FIFA World Cup: ଆମେରିକାର ସ୍ଵପ୍ନ ଚୂରମାର, ପ୍ରଥମ ଦଳ ଭାବେ କ୍ଵାର୍ଟର ଫାଇନାଲ୍ରେ ପହଞ୍ଚିଲା ନେଦରଲାଣ୍ଡ
3/12/2022 at 11:20 PM

ଦୋହା: କାତାରରେ ଖେଳାଯାଉଥିବା ଫିଫା ବିଶ୍ଵ କପ୍ ୨୦୨୨ର ପ୍ରଥମ ପ୍ରି-କ୍ଵାର୍ଟରରେ ନେଦରଲାଣ୍ଡ ବାଜି ମାରିଛି। ରୋମାଞ୍ଚର ମୁକାବିଲାରେ ନେଦରଲାଣ୍ଡ ଆମେରିକାକୁ ୩-୧ରେ ଗୋଲ୍ରେ ହରାଇ ପ୍ରଥମ ଦଳ ଭାବେ କ୍ଵାର୍ଟର ଫାଇନାଲ୍ରେ ପ୍ରବେଶ କରିଛି। ଏଥିସହ ଆମେରିକାର ସ୍ଵପ୍ନ ଚୂରମାର ହୋଇଛି।
ଉଲ୍ଲେଖନୀୟ ନେଦରଲାଣ୍ଡ ଗତ ୨୦୧୮ ବିଶ୍ଵ କପ୍ରେ ଯୋଗ୍ୟତା ଅର୍ଜନ କାରି ପାରିନଥିଲା। ଦଳ ୧୯୭୪, ୧୯୭୮ ଏବଂ ୨୦୧୦ ବିଶ୍ଵ କପ୍ ଫାଇନାଲ୍ରେ ପହଞ୍ଚିଥିଲା। ହେଲେ ପ୍ରତିଥର ଦଳକୁ ଉପ ବିଜେତାରେ ସନ୍ତୁଷ୍ଟ ହେବାକୁ ପଡିଛି। ଏଥର ନେଦରଲାଣ୍ଡ ନିକଟରେ ପ୍ରଥମ ଟାଇଟଲ୍ ଜିତିବାର ସୁବର୍ଣ୍ଣ ସୁଯୋଗ ରହିଛି। ଅନ୍ୟପଟେ ଦ୍ଵିତୀୟ ଥର ଆମେରିକାର କ୍ଵାର୍ଟର ଫାଇନାଲ୍ରେ ପହଞ୍ଚିବାର ସ୍ଵପ୍ନ ଚୂରମାର ହୋଇଛି।
The Netherlands progress to the Quarter-finals! 🇳🇱@adidasfootball | #FIFAWorldCup
— FIFA World Cup (@FIFAWorldCup) December 3, 2022
ପ୍ରି କ୍ଵାର୍ଟର ଫାଇନାଲ୍ର ପ୍ରଥମ ମୁକାବିଲାରେ ନେଦରଲାଣ୍ଡ ଆରମ୍ଭରୁ ଆମେରିକା ଉପରେ ପ୍ରାଧ୍ୟାନ୍ୟ ବିସ୍ତାର କରିଥିଲା। ମ୍ୟାଚ୍ର ପ୍ରଥମ ଗୋଲ୍ ୧୦ତମ ମିନିଟ୍ରେ ନେଦରଲାଣ୍ଡ ପାଇଁ ମେମ୍ପିସ ଡିପାୟ ଦେଇଥିଲେ। ପୁଣି ୪୫ତମ ମିନିଟ୍ରେ ଡମ୍ପ୍ରିଜ ଗୋଲ୍ ସ୍କୋର କରି ନେଦରଲାଣ୍ଡକୁ ୨-୦ରେ ଅଗ୍ରଣୀ କରାଇଥିଲେ। ୭୬ତମ ମିନିଟ୍ରେ ଆମେରିକା ପକ୍ଷରୁ ଏକ ମାତ୍ର ଗୋଲ୍ ହାଜି ରାଇଟ୍ ଦେଇଥିଲେ। ୮୧ତମ ମିନିଟ୍ରେ ଡମ୍ପ୍ରିଜ ଗୋଲ୍ ଦେଇ ନେଦରଲାଣ୍ଡକୁ ଆମେରିକା ବିପକ୍ଷରେ ୩-୧ ଗୋଲ୍ ବ୍ୟବଧାନରେ ଜିତାଇଛନ୍ତି।