୨୦ରେ ଆସିବେ ଆମିକସ କ୍ୟୁରୀ, ଶ୍ରୀମନ୍ଦିର ପ୍ରଶାସନର ସରିଲା ପ୍ରସ୍ତୁତି ବୈଠକ

Published By : Prameya-News7 Bureau | September 18, 2018 IST

ପୁରୀ ୧୮|୯: ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଶ୍ରୀମନ୍ଦିରର ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ଆସନ୍ତା ୨୦ ତାରିଖରେ ପୁରୀ ଆସିବେ ାମିକସ କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ ସ୍ବାମୀ । ସେ ୨୦ ଓ ୨୧ ଦୁଇ ଦିନ ଧରି ପୁରୀରେ ଅବସ୍ଥାନ କରିବେ । ସେଥିପାଇଁ ଗଜପତିଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପ୍ରଶାସନର ପରିଚାଳନା ସବ କମିଟି ବୈଠକ ୍ନୁଷ୍ଠିତ ହୋଇଛି। ଆମିକସ କ୍ୟୁରୀଙ୍କୁ ଶ୍ରୀଜଗନ୍ନାଥ ମନ୍ଦିରର ସଂସ୍କୃତି, ପରମ୍ପରା, ରୀତିନୀତି ଏ ସମସ୍ତ ବ୍ୟବସ୍ଥା ସମ୍ପର୍କରେ କିଭଳି ଅବଗତ କରାଯିବ ସେ ନେଇ ବୈଠକରେ ାଲୋଚନା ହୋଇଛି। ବୈଠକରେ ପୁରୀ ଜିଲ୍ଲାପାଳ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଏସ୍ପି ପ୍ରମୁଖ ଉପସ୍ଥିତ ଥିଲେ । ବୈଚକରେ ପରିଚାଳନା କମିଟିର ସଦସ୍ୟ ମଧ୍ୟ ଉପସ୍ତିତ ଥିଲେ । ଆମିକସ କ୍ୟୁରୀ ସମୁଦାୟ ୧୨ଟି ପ୍ରସଂଗରେ ତଥ୍ୟ ସଂଗ୍ରହ କରିବେ । ଏହି ୧୨ଟି ପ୍ରସଂଗ ମଧ୍ୟରୁ ବଂଶାନୁକ୍ରମିକ ସେବା ପୂଜା ପରିବର୍ତ୍ତନ, ଦାନ ଦକ୍ଷିଣା ଉଚ୍ଛେଦ େବଂ ଶ୍ରୀମନ୍ଦିର ଆଇନ ପରିବର୍ତ୍ତନ ସମ୍ପର୍କରେ ସେବାୟତମାନଙ୍କ ଅଭିଯୋଗ ରହିଛି।ଆମିକସ କ୍ୟୁରୀ ତାଙ୍କ ରହଣି ସମୟରେ ଗଜପତି, ଶଙ୍କରାଚାର୍ଯ୍ୟ, ଜିଲ୍ଲା ଜଜ୍, ଛତିଶାନିଯୋଗ, ପରିଚାଳନା କମିଟି ସମସ୍ତଙ୍କ ସହ ପୁଂଖାନୁପୁଖ ଭାବେ ଆଲୋଚନା କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.