MET GALAରେ ମହିଳା ରାଜନେତା ପିନ୍ଧିଲେ ଏମିତି ଡ୍ରେସ୍, ଭଡକିଲେ ଜୁନିୟର ଟ୍ରମ୍ପ୍
14/09/2021 at 3:13 PM

ଆମେରିକା ୧୪/୦୯: ଆମେରିକାର ବାମ ପ୍ରଗତିଶୀଳ ମହିଳା ରାଜନେତା ଆଲେକ୍ସଜାଣ୍ଡାର୍ ଓକାସିଓ-କର୍ଟେଜଙ୍କ ଡ୍ରେସ ପିନ୍ଧାକୁ ନେଇ ଚର୍ଚ୍ଚା । ଫେମସ ସେଲିବ୍ରିଟି ଇଭେଣ୍ଟ ମେଟ ଗାଲାରେ ପିନ୍ଧିଥିବା ଡ୍ରେସକୁ ନେଇ ହଇଚଇ । ବାସ୍ତବରେ, ଆଲେକ୍ସଜାଣ୍ଡାର ଏହି ମହଙ୍ଗା ଇଭେଣ୍ଟରେ ତାଙ୍କ ଏମିତି ଏକ ପୋଷାକ ପିନ୍ଧିଥିଲେ । ଯେଉଁଥିରେ ଲେଖାଥିଲା ଟ୍ୟାକ୍ସ ଦି ରିଚ୍ ।
ଏହାର ଅର୍ଥ ହେଉଛି ଧନୀ ଲୋକ ଟିକସ ଦିଆଯିବା ଉଚିତ । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପ୍ରତିବର୍ଷ ଆମେରିକାର ହେଉଥିବା ବହୁ ପ୍ରତିକ୍ଷୀତ ଇଭେଣ୍ଟରେ ଅନେକ ସେଲିବ୍ରିଟି ଆସିଥାନ୍ତି । ଯେଉଁଠିକି ଆଲେକ୍ସଜାଣ୍ଡାର ଯାଇଥାନ୍ତି । ଏହି ବର୍ଷ ହଲିଉଡ ସୁପରଷ୍ଟାର ମେଗାନ ଫକ୍ସ, କେଣ୍ଡେଲ ଜେନେର, ଏଲନ ମସ୍କର ପାଟର୍ନର ଏବଂ ସୁପରଷ୍ଟାର ଜେନିଫର ଲୋପେଜ ମଧ୍ୟ ଏହି ଇଭେଣ୍ଟରେ ଅଂଶଗ୍ରହଣ କରିଥିଲେ ।
ଏହି ଇଭେଣ୍ଟରେ ଟିକେଟ ଦାମ ୩୦ ହଜାର ଡଲାର । ତେବେ ଆଲେକଜେଣ୍ଡ୍ରା ପିନ୍ଧିଥିବା ଡ୍ରେସ ଇଭେଣ୍ଟରେ ସବୁଠୁ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲେ । କେହି କେହି କହିଥିଲେ ଧନୀମାନଙ୍କ ଇଭେଣ୍ଟକୁ ଯାଇ ଆଲେକଜେଣ୍ଡ୍ରା ଧନୀମାନଙ୍କୁ ଟାର୍ଗେଟ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଖାସ୍ କରି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପୁଅ ତଥା ଜୁନିୟର ଟ୍ରମ୍ପ କିନ୍ତୁ ବହୁତ ଭଡକିଛନ୍ତି ଡ୍ରେସକୁ ଦେଖି ।
ସେ କହିଛନ୍ତି ଏହି ଜଣେ ରାଜନେତା ନାଁ ଜଣେ ଧୋକ୍କାବାଜ୍ । ଟ୍ୱିଟ କରି ଜୁନିୟର ଟ୍ରମ୍ପ କହିଛନ୍ତି ଯେ, ଯିଏ ଗତ ବର୍ଷ ମାସ୍କ ବିଷୋୟରେ ଭାଷଣ ଝାଡୁଥିଲେ ସେ ଏହି ଇଭେଣ୍ଟରେ କିପରି ବିନା ମାସ୍କରେ ଆସିଛନ୍ତି । ତେବେ ଏହି ଘଟଣା ପରେ ଆଲେକ୍ସଜାଣ୍ଡ୍ରା ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ଜଣେ କାର୍ଯ୍ୟରତ ମହିଳା ଭାବରେ ମୁଁ ଏହି ଇଭେଣ୍ଟକୁ ଉପଭୋଗ କରିବାକୁ ଚାହୁଁଥିଲି ।
What makes @AOC a bigger fraud:
— Donald Trump Jr. (@DonaldJTrumpJr) September 14, 2021
The “tax the rich” dress while she’s hanging out with a bunch of wealthy leftwing elites or the lack of masks after spending the past 18 months as one of the biggest authoritarian mask Karens in the country? https://t.co/pE84Pjquh1
ମୁଁ ମୋର ପୋଷାକ ସାହାଯ୍ୟରେ ମଧ୍ୟ ଏହି ଇଣ୍ଡଷ୍ଟ୍ରୀଜକୁ ଚ୍ୟାଲେଞ୍ଜ କରିବାକୁ ଚାହୁଁଥିଲି । ଯେତେବେଳେ ମୁଁ ମୋର ଡିଜାଇନର୍ ସହିତ ଏହି ପୋଷାକ ବିଷୟରେ କଥାବାର୍ତ୍ତା ଆରମ୍ଭ କଲି । ମୁଁ କହିଲି ଯେ ଆମେ କେବଳ ଇଭେଣ୍ଟରେ ଯୋଗଦେବାକୁ ଚାହୁଁନାହୁଁ ବରଂ ସମାଜକୁ କିଛି ବାର୍ତ୍ତା ଦେବାକୁ ଚାହିୁଁଛି । ସୂଚନାଯୋଗ୍ୟ ଯେ ଆଲେକ୍ସଜାଣ୍ଡ୍ରା ଏହା ପୂର୍ବରୁ ମଧ୍ୟ ଧନୀ ବ୍ୟକ୍ତିଙ୍କ ଉପରେ ଟିକସ ପ୍ରଚାର କରିଆସୁଛନ୍ତି ।
୨୦୨୯ ମସିହାରେ ସେ କହିଥିଲେ ଯେ ଆମେରିକାର ଧନୀ ଲୋକଙ୍କ ଉପରେ ୭୦ ପ୍ରତିଶତ ଟିକସ ଲାଗିବା କଥା । ଯାହାଫଳରେ ସେହି ଟଙ୍କା ସହିତ ଜଳବାୟୁ ପରିବର୍ତ୍ତନ ବିରୋଧରେ ଲଢେଇ କରାଯାଇପାରିବ । ସେ ଆହୁରି ମଧ୍ୟ କହିଛନ୍ତି- ଏହି ଇଭେଣ୍ଟରେ ଆମର ଉପସ୍ଥିତି ପଞ୍ଜିକରଣ କରି ଆମକୁ କିଛି ସଂଗଠନକୁ ଚ୍ୟାଲେଞ୍ଜ କରିବାକୁ ପଡିବ …