ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ଆମେରିକୀୟ ମହିଳାଙ୍କର ଅଦ୍ଭୁତ ଦାବି: ମାଇକେଲ ଜ୍ୟାକସନଙ୍କ ଭୂତ ସହ କରିଛନ୍ତି ବିବାହ…

20/08/2021 at 1:06 PM

ନୂଆଦିଲ୍ଲୀ ୧୯/୦୮: ଦିନକୁ ଦିନ ଇଣ୍ଟରନେଟ୍‌ର ଚାହିଦା ବୃଦ୍ଧି ପାଇବାରେ ଲାଗିଛି । ଏହାର ପ୍ରମୁଖ କାରଣ ହାତ ପାହାନ୍ତାରେ ମିଳୁଥିବା ଦିଶ ବିଦେଶର ଖବର ସହିତ ରୋଚକ ପୂର୍ଣ୍ଣ ଭିଡିଓ । ଇଣ୍ଟରନେଟ୍‌ରେ ବହୁତ ଅଦ୍ଭୁତ ଧରଣର ଘଟଣା ଦେଖିବାକୁ ଓ ଶୁଣିବାକୁ ମିଳୁଛି । ଅନେକ ଜିନିଷ ଅଛି ଯାହାକୁ ବିଶ୍ୱାସ କରିବା କଷ୍ଟସାଧ୍ୟ । କାହିଁକିନା ଅନେକ ଅସମ୍ଭବ ପ୍ରକାରର ଘଟଣା ଅଛି ଯାହାକୁ କେହି ଦେଖିକି ବିଶ୍ବାସ ମଧ୍ୟ କରିପାରୁ ନାହାନ୍ତି । ଯେତେବେଳେ ଭୂତମାନଙ୍କ କଥା ଆସେ, ଲୋକଙ୍କ ଆଗ୍ରହ ଆପେ ଆପେ ବଢିଯାଏ । ଏପରି ଏକ ଦାବି ଆମେରିକାର ଜଣେ ମହିଳା କରିଛନ୍ତି । ସେହି ମହିଳା କହିଛନ୍ତି ଯେ ସେ ପ୍ରସିଦ୍ଧ ଡ୍ୟାନ୍ସର ମାଇକେଲ ଜ୍ୟାକସନଙ୍କ ଭୂତକୁ ବିବାହ କରିଛନ୍ତି। କେବଳ ଏତିକି ନୁହେଁ ମହିଳା ଜଣକ କହିଛନ୍ତି ଯେ ମାଇକେଲ ଜ୍ୟାକସନଙ୍କ ଭୂତ ତାଙ୍କ ଶରୀରରେ ମଧ୍ୟ ପ୍ରବେଶ କରେ।

ଏଭଳି ପରିସ୍ଥିତିରେ ମହିଳାଙ୍କ ଏହି ଅଦ୍ଭୁତ ଓ ଅଜବ ପ୍ରକାରର ଦାବି ଇଣ୍ଟରନେଟରେ ଚର୍ଚ୍ଚାର ବିଷୟ ପାଲଟିଛି । ଯୁକ୍ତରାଷ୍ଟ୍ରରେ ରହୁଥିବା କ୍ୟାଥଲିନ୍ ରୋବର୍ଟସ୍ ଦାବି କରିଛନ୍ତି ଯେ ଯେତେବେଳେ ସେ ୱାଶରୁମ୍ ଯାଆନ୍ତି, ସେହି ସମୟରେ ମାଇକେଲ୍ ଜ୍ୟାକସନଙ୍କ ଭୂତ ତଥା ଆତ୍ମା ତାଙ୍କ ଶରୀରରେ ପ୍ରବେଶ କରିଥାଏ । ଯାହାଫଳରେ ତାଙ୍କର ନାଚିବା ଏବଂ ଗୀତ ଗାଇବା ଆରମ୍ଭ ହୋଇଥାଏ। ଏହା ସହ ସେ କହିଛନ୍ତି, ମାଇକେଲ ସବୁବେଳେ ସବୁ ସମୟରେ ମୋ ଭିତରେ ଅଛନ୍ତି ଏବଂ ମୋ ସହ ବିଶ୍ରାମ ଗୃହକୁ ମଧ୍ୟ ଆସିଥାନ୍ତି । ଏହି ଖାସ୍ ବନ୍ଧନର ମୂହୁର୍ତ୍ତ ଗୁଡ଼ିକୁ ଟଏଲୋଟରିଜ୍ କୁହନ୍ତି । କେବଳ ଏତିକି ନୁହଁ ସେ ମୋ ସହ ବହୁତ କଥା ମଧ୍ୟ ହୁଅନ୍ତି।


କ୍ୟାଥଲିନ୍ ଏହାକୁ ନେଇ ଆହୁରି କହିଛନ୍ତି, ମାଇକେଲ ଜ୍ୟାକସନଙ୍କ ଭୂତ ତାଙ୍କୁ ନିଜ ପସନ୍ଦର ଖାଦ୍ୟ ପ୍ରଦାନ କରିଥାନ୍ତି । ଏହାକୁ ବହୁତ ସ୍ୱାଦରେ ସେ ଖାଇଥାନ୍ତି । ବିବାହ ସମ୍ପର୍କକୁ ବର୍ଣ୍ଣନା କରି କ୍ୟାଥଲିନ୍ କହିଛନ୍ତି ଯେ ସେ ଏପର୍ଯ୍ୟନ୍ତ ମାଇକେଲଙ୍କ ଭୂତକୁ ସ୍ପର୍ଶ କରିନାହାଁନ୍ତି। ପ୍ରତ୍ୟେକ ସମ୍ପର୍କରେ ଉତ୍ଥାନ-ପତନ ରହିଥାଏ । କିନ୍ତୁ ଦୁହେଁ ପରସ୍ପରକୁ ବହୁତ ଭଲ ପାଆନ୍ତି । କ୍ୟାଥଲିନ୍ କୁହନ୍ତି କି ସେ ମାଇକେଲଙ୍କୁ କୁକିଜ ବହୁତ ଭଲ ଲାଗେ । ଏନେଇ କ୍ୟାଥଲିନ୍ ସୋସିଆଲ ମିଡିଆ ଆକାଉଣ୍ଟରେ ତାଙ୍କର ସମ୍ପୂର୍ଣ୍ଣ ପ୍ରେମ କାହାଣୀ ଏବଂ ମାଇକେଲ୍ ଜ୍ୟାକସନଙ୍କ ଭୂତ ସହିତ କିପରି ସମ୍ପର୍କରେ ଆସିଥିଲେ ତାହାକୁ ବର୍ଣ୍ଣନା କରିଛନ୍ତି ।

   Related Posts