ କ୍ଷେପଣାସ୍ତ୍ର

Published By : Prameya-News7 Bureau | December 04, 2020 IST

ନୂଆଦିଲ୍ଲୀ ୦୪/୧୨ : ଚୀନ ସହିତ ସୀମା ବିବାଦ ମଧ୍ୟରେ ଆଉ ଏକ ପାଦ ଆଗେଇଛି ଭାରତ । ଭାରତୀୟ ବାୟୁସେନା ଲାଗାତାର ଭାବେ ନିଜର ତାକତ ମଜଭୁତ କରିବାରେ ଲାଗିଛି ।  ଏହାରି ମଧ୍ୟରେ ଆଉ ଏକ ପାଦ ଆଗେଇ ୧୦ଟି ଆକାଶ ମିଶାଇଲର ସଫଳ ପରୀକ୍ଷଣ କରିଛି ଭାରତୀୟ ବାୟୁସେନା । ଆକାଶ ହେଉଛି ଭୂପୃଷ୍ଠରୁ ବାୟୁକୁ ଭେଦ କରିପାରୁଥିବା ମିଶାଇଲ । ଯାହାକୁ କି ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ ଦ୍ବାରା ବିକଶିତ କରାଯାଇଛି । ଏହା ସହିତ ଭାରତ ଡାଇନାମିକ୍ସ୍ ଲିମିଟେଡ୍ ଏବଂ ଭାରତ ଇଲୋଟ୍ରୋନିକ୍ସର ମିଳିତ ସହଯୋଗରେ ଏହାକୁ ନିର୍ମାଣ କରାଯାଇଛି ।

{"id":372628,"sizeSlug":"large"}

ବାୟୁସେନାର ଅଧିକାରୀମାନେ କହିଛନ୍ତି କି, ଅଭ୍ୟାସ ବେଳେ ଆକାଶ ମିଶାଇଲ ଏବଂ କାନ୍ଧରୁ ବାୟୁକୁ ଛଡାଯାଉଥିବା ମିଶାଇଲର ସଫଳ ପରୀକ୍ଷଣ କରାଯାଇଛି । ଏହି ମିଶାଇଲଗୁଡିକର ପରୀକ୍ଷଣ ଆନ୍ଧ୍ର ପ୍ରଦେଶର ସୂର୍ଯ୍ୟଲଙ୍କା ମିଶାଇଲ ପରୀକ୍ଷଣ କେନ୍ଦ୍ରରେ କରାଯାଇଥିଲା । ଖାସ କଥା ହେଉଛି, ପୂର୍ବ ଲଦାଖ ଏବଂ ଏଲଏସିରେ ଲାଗି ରହିଥିବା ସୀମା ବିଦାଦ ପାଇଁ ଏହି ମିଶାଇଲକୁ ଭାରତୀୟ ବାୟୁସେନାରେ ସାମିଲ କରାଯାଇଛି । ଏହି ମିଶାଇଲ ଦ୍ବାରା ଶତ୍ରୁପକ୍ଷଙ୍କ ସୀମା ଉଲ୍ଲଂଘନ ଉପରେ ତୀକ୍ଷଣ ନଜର ରହିବା ସହିତ ଦୃଢ ଜବାବ ଦେବ ।

{"id":372629,"width":577,"height":397,"sizeSlug":"large"}

ଆକାଶ କ୍ଷେପଣାସ୍ତ୍ର ହେଉଛି ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ମିଶାଇଲ । ଏହାକୁ ଏବେ ଅପଗ୍ରେଡ୍ କରାଯାଇ ନୂତନ ଭାବେ ନିର୍ମାଣ କରାଯାଇଛି । ଆକାଶ ମିଶାଇଲ ସମସ୍ତ ମଡେଲ ୩୦ କିଲୋମିଟର ଲମ୍ବା ଏବଂ ୧୯ କିଲୋମିଟର ଉଚ୍ଚା ପର୍ଯ୍ୟନ୍ତ ଭେଦ କରି ପାରିବ । ଏହାର ଓଜନ ପ୍ରାୟ ୭୨୦ କିଲୋଗ୍ରାମ ଏବଂ ଲମ୍ବା ୫.୮ ମିଟର । ଆକାଶ ମିଶାଇଲ ଏକା ସଙ୍ଗେ ୧୬ଟି ଲକ୍ଷକୁ ଟ୍ରାକ କରିପାରିବ । ଗୋଟିଏ ସିଗନାଲ ଦ୍ବାରା ଏକାସାଙ୍ଗରେ ୧୨ଟି ଆକାଶ ମିଶାଇଲ ଅଲଗା ଅଲଗା ଲକ୍ଷ ଭେଦ କରିପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.